ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ଯଶୱନ୍ତ ସିହ୍ନା

The Sakala Picture
Published On

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଯଶୱନ୍ତ ସିହ୍ନା ଦଳରୁ ଇସ୍ତଫା  ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଦର୍ଶାଇଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟିଏମସିର […]

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଯଶୱନ୍ତ ସିହ୍ନା ଦଳରୁ ଇସ୍ତଫା  ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଦର୍ଶାଇଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟିଏମସିର ମୁଖ୍ୟ ମମତା ବାନାର୍ଜୀ ଯଶୱନ୍ତ ସିହ୍ନାଙ୍କ ନାମ ପରାମର୍ଶ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ସିହ୍ନା ଟ୍ବିଟରେ ଲେଖିଛନ୍ତି ଯେ, ଟିଏମସିରେ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମୁଁ କୃତଜ୍ଞ। ବର୍ତ୍ତମାନ ସମୟ ଆସିଛି ଏକ ବୃହତ ଜାତୀୟ କାରଣ ପାଇଁ ଦଳରୁ ଦୂରେଇ ଯିବି। ଯାହା ଦ୍ବାରା ମୁଁ ବିରୋଧୀଙ୍କୁ ଏକଜୁଟ କରି କାର୍ଯ୍ୟ କରିପାରିବି। ମୁଁ ଆଶା କରୁଛି ମମତା ଜୀ ମୋର ଏହି ପଦକ୍ଷେପ ଗ୍ରହଣ କରିବେ।

ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ ନେତା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରି ଯାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଛନ୍ତି। ତାଙ୍କ ପୂର୍ବରୁ ଶରଦ ପାୱାର ଏବଂ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ମଧ୍ୟ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ।

21 Jun 2022 By The Sakala

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଯଶୱନ୍ତ ସିହ୍ନା ଦଳରୁ ଇସ୍ତଫା  ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଦର୍ଶାଇଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟିଏମସିର ମୁଖ୍ୟ ମମତା ବାନାର୍ଜୀ ଯଶୱନ୍ତ ସିହ୍ନାଙ୍କ ନାମ ପରାମର୍ଶ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।

ସିହ୍ନା ଟ୍ବିଟରେ ଲେଖିଛନ୍ତି ଯେ, ଟିଏମସିରେ ମୋତେ ଦିଆଯାଇଥିବା ସମ୍ମାନ ପାଇଁ ମୁଁ କୃତଜ୍ଞ। ବର୍ତ୍ତମାନ ସମୟ ଆସିଛି ଏକ ବୃହତ ଜାତୀୟ କାରଣ ପାଇଁ ଦଳରୁ ଦୂରେଇ ଯିବି। ଯାହା ଦ୍ବାରା ମୁଁ ବିରୋଧୀଙ୍କୁ ଏକଜୁଟ କରି କାର୍ଯ୍ୟ କରିପାରିବି। ମୁଁ ଆଶା କରୁଛି ମମତା ଜୀ ମୋର ଏହି ପଦକ୍ଷେପ ଗ୍ରହଣ କରିବେ।

ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଡ ନେତା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରି ଯାଇଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ରାଷ୍ଟ୍ରପତି ନିର୍ବାଚନରୁ ଓହରି ଯାଇଛନ୍ତି। ତାଙ୍କ ପୂର୍ବରୁ ଶରଦ ପାୱାର ଏବଂ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ମଧ୍ୟ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର