ଦିୱାଲୀ ସୁଦ୍ଧା ଦେଶବାସୀଙ୍କୁ ମିଳିବ ‘୪ଜି’ ଠାରୁ ୧୦ଗୁଣ ଦ୍ରୁତ ‘୫ଜି’ ସେବା, ସ୍ପେକ୍ଟ୍ରମ ନିଲାମୀକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ କରିବା ଦିଗରେ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 5G ସ୍ପେକ୍ଟ୍ରମର ନିଲାମକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସବୁ ଠିକ୍ ହୁଏ, ତେବେ ଚଳିତ ବର୍ଷ ଦିୱାଲୀ ସୁଦ୍ଧା ଦେଶବାସୀ 5G ଟେଲିକମ୍ ସେବା ପାଇପାରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଭାରତରେ ୫ଜି ସ୍ପେକ୍ଟ୍ରମର ନିଲାମକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଜୁଲାଇ ଶେଷରେ […]

ନୂଆଦିଲ୍ଲୀ : ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ କରିବା ଦିଗରେ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 5G ସ୍ପେକ୍ଟ୍ରମର ନିଲାମକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସବୁ ଠିକ୍ ହୁଏ, ତେବେ ଚଳିତ ବର୍ଷ ଦିୱାଲୀ ସୁଦ୍ଧା ଦେଶବାସୀ 5G ଟେଲିକମ୍ ସେବା ପାଇପାରିବେ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଭାରତରେ ୫ଜି ସ୍ପେକ୍ଟ୍ରମର ନିଲାମକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଜୁଲାଇ ଶେଷରେ ୫ଜି ସ୍ପେକ୍ଟ୍ରମ ନିଲାମ ହେବ। ଏହା ମାଧ୍ୟମରେ ସବୁଠାରୁ ଅଧିକ ଦାମରେ ନିଲାମୀ ଡାକିଥିବା କମ୍ପାନୀକୁ ୫ ଜି ସେବା ପ୍ରଦାନ କରିବାକୁ ସ୍ପେକ୍ଟ୍ରମ ମିଳିବ । ୫ଜି ପାଇଁ ୭୨ ଗିଗା ହର୍ଜର ନିଲାମ ହେବ ଏବଂ ଏହାର ୨୦ ବର୍ଷର ବୈଧତା ରହିବ । ସରକାର କହିଛନ୍ତି ଯେ ୫ଜି ସ୍ପିଡ୍ ୪ଜି ଠାରୁ ୧୦ ଗୁଣ ଅଧିକ ହେବ ଏବଂ ଖୁବ୍ ଶୀଘ୍ର ଏହି ସେବା ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସୂଚନା ମୁତାବକ ୨୦ ବର୍ଷ ବୈଦ୍ଧତା ଅବଧି ସହ ମୋଟ ୭୨୦୯୭.୮୫ ମୋଗହର୍ଟେଜ ସ୍ପେକ୍ଟ୍ରମର ନିଲାମ ୨୦୨୨ ଶେଷ ସୁଦ୍ଧା ହେବ । ଏହି କ୍ରମରେ ସ୍ପେକ୍ଟ୍ରମ ପାଇଥିବା କମ୍ପାନୀକୁ ୨୦ ମାସ ମଧ୍ୟରେ ୫ଜି ପାଇଁ ଅର୍ଥ ପ୍ରଦାନ କରିବାକୁ ପଡିବ ।ନିଲାମରେ ସଫଳ ବିଡରମାନେ ଦେଶର ଜନସାଧାରଣ ତଥା ଉଦ୍ୟୋଗମାନଙ୍କୁ 5G ଟେଲିକମ୍ ସେବା ଯୋଗାଇବା ପାଇଁ ଲାଇସେନ୍ସପ୍ରାପ୍ତ ସ୍ପେକ୍ଟ୍ରମ ପାଇବେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଡିଜିଟାଲ୍ କନେକ୍ଟିଭିଟି ସରକାରଙ୍କ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।  ବାଇଲ୍ ବ୍ରଡବ୍ୟାଣ୍ଡ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପାରିଛି, ବିଶେଷ କରି ଭାରତରେ। ୨୦୧୫ ରୁ ୪ଜି ର ସମ୍ପ୍ରସାରଣ ଯୋଗୁଁ ଏହି ସେବା ତ୍ୱରାନ୍ୱିତ ହୋଇଛି । ୨୦୧୪ ରେ ୧୦ କୋଟି ଗ୍ରାହକଙ୍କ ତୁଳନାରେ ବ୍ରଡବ୍ୟାଣ୍ଡରେ ବର୍ତ୍ତମାନ ୮୦ କୋଟି ଗ୍ରାହକ ଅଛନ୍ତି ।

ନିଲାମରୁ ୫ ଲକ୍ଷ କୋଟି ଟଙ୍କା ପାଇବାକୁ ଆଶା

ଏହା ସହିତ ଦେଶରେ ଏକ ନୂଆ ଟେଲିକମ୍ ବିପ୍ଳବ ଆରମ୍ଭ ହୋଇଛି । ଟେଲିକମ୍ ମନ୍ତ୍ରଣାଳୟ ଏହି ସପ୍ତାହରୁ ଆଗ୍ରହୀ ଟେଲିକମ୍ କମ୍ପାନୀଗୁଡିକର ଆବେଦନଗୁଡିକୁ ଆମନ୍ତ୍ରଣ କରିବ। ଜୁଲାଇ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସ୍ପେକ୍ଟ୍ରମର ମୋଟ ମୂଲ୍ୟ ୫ ଲକ୍ଷ କୋଟିରେ ରଖାଯାଇଛି | ଏହା ଅଧୀନରେ ସରକାର ନଅଟି ସ୍ପେକ୍ଟ୍ରମ ନିଲାମ କରିବେ। ଏହି ନିଲାମ 20 ବର୍ଷ ବୈଦ୍ଧତା ଅବଧି ସହ ହେବ ।ଏହି ନିଲାମରେ ଟେଲିକମ୍ କମ୍ପାନୀଗୁଡିକ ୬୦୦ ରୁ ୧୮୦୦ ମେଗାହର୍ଜ୍ଜ ବ୍ୟାଣ୍ଡ ଏବଂ 2100, 2300, 2500 ମେଗାହର୍ଜ୍ଜ ବ୍ୟାଣ୍ଡ ନିଲାମ ପାଇଁ ଆବେଦନ କରିବେ | 5G ସ୍ପେକ୍ଟ୍ରମର କଲିଂ ଏବଂ ଭିଡିଓ କଲିଂ ସହିତ ଭାରତ ସରକାର ଉନ୍ନତ ସେବା ପରୀକ୍ଷା କରିସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର