ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ସାମ୍ପ୍ରଦାୟିକ ହିଂସା, ୨ ସମ୍ପ୍ରଦାୟ ମୁହାଁମୁହିଁ

The Sakala Picture
Published On

ନୂଆଦିଲ୍ଲୀ : ଧାର୍ମିକ ପ୍ରସଙ୍ଗରେ ଏକ ଟିଭି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ନେଇ କାନପରୁରେ ହିଂସା ସୃଷ୍ଟି ହୋଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଜ୍ଞାନବ୍ୟାପି ମସଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବାଦ ବିବାଦ ଲାଗି ରହିଛି। ତେବେ ଏହି ପ୍ରସଙ୍ଗରେ ଏକ ବିତର୍କରେ ନୂପୁର କୋରାନ ଏବଂ ପୈଗମ୍ବର ମହମ୍ମଦଙ୍କୁ ନେଇ ଦେଇଥିବା ମନ୍ତବ୍ୟ ମୁସଲମାନ ସମ୍ପ୍ରଦାୟକୁ ଆଘାତ କରିଛି ବୋଲି ଅଭିଯୋଗ ହୋଇଛି। ଏହିକ୍ରମରେ ଶୁକ୍ରବାର କାନପୁରର ସର୍ବବୃହତ ବଜାର […]

ନୂଆଦିଲ୍ଲୀ : ଧାର୍ମିକ ପ୍ରସଙ୍ଗରେ ଏକ ଟିଭି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ନେଇ କାନପରୁରେ ହିଂସା ସୃଷ୍ଟି ହୋଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଜ୍ଞାନବ୍ୟାପି ମସଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବାଦ ବିବାଦ ଲାଗି ରହିଛି। ତେବେ ଏହି ପ୍ରସଙ୍ଗରେ ଏକ ବିତର୍କରେ ନୂପୁର କୋରାନ ଏବଂ ପୈଗମ୍ବର ମହମ୍ମଦଙ୍କୁ ନେଇ ଦେଇଥିବା ମନ୍ତବ୍ୟ ମୁସଲମାନ ସମ୍ପ୍ରଦାୟକୁ ଆଘାତ କରିଛି ବୋଲି ଅଭିଯୋଗ ହୋଇଛି। ଏହିକ୍ରମରେ ଶୁକ୍ରବାର କାନପୁରର ସର୍ବବୃହତ ବଜାର ପରେଡ ଛକରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଛି। ନୂପୁରଙ୍କ ମନ୍ତବ୍ୟକୁ ବିରୋଧ କରି ଜୁମା ନମାଜ ପରେ ମୁସୁଲମାନ ସମ୍ପ୍ରଦାୟର ବହୁ ଲୋକ ରାସ୍ତାକୁ ଓହ୍ଲାଇଥିଲେ।

ଆହୁରି ପଢ଼ନ୍ତୁ: ଇନ୍ଦୋରରେ ମଦ ବ୍ୟବସାୟୀଙ୍କୁ ବ୍ଲାକମେଲ୍: ଘରୋଇ ଫଟୋ ଭାଇରାଲ୍ କରି ୧ କୋଟି ମାଗିଥିବା ୭ ଅଭିଯୁକ୍ତ ଗିରଫ, ଯାଞ୍ଚ ପାଇଁ ଗଲା ମୋବାଇଲ୍

ସେମାନେ ଦୋକାନ ବଜାର ବନ୍ଦ କରିବା ସହିତ ପୁଲିସ ଉପରକୁ ପଥର ମାଡ କରିଥିଲେ। ପରେ ପରେ ଅନ୍ୟ ସମ୍ପ୍ରଦାୟ ଲୋକ ଏହାକୁ ବିରୋଧ କରିଥିଲା ବେଳେ ଉଭୟଙ୍କ ମଧ୍ୟରେ ପଥରମାଡ଼ କରାଯାଇଥିଲା। ନୂପୁରଙ୍କ ମନ୍ତବ୍ୟକୁ ବିରୋଧ କରି ସୁଲମାନ ସମ୍ପ୍ରଦାୟର ବହୁ ଲୋକ ଦୋକାନ ବଜାର ବନ୍ଦ କରିଥିଲେ । ତେବେ ହିନ୍ଦୁମାନେ ଦୋକାନ ବନ୍ଦ କରିବାକୁ ମନା କରିବାରୁ କିଛି ଉପଦ୍ରବକାରୀ ଟେକା ମାଡ଼ ସହ ବୋମା ମାଡ଼ ବି କରିଥିଲେ। ଏହାପରେ ୨ ସମ୍ପ୍ରଦାୟ ଲୋକେ ମୁହାଁମୁହିଁ ହୋଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା । ଏହି ହିଂସାକାଣ୍ଡ ବେଳେ ୩୦ ସାଧାରଣ ଲୋକ ଓ ୧୩ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ବହୁ ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ ଦୋକାନରୁ ଲୁଟପାଟ ହୋଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଉପଦ୍ରବକାରୀଙ୍କୁ ନିୟନ୍ତ୍ରିତ କରିବା ଲାଗି ଫାଙ୍କା ଗୁଳି ଚାଳନା ସହ ଲାଠି ଚାର୍ଜ କରିଥିଲା। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ତିନୋଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ବେଳେ ୪୦ ଜଣଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଏହାବାଦ ଆହୁରି ଶତାଧୀକ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପୁଣି ପାରୋଲ: ଜେଲ୍ ବାହାରେ ବିତାଇସାରିଲେଣି ୪୦୬ ଦିନ

ସ୍ଥିତି ସମ୍ଭାଳିବା ପାଇଁ ପୁଲିସ ଲାଠି ଚାର୍ଜ କରିବା ସହିତ ଫାଙ୍କା ଗୁଳି ଚାଳନା କରିଥିଲା। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ଗସ୍ତରେ ଥିବା ବେଳେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଗ୍ୱାଲିୟରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା: ସ୍ୱାମୀଙ୍କୁ କଳା କହି ଥଟ୍ଟା କରିବା ସହ ଆଇଫୋନ୍ ଓ ଏସି ମାଗୁଛି ସ୍ତ୍ରୀ

ଉଲ୍ଲେଖଯୋଗ୍ୟ ଯେ, ଜ୍ଞାନବ୍ୟାପି ମସଜିଦ ପରିସରରେ ସର୍ଭେ ସମୟରେ ଶିବଲିଙ୍ଗ ବାହାରିଛି ବୋଲି କୁହାଯାଉଛି। କିନ୍ତୁ ଏହାକୁ ମୁସଲମାନ ସମ୍ପ୍ରଦାୟ ‘ଫୁୱାରା’ କହି ହିନ୍ଦୁ ଦେବତାଙ୍କୁ ଅଟ୍ଟହାସ୍ୟ କରୁଛନ୍ତି ବୋଲି ନୂପୁର ବିତର୍କ ବେଳେ କହିଥିଲେ। ଏହିକ୍ରମରେ ସେ କେରାନ ବର୍ଣ୍ଣିତ କିଛି ବିଷୟକୁ ଅଟ୍ଟହାସ୍ୟ କରି କହିଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି। କାନପୁର ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଏହି ହିଂସାରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାରେ ୧୫ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି।

04 Jun 2022 By The Sakala

ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ସାମ୍ପ୍ରଦାୟିକ ହିଂସା, ୨ ସମ୍ପ୍ରଦାୟ ମୁହାଁମୁହିଁ

ନୂଆଦିଲ୍ଲୀ : ଧାର୍ମିକ ପ୍ରସଙ୍ଗରେ ଏକ ଟିଭି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ନେଇ କାନପରୁରେ ହିଂସା ସୃଷ୍ଟି ହୋଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଜ୍ଞାନବ୍ୟାପି ମସଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବାଦ ବିବାଦ ଲାଗି ରହିଛି। ତେବେ ଏହି ପ୍ରସଙ୍ଗରେ ଏକ ବିତର୍କରେ ନୂପୁର କୋରାନ ଏବଂ ପୈଗମ୍ବର ମହମ୍ମଦଙ୍କୁ ନେଇ ଦେଇଥିବା ମନ୍ତବ୍ୟ ମୁସଲମାନ ସମ୍ପ୍ରଦାୟକୁ ଆଘାତ କରିଛି ବୋଲି ଅଭିଯୋଗ ହୋଇଛି। ଏହିକ୍ରମରେ ଶୁକ୍ରବାର କାନପୁରର ସର୍ବବୃହତ ବଜାର ପରେଡ ଛକରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଛି। ନୂପୁରଙ୍କ ମନ୍ତବ୍ୟକୁ ବିରୋଧ କରି ଜୁମା ନମାଜ ପରେ ମୁସୁଲମାନ ସମ୍ପ୍ରଦାୟର ବହୁ ଲୋକ ରାସ୍ତାକୁ ଓହ୍ଲାଇଥିଲେ।

ସେମାନେ ଦୋକାନ ବଜାର ବନ୍ଦ କରିବା ସହିତ ପୁଲିସ ଉପରକୁ ପଥର ମାଡ କରିଥିଲେ। ପରେ ପରେ ଅନ୍ୟ ସମ୍ପ୍ରଦାୟ ଲୋକ ଏହାକୁ ବିରୋଧ କରିଥିଲା ବେଳେ ଉଭୟଙ୍କ ମଧ୍ୟରେ ପଥରମାଡ଼ କରାଯାଇଥିଲା। ନୂପୁରଙ୍କ ମନ୍ତବ୍ୟକୁ ବିରୋଧ କରି ସୁଲମାନ ସମ୍ପ୍ରଦାୟର ବହୁ ଲୋକ ଦୋକାନ ବଜାର ବନ୍ଦ କରିଥିଲେ । ତେବେ ହିନ୍ଦୁମାନେ ଦୋକାନ ବନ୍ଦ କରିବାକୁ ମନା କରିବାରୁ କିଛି ଉପଦ୍ରବକାରୀ ଟେକା ମାଡ଼ ସହ ବୋମା ମାଡ଼ ବି କରିଥିଲେ। ଏହାପରେ ୨ ସମ୍ପ୍ରଦାୟ ଲୋକେ ମୁହାଁମୁହିଁ ହୋଇଥିବା ବେଳେ ସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା । ଏହି ହିଂସାକାଣ୍ଡ ବେଳେ ୩୦ ସାଧାରଣ ଲୋକ ଓ ୧୩ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ବହୁ ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ ଦୋକାନରୁ ଲୁଟପାଟ ହୋଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଉପଦ୍ରବକାରୀଙ୍କୁ ନିୟନ୍ତ୍ରିତ କରିବା ଲାଗି ଫାଙ୍କା ଗୁଳି ଚାଳନା ସହ ଲାଠି ଚାର୍ଜ କରିଥିଲା। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ତିନୋଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ବେଳେ ୪୦ ଜଣଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଏହାବାଦ ଆହୁରି ଶତାଧୀକ ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ସ୍ଥିତି ସମ୍ଭାଳିବା ପାଇଁ ପୁଲିସ ଲାଠି ଚାର୍ଜ କରିବା ସହିତ ଫାଙ୍କା ଗୁଳି ଚାଳନା କରିଥିଲା। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ଗସ୍ତରେ ଥିବା ବେଳେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଜ୍ଞାନବ୍ୟାପି ମସଜିଦ ପରିସରରେ ସର୍ଭେ ସମୟରେ ଶିବଲିଙ୍ଗ ବାହାରିଛି ବୋଲି କୁହାଯାଉଛି। କିନ୍ତୁ ଏହାକୁ ମୁସଲମାନ ସମ୍ପ୍ରଦାୟ ‘ଫୁୱାରା’ କହି ହିନ୍ଦୁ ଦେବତାଙ୍କୁ ଅଟ୍ଟହାସ୍ୟ କରୁଛନ୍ତି ବୋଲି ନୂପୁର ବିତର୍କ ବେଳେ କହିଥିଲେ। ଏହିକ୍ରମରେ ସେ କେରାନ ବର୍ଣ୍ଣିତ କିଛି ବିଷୟକୁ ଅଟ୍ଟହାସ୍ୟ କରି କହିଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି। କାନପୁର ପୁଲିସ କମିଶନରଙ୍କ ସୂଚନା ଅନୁସାରେ ଏହି ହିଂସାରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାରେ ୧୫ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର