ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଖୁସି ଖବର, ପ୍ରତି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ସବସିଡି
ନୂଆଦିଲ୍ଲୀ : ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ତେଲ ଦର ବୃଦ୍ଧି ସହ ଦେଶବାସୀଙ୍କ ପାଇଁ ଆଉ ଆଉ ଏକ ବଡ ଚିନ୍ତା ରହିଥିଲା ମହଙ୍ଗା ଗ୍ୟାସ ସିଲିଣ୍ଡର। କାରଣ ରନ୍ଧନ ଗ୍ୟାସ ଦର ଏକ ହଜାର ପାର୍ କରିଯାଇଥିଲା। ଯାହା ଦେଶବାସୀଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଆଜି କେମନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ […]
ନୂଆଦିଲ୍ଲୀ : ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ତେଲ ଦର ବୃଦ୍ଧି ସହ ଦେଶବାସୀଙ୍କ ପାଇଁ ଆଉ ଆଉ ଏକ ବଡ ଚିନ୍ତା ରହିଥିଲା ମହଙ୍ଗା ଗ୍ୟାସ ସିଲିଣ୍ଡର। କାରଣ ରନ୍ଧନ ଗ୍ୟାସ ଦର ଏକ ହଜାର ପାର୍ କରିଯାଇଥିଲା। ଯାହା ଦେଶବାସୀଙ୍କ ପାଇଁ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଆଜି କେମନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ସହ ଗ୍ୟାସ୍ ଦରକୁ ନେଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବସିଡି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି।
Ujjwala Yojana has helped crores of Indians, especially women. Today’s decision on Ujjwala subsidy will greatly ease family budgets. https://t.co/tHNKmoinHH
— Narendra Modi (@narendramodi) May 21, 2022
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’।ଏହି ନୂଆ ସବସିଡି ଯୋଗୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୬,୧୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ। ଏଥିସହ ଆମେ ବିଭିନ୍ନ ଦେଶରୁ ଆସୁଥିବା କଞ୍ଚା ମାଲ ଉପରୁ ମଧ୍ୟ ସୀମା ଶୁଳ୍କ ହ୍ରାସ କରାଯିବ। ଏହାଦ୍ୱାରା ଗୋଟିଏ ଜିନିଷର ଚୂଡ଼ାନ୍ତ ମୂଲ୍ୟ ହ୍ରାସ ପାଇବ।”
12. Measures are being taken up to improve the availability of #Cement and through better logistics to reduce the cost of cement.
Notifications with specific details on all the above will be issued by GoI within the next hour.
— Nirmala Sitharaman (@nsitharaman) May 21, 2022
ଅନ୍ୟପଟେ କେନ୍ଦ୍ର ସରକାର ଲୁହା ଓ ଇସ୍ପାତ ଉପରୁ ମଧ୍ୟ ସୀମା ଶୁଳକ ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଦେଶରେ ଲୁହା ଓ ଇସ୍ପାତ ସାମଗ୍ରୀର ଦର କମିବ । ଅନ୍ୟପକ୍ଷରେ ସିମେଣ୍ଟ ଦର ହ୍ରାସ ଓ ଯୋଗାଣ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି । ଏ ସଂପର୍କିତ ସରକାରୀ ବିଜ୍ଞପ୍ତି ଆଜି ରାତିରେ ହିଁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।