ଜୁଲାଇରୁ ବଦଳିବ ଡିଏଲ୍‌ ନିୟମ: ଆର୍‌ଟିଓରେ ଦେବାକୁ ପଡିବନି ଟେଷ୍ଟ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପ୍ରସ୍ତୁତି ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। କାରଣ ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଡିଏଲ୍‌ ନିୟମ। ଏହି ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦାରେ ରହିବେ ସାଧାରଣ ଲୋକେ। ଏଣିକି ନୂଆ ଡିଏଲ୍‌ ଆମେଦନ କିମ୍ବା ନବୀକରଣ ପାଇଁ ଆଉ କାହାରିକୁ ଆରଟିଓ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡ଼ିବନାହିଁ। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ଆସନ୍ତା ଜୁଲାଇ […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପ୍ରସ୍ତୁତି ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। କାରଣ ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଡିଏଲ୍‌ ନିୟମ। ଏହି ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦାରେ ରହିବେ ସାଧାରଣ ଲୋକେ। ଏଣିକି ନୂଆ ଡିଏଲ୍‌ ଆମେଦନ କିମ୍ବା ନବୀକରଣ ପାଇଁ ଆଉ କାହାରିକୁ ଆରଟିଓ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡ଼ିବନାହିଁ। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ଆସନ୍ତା ଜୁଲାଇ ପହିଲାରୁ ଦେଶବ୍ୟାପୀ ଲାଗୁ କରାଯିବ। ତେବେ ଡିଏଲ ପାଇଁ ଆବେଦନକାରୀ ଏବେ ଯେକୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିପାରିବେ।

ଆହୁରି ପଢ଼ନ୍ତୁ: ଜି-୭ ସମ୍ମିଳନୀରେ ମୋଦୀଙ୍କୁ ମେଲୋନୀଙ୍କ ମଜାଳିଆ କଥା: 'ଇନଷ୍ଟାଗ୍ରାମରେ ଆମେ ସବୁଠାରୁ ଲୋକପ୍ରିୟ ଯୋଡ଼ି'

ଯଦି ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା କିମ୍ବା ନବୀକରଣ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ କେନ୍ଦ୍ର ସରକାର ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ ଲାଗୁ କରିବା ପରେ କାହାରିକୁ ଡିଏଲ୍‌ ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଯିବାକୁ ପଡ଼ିବନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ଆମେଦନ ପ୍ରକିୟାକୁ ଆହୁରି ସହଜ ଓ ସରଳ କରିଦିଆଯାଇଛି। ଡ୍ରାଇଭିଂ ଲାଇସେନ୍ସ ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାର ଡ୍ରାଇଭିଂ ଟେଷ୍ଟ ଆରଟିଓ ଯାଇ ଦେବାର ଆବଶ୍ୟକତା ପଡିବନି। ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ େଓ୍ଵଟିଂ ଲିଷ୍ଟର ଆଉ ସମସ୍ୟା ମଧ୍ୟ ରହିବ ନାହିଁ। ଏହାଦ୍ବାରା କୋଟି କୋଟି ଲୋକ ଏଭଳି ସମସ୍ୟାରୁ ମୁକ୍ତି ପାଇବେ।

ଆହୁରି ପଢ଼ନ୍ତୁ: ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ଡ୍ରାଇଭିଂ ଟ୍ରେନିଂ ସ୍କୁଲରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ସେଠାରେ ଟେଷ୍ଟ ପାସ କରିବାକୁ ହେବ। ଟେଷ୍ଟ ପାସ କରିବା ପରେ ଆପଣଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ପ୍ରମାଣପତ୍ର କୁ ଆଧାର କରି ଆପଣଙ୍କର ଡିଏଲ ତିଆରି ହୋଇଯିବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରାଳୟ ତରଫରୁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଉଭୟ ଥିଓରି ଓ ପ୍ରାଟିକ୍ଟାଲ ଦୁଇଟି ସେସନ ରହିବ। ହାଲୁକା ମୋଟର ଯାନ ପାଇଁ କୋର୍ସର ଅବଧି ୪ ସପ୍ତାହ ରହିବ। ଯାହାକି ୨୯ ଘଣ୍ଟା ଚାଲିବ। ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ସଡ଼କ, ରାଜପଥ, ସହର ରାସ୍ତା, ଗାଁ ରାସ୍ତା, ରିଭର୍ସିଂ ଓ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟାର ସମୟ ଦିଆଯିବ। ବାକି ୮ ଘଣ୍ଟା ଥିଓରି ପଢ଼ାଯିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ନିର୍ମାଣାଧୀନ ମନ୍ଦିର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

ସଡ଼କ ଓ ପରିବହନ ମନ୍ତ୍ରାଳୟ ତରଫରୁ ଟ୍ରେନିଂ ସେଣ୍ଟର ପାଇଁ କିଛି ଗାଇଡ଼ଲାଇନ୍ସ ଓ ସର୍ତ୍ତ ରଖାଯାଇଛି। ଦୁଇଚକିଆ, ତିନି ଚକିଆ ଓ ହାଲୁକା ମୋଟର ଗାଡ଼ିର ଟ୍ରେନିଂ ସେଣ୍ଟର ପାଇଁ ଅତି କମ୍‌ରେ ଗୋଟିଏ ଏକର ଜମି ଥିବା ଆବଶ୍ୟକ। ମାଲବହନ ଗାଡ଼ି ପାଇଁ ଟ୍ରେନି ଂ ସେଣ୍ଟର ପାଖରେ ଦୁଇ ଏକର ଜମି ରହିଥିବା ଜରୁରୀ। ଟ୍ରେନରଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପାସ ହୋଇଥିବା ଆବଶ୍ୟକ। ଏହାସହ ତାଙ୍କ ପାଖରେ ୫ ବର୍ଷର ଗାଡ଼ି ଚାଳନା ଅଭିଜ୍ଞତା ରହିଥିବା ଜରୁରୀ। ପାଠ୍ୟକ୍ରମକୁ ୨ଟି ଥିଓରି ଓ ପ୍ରାକ୍ଟିକାଲରେ ଭାଗ କରାଯାଇଛି।
ଟ୍ରେନିଂ ସେଣ୍ଟରରେ ବାୟୋମାଟ୍ରିକ ସିଷ୍ଟମ ରହିବା ଜରୁରୀ। ମଧ୍ୟମ ଓ ଭାରୀ ଯାନ ପାଇଁ ୬ ସପ୍ତାହରେ ୩୮ ଘଣ୍ଟା କୋର୍ସ କରିବାକୁ ପଡ଼ିବ। ଏଥିରେ ୮ ଘଣ୍ଟା ଥିଓରି ଓ ୩୦ ଘଣ୍ଟା ପ୍ରାକ୍ଟିକାଲ ହେବ ।

12 May 2022 By The Sakala

ଜୁଲାଇରୁ ବଦଳିବ ଡିଏଲ୍‌ ନିୟମ: ଆର୍‌ଟିଓରେ ଦେବାକୁ ପଡିବନି ଟେଷ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପ୍ରସ୍ତୁତି ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। କାରଣ ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଡିଏଲ୍‌ ନିୟମ। ଏହି ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦାରେ ରହିବେ ସାଧାରଣ ଲୋକେ। ଏଣିକି ନୂଆ ଡିଏଲ୍‌ ଆମେଦନ କିମ୍ବା ନବୀକରଣ ପାଇଁ ଆଉ କାହାରିକୁ ଆରଟିଓ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡ଼ିବନାହିଁ। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ଆସନ୍ତା ଜୁଲାଇ ପହିଲାରୁ ଦେଶବ୍ୟାପୀ ଲାଗୁ କରାଯିବ। ତେବେ ଡିଏଲ ପାଇଁ ଆବେଦନକାରୀ ଏବେ ଯେକୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିପାରିବେ।

ଯଦି ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା କିମ୍ବା ନବୀକରଣ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ କେନ୍ଦ୍ର ସରକାର ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ ଲାଗୁ କରିବା ପରେ କାହାରିକୁ ଡିଏଲ୍‌ ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଯିବାକୁ ପଡ଼ିବନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ଆମେଦନ ପ୍ରକିୟାକୁ ଆହୁରି ସହଜ ଓ ସରଳ କରିଦିଆଯାଇଛି। ଡ୍ରାଇଭିଂ ଲାଇସେନ୍ସ ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାର ଡ୍ରାଇଭିଂ ଟେଷ୍ଟ ଆରଟିଓ ଯାଇ ଦେବାର ଆବଶ୍ୟକତା ପଡିବନି। ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ େଓ୍ଵଟିଂ ଲିଷ୍ଟର ଆଉ ସମସ୍ୟା ମଧ୍ୟ ରହିବ ନାହିଁ। ଏହାଦ୍ବାରା କୋଟି କୋଟି ଲୋକ ଏଭଳି ସମସ୍ୟାରୁ ମୁକ୍ତି ପାଇବେ।

ଡ୍ରାଇଭିଂ ଟ୍ରେନିଂ ସ୍କୁଲରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ସେଠାରେ ଟେଷ୍ଟ ପାସ କରିବାକୁ ହେବ। ଟେଷ୍ଟ ପାସ କରିବା ପରେ ଆପଣଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ପ୍ରମାଣପତ୍ର କୁ ଆଧାର କରି ଆପଣଙ୍କର ଡିଏଲ ତିଆରି ହୋଇଯିବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରାଳୟ ତରଫରୁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଉଭୟ ଥିଓରି ଓ ପ୍ରାଟିକ୍ଟାଲ ଦୁଇଟି ସେସନ ରହିବ। ହାଲୁକା ମୋଟର ଯାନ ପାଇଁ କୋର୍ସର ଅବଧି ୪ ସପ୍ତାହ ରହିବ। ଯାହାକି ୨୯ ଘଣ୍ଟା ଚାଲିବ। ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ସଡ଼କ, ରାଜପଥ, ସହର ରାସ୍ତା, ଗାଁ ରାସ୍ତା, ରିଭର୍ସିଂ ଓ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟାର ସମୟ ଦିଆଯିବ। ବାକି ୮ ଘଣ୍ଟା ଥିଓରି ପଢ଼ାଯିବ।

ସଡ଼କ ଓ ପରିବହନ ମନ୍ତ୍ରାଳୟ ତରଫରୁ ଟ୍ରେନିଂ ସେଣ୍ଟର ପାଇଁ କିଛି ଗାଇଡ଼ଲାଇନ୍ସ ଓ ସର୍ତ୍ତ ରଖାଯାଇଛି। ଦୁଇଚକିଆ, ତିନି ଚକିଆ ଓ ହାଲୁକା ମୋଟର ଗାଡ଼ିର ଟ୍ରେନିଂ ସେଣ୍ଟର ପାଇଁ ଅତି କମ୍‌ରେ ଗୋଟିଏ ଏକର ଜମି ଥିବା ଆବଶ୍ୟକ। ମାଲବହନ ଗାଡ଼ି ପାଇଁ ଟ୍ରେନି ଂ ସେଣ୍ଟର ପାଖରେ ଦୁଇ ଏକର ଜମି ରହିଥିବା ଜରୁରୀ। ଟ୍ରେନରଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପାସ ହୋଇଥିବା ଆବଶ୍ୟକ। ଏହାସହ ତାଙ୍କ ପାଖରେ ୫ ବର୍ଷର ଗାଡ଼ି ଚାଳନା ଅଭିଜ୍ଞତା ରହିଥିବା ଜରୁରୀ। ପାଠ୍ୟକ୍ରମକୁ ୨ଟି ଥିଓରି ଓ ପ୍ରାକ୍ଟିକାଲରେ ଭାଗ କରାଯାଇଛି।
ଟ୍ରେନିଂ ସେଣ୍ଟରରେ ବାୟୋମାଟ୍ରିକ ସିଷ୍ଟମ ରହିବା ଜରୁରୀ। ମଧ୍ୟମ ଓ ଭାରୀ ଯାନ ପାଇଁ ୬ ସପ୍ତାହରେ ୩୮ ଘଣ୍ଟା କୋର୍ସ କରିବାକୁ ପଡ଼ିବ। ଏଥିରେ ୮ ଘଣ୍ଟା ଥିଓରି ଓ ୩୦ ଘଣ୍ଟା ପ୍ରାକ୍ଟିକାଲ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp