ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲନ୍‌ ମସ୍କଙ୍କ ବିରୋଧରେ ମାମଲା

The Sakala Picture
Published On

ୱାଶିଂଟନ୍‌: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲନ୍‌ ମସ୍କଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୁଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ […]

ୱାଶିଂଟନ୍‌: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲନ୍‌ ମସ୍କଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୁଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ରିପୋର୍ଟ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ଜଣେ ଷ୍ଟକ୍‌ଧାରୀ ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନାରୁ ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଏହି ଡିଲ୍‌ ବା କାବରାର ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏ ନେଇ ଟୁଇଟର ଅବା ଏଲନ୍‌ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ। ମୋର୍ଗାନ୍‌ ଷ୍ଟାନ୍‌ଲେ ଟୁଇଟରର ୮.୮ ପ୍ରତିଶତ ଅଂଶଧନ କ୍ରୟ କରିଥିବାବେଳେ ଡୋର୍ସେ ୨.୪ ପ୍ରତିଶତ ଅଂଶଧନ କିଣିଛି। ଏଲନ୍‌ ମସ୍କ ଟୁଇଟର ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି ଘୋଷଣା କରିଥିଲେ। ଏଥିପାଇଁ ମସ୍କ ମଧ୍ୟ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିକଟରେ ମସ୍କ ସେକ୍ୱୋୟା କ୍ୟାପିଟାଲ ଫଣ୍ଡରୁ ୮୦ କୋଟି ଡଲାର, ଭିଏକାପିଟାଲରୁ ୭୦ କୋଟି ଡଲାର ସଂଗ୍ରହ କରିଛନ୍ତି । ଏଥିସହିତ ଓରାକଲ୍‌ର ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ମଧ୍ୟ ରାଜି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

08 May 2022 By The Sakala

ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲନ୍‌ ମସ୍କଙ୍କ ବିରୋଧରେ ମାମଲା

ୱାଶିଂଟନ୍‌: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲନ୍‌ ମସ୍କଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି ଡିଲକୁ ବନ୍ଦ କରିବା ପାଇଁ ମସ୍କ ଏବଂ ଟୁଇଟର ବିରୋଧରେ ମାମଲା ରୁଜୁ କରିଛି। ୨୦୨୫ ପର୍ଯ୍ୟନ୍ତ ଏଲୋନ ମସ୍କ ଏବଂ ଟୁଇଟର ମଧ୍ୟରେ ଡିଲ୍‌ ବନ୍ଦ କରିବାକୁ ଏଥିରେ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ଡେଲାୱେର୍‌ ଚାନ୍ସରି କୋର୍ଟରେ ଦାଖଲ ହୋଇଥିବା ମାମଲା ଉଲ୍ଲେଖ କରାଯାଇଛି ଯେ, ଚୁକ୍ତି ଅନୁସାରେ ଟୁଇଟରର ୧୫ ପ୍ରତିଶତ ଅଂଶଧନ ମଧ୍ୟରୁ ମସ୍କ ୯.୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ପରେ ଜଣେ ଷ୍ଟକ୍‌ଧାରୀ ହୋଇପାରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଯଦି ସେ ମାଲିକାନାରୁ ଦୁଇ-ତୃତୀୟାଂଶ ଅଂଶଧନ କ୍ରୟ ନ କରନ୍ତି ତେବେ ତାଙ୍କର ଟୁଇଟର କ୍ରୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଏହା ଅନୁଯାୟୀ, ଅନ୍ତତଃ ପକ୍ଷେ ୨୦୨୫ ପର୍ଯ୍ୟନ୍ତ ଏହି ଡିଲ୍‌ ବା କାବରାର ଉପରେ ରୋକ ରଖାଯିବା ଜରୁରୀ। ଏହି ପରିପ୍ରେକ୍ଷୀରେ ଟୁଇଟର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଅଭିଯୋଗ ହୋଇଛି ଯେ କମ୍ପାନୀର ନିର୍ଦ୍ଦେଶକମାନେ ସେମାନଙ୍କ କର୍ତ୍ତବ୍ୟ ଉଲ୍ଲଂଘନ କରିଛନ୍ତି। ତେବେ ଏ ନେଇ ଟୁଇଟର ଅବା ଏଲନ୍‌ ମସ୍କଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ। ମୋର୍ଗାନ୍‌ ଷ୍ଟାନ୍‌ଲେ ଟୁଇଟରର ୮.୮ ପ୍ରତିଶତ ଅଂଶଧନ କ୍ରୟ କରିଥିବାବେଳେ ଡୋର୍ସେ ୨.୪ ପ୍ରତିଶତ ଅଂଶଧନ କିଣିଛି। ଏଲନ୍‌ ମସ୍କ ଟୁଇଟର ପାଇଁ ୪୪ ବିଲିୟନ ଡଲାରର ଚୁକ୍ତି ଘୋଷଣା କରିଥିଲେ। ଏଥିପାଇଁ ମସ୍କ ମଧ୍ୟ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିକଟରେ ମସ୍କ ସେକ୍ୱୋୟା କ୍ୟାପିଟାଲ ଫଣ୍ଡରୁ ୮୦ କୋଟି ଡଲାର, ଭିଏକାପିଟାଲରୁ ୭୦ କୋଟି ଡଲାର ସଂଗ୍ରହ କରିଛନ୍ତି । ଏଥିସହିତ ଓରାକଲ୍‌ର ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ମଧ୍ୟ ରାଜି ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର