ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ; ୨ ଚକିଆ ଗାଡ଼ିରେ ପକାଇ ପାରିବେନି ହଜାରେ ଟଙ୍କାରୁ ଅଧିକ ତେଲ

The Sakala Picture
Published On

କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ନୂଆ ଇନ୍ଧନ କଟକଣା ଲଗାଯାଇଛି। ଏବେ ଶ୍ରୀଲଙ୍କା ନାଗରିକ ଦୁଇ ଚକିଆ ଗାଡିରେ ଏକାଥରକେ ହଜାରେ ଟଙ୍କାରୁ ଅଧିକ ତେଲ ପକାଇପାରିବେ ନାହିଁ। ସେହିପରି ତିନି ଚକିଆ ଗାଡିରେ ୧୫୦୦ ଏବଂ ଚାରି ଚକିଆ ଗାଡିରେ ୫ ହଜାର ଟଙ୍କାର ତେଲ ପକାଇପାରିବେ। ସରକାରୀ କମ୍ପାନୀ ସିଲୋନ ପେଟ୍ରୋଲିୟମ କର୍ପୋରେସନ (ସିପିସି) ଏକ ବିବୃତ୍ତି ଜାରି କରି ଏହି କଟକଣା ଲାଗୁ କରିଛି। ତେବେ ବସ୍‌, ଟ୍ରକ, […]

କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ନୂଆ ଇନ୍ଧନ କଟକଣା ଲଗାଯାଇଛି। ଏବେ ଶ୍ରୀଲଙ୍କା ନାଗରିକ ଦୁଇ ଚକିଆ ଗାଡିରେ ଏକାଥରକେ ହଜାରେ ଟଙ୍କାରୁ ଅଧିକ ତେଲ ପକାଇପାରିବେ ନାହିଁ। ସେହିପରି ତିନି ଚକିଆ ଗାଡିରେ ୧୫୦୦ ଏବଂ ଚାରି ଚକିଆ ଗାଡିରେ ୫ ହଜାର ଟଙ୍କାର ତେଲ ପକାଇପାରିବେ। ସରକାରୀ କମ୍ପାନୀ ସିଲୋନ ପେଟ୍ରୋଲିୟମ କର୍ପୋରେସନ (ସିପିସି) ଏକ ବିବୃତ୍ତି ଜାରି କରି ଏହି କଟକଣା ଲାଗୁ କରିଛି। ତେବେ ବସ୍‌, ଟ୍ରକ, ବ୍ୟବସାୟିକ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାର ଇନ୍ଧନ ସଙ୍କଟ ମଧ୍ୟ ଦେଖାଦେଇଛି। ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ଲମ୍ବା ଧାଡି ଲାଗି ରହିଛି। ଦିନକୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି। ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ କମ୍‌ ହେଉଥିବାରୁ ଜରୁରୀ ସାମଗ୍ରୀ ମଧ୍ୟ ମିଳୁନାହିଁ। ଏଥିଯୋଗୁଁ ଲୋକଙ୍କ କ୍ରୋଧ ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ସରକାର ବିରୋଧୀ ବିକ୍ଷୋଭ ଚାଲିଛି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର