ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ, ସମଗ୍ର ବିଶ୍ଵକୁ କରୋନା ମହାମାରୀରୁ ମୁକ୍ତି ଲାଗି କାଳୀ ମନ୍ଦିରରେ ପୂଜାର୍ଚ୍ଚନା

The Sakala Picture
Published On

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଅନ୍ତିମ ଦିନରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଢାକାର ଜୋଶେରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ହିନ୍ଦୁ ବିଶେଷକରି ପଶ୍ଚିମବଙ୍ଗର ହିନ୍ଦୁଙ୍କ ପାଇଁ ଗୁରୁତ୍ୱ ରଖେ । ଏହା ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ପୂଜାର୍ଚ୍ଚନା ପରେ ସେ କହିଥିଲେ ଯେ, କାଳୀଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । […]

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଅନ୍ତିମ ଦିନରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଢାକାର ଜୋଶେରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ହିନ୍ଦୁ ବିଶେଷକରି ପଶ୍ଚିମବଙ୍ଗର ହିନ୍ଦୁଙ୍କ ପାଇଁ ଗୁରୁତ୍ୱ ରଖେ । ଏହା ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପୂଜାର୍ଚ୍ଚନା ପରେ ସେ କହିଥିଲେ ଯେ, କାଳୀଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କରୋନାରୁ ଦୁନିଆକୁ ମୁକ୍ତି ଦେବା ପାଇଁ ମା’ କାଳୀଙ୍କୁ ପ୍ରାର୍ଥନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

କାଳୀ ମନ୍ଦିରରେ ଏକ କମ୍ୟୁନିଟି ହଲ ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ସେ କହିଛନ୍ତି । ଏହି କମ୍ୟୁନିଟି ହଲ ଦ୍ୱାରା ଭକ୍ତ ଉପକୃତ ହେବା ସହ ବାତ୍ୟା ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାର୍ଯ୍ଯ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରର ପୂଜା କରିବା ପରେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ସମାଧୀସ୍ଥଳକୁ ଯାଇଥିଲେ । ସେଠାରେ ସେ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ବଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ଓରାକାଣ୍ଡି ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଓରାକାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ହୋଇଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ହେଉଥିବା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେସ ଗୁରୁତ୍ୱ ରଖେ । କାରଣ ଦେଶ ବିଭାଜନ ପରେ ମତୁଆ ସମ୍ପ୍ରଦାୟର ଅନେକ ଭାରତ ଚାଲି ଆସିଥିଲେ । ମତୁଆ ସମ୍ପ୍ରଦାୟର ଭୋଟ ପଶ୍ଚିମବଙ୍ଗରେ ଗୁରୁତ୍ୱ ରଖିଥାଏ।

27 Mar 2021 By The Sakala

ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ, ସମଗ୍ର ବିଶ୍ଵକୁ କରୋନା ମହାମାରୀରୁ ମୁକ୍ତି ଲାଗି କାଳୀ ମନ୍ଦିରରେ ପୂଜାର୍ଚ୍ଚନା

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଅନ୍ତିମ ଦିନରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଢାକାର ଜୋଶେରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ହିନ୍ଦୁ ବିଶେଷକରି ପଶ୍ଚିମବଙ୍ଗର ହିନ୍ଦୁଙ୍କ ପାଇଁ ଗୁରୁତ୍ୱ ରଖେ । ଏହା ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ।

ପୂଜାର୍ଚ୍ଚନା ପରେ ସେ କହିଥିଲେ ଯେ, କାଳୀଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କରୋନାରୁ ଦୁନିଆକୁ ମୁକ୍ତି ଦେବା ପାଇଁ ମା’ କାଳୀଙ୍କୁ ପ୍ରାର୍ଥନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କାଳୀ ମନ୍ଦିରରେ ଏକ କମ୍ୟୁନିଟି ହଲ ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ସେ କହିଛନ୍ତି । ଏହି କମ୍ୟୁନିଟି ହଲ ଦ୍ୱାରା ଭକ୍ତ ଉପକୃତ ହେବା ସହ ବାତ୍ୟା ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାର୍ଯ୍ଯ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରର ପୂଜା କରିବା ପରେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ସମାଧୀସ୍ଥଳକୁ ଯାଇଥିଲେ । ସେଠାରେ ସେ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ବଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ଓରାକାଣ୍ଡି ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଓରାକାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ହୋଇଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ହେଉଥିବା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେସ ଗୁରୁତ୍ୱ ରଖେ । କାରଣ ଦେଶ ବିଭାଜନ ପରେ ମତୁଆ ସମ୍ପ୍ରଦାୟର ଅନେକ ଭାରତ ଚାଲି ଆସିଥିଲେ । ମତୁଆ ସମ୍ପ୍ରଦାୟର ଭୋଟ ପଶ୍ଚିମବଙ୍ଗରେ ଗୁରୁତ୍ୱ ରଖିଥାଏ।

https://www.thesakala.in/national-international/pm-modi-places-handmade-mukut-on-kali-idol-at-jeshoreshwari-temple-in-bangladesh/article-1035
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର