ଋଷ- ୟୁକ୍ରେନ ଯୁଦ୍ଧ ପ୍ରଭାବ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତି !

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୨୬ ଦିନ ଅତିକ୍ରମ କରିଛି। ଯୁଦ୍ଧ ବିରତି ସହ ରୁଷ ସେନାର ନରସଂହାର ବନ୍ଦ ପାଇଁ ବିଭିନ୍ନ ମଞ୍ଚରେ ଆଲୋଚନା ହୋଇଥିଲେ ହେଁ କୌଣସି ଗୋଟିଏ ଆଲୋଚନା ଏଯାବତ୍ ସଫଳ ହୋଇପାରି ନାହିଁ। ବରଂ ୟୁକ୍ରେନରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ବଂସ ବିଧ୍ୱସ୍ତ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ନାଗରିକ ବିଭିନ୍ନ ରାଷ୍ଟ୍ରରେ […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୨୬ ଦିନ ଅତିକ୍ରମ କରିଛି। ଯୁଦ୍ଧ ବିରତି ସହ ରୁଷ ସେନାର ନରସଂହାର ବନ୍ଦ ପାଇଁ ବିଭିନ୍ନ ମଞ୍ଚରେ ଆଲୋଚନା ହୋଇଥିଲେ ହେଁ କୌଣସି ଗୋଟିଏ ଆଲୋଚନା ଏଯାବତ୍ ସଫଳ ହୋଇପାରି ନାହିଁ। ବରଂ ୟୁକ୍ରେନରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ବଂସ ବିଧ୍ୱସ୍ତ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ନାଗରିକ ବିଭିନ୍ନ ରାଷ୍ଟ୍ରରେ ଶରଣାର୍ଥୀ ପାଲଟିଛନ୍ତି | ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିନି ତିନିଥର ଶାନ୍ତି ଆଲୋଚନା ହୋଇଛି। ହେଲେ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ବାଟ ବାହାରିପାରି ନାହିଁ । ଏଭଳି ସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଗତକାଲି ଦେଇଥିବା ବୟାନ ସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥରକ ଆଲୋଚନା ବିଫଳ ହେଲେ ବିଶ୍ୱ ଯୁଦ୍ଧ ନିଶ୍ଚିତ ବୋଲି ଜେଲେନସ୍କି କହିବା ସାରା ବିଶ୍ବ ପାଇଁ ଭୟବହତାର ଆଶଙ୍କା ବଢାଇଛି। ଏହାମଧ୍ୟରେ ଆଉ ଏକ ଖବର ତୃତୀୟ ବିଶ୍ବ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତିକୁ ଦର୍ଶାଉଛି। ଆସନ୍ତା ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁରୋପ ଗସ୍ତ କରିବା ସହିତ ପୋଲାଣ୍ଡ ଗସ୍ତରେ ଯିବେ ବୋଲି ହ୍ଵାଇଟ ହାଉସ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ବାଇଡେନ ପ୍ରଥମେ ବ୍ରୁସେଲ୍ସ ଠାରେ ୟୁରୋପୀୟ ସଂଘ ନେତାଙ୍କ ସହ ଆଲୋଚନା କରିବା ପରେ ଶୁକ୍ରବାର ପୋଲାଣ୍ଡ

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ଯିବେ ତେବେ ତାଙ୍କର ଅଚାନକ ୟୁରୋପ ଗସ୍ତକୁ ନେଇ ସାମରିକ ବିଶେଷଜ୍ଞମାନେ ଆଶଙ୍କିତ ହୋଇପଡ଼ିଛନ୍ତି। ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରମାନଙ୍କ ଆର୍ଥିକ ଦିଗରୁ ବାସନ୍ଦ ହୋଇପଡ଼ିଥିବା ରୁଷିଆ ଏବେ ରକ୍ତ ଚାଉଳ ଚୋବାଉଛି ।ଏହାବ୍ୟତୀତ ବିଭିନ୍ନ ରାଷ୍ଟ୍ରମାନଙ୍କ ପକ୍ଷରୁ ୟୁକ୍ରେନକୁ ସାମରିକ ସହାୟତା ମଧ୍ୟ ରାଷ୍ଟ୍ରପତି ପୁତିନଙ୍କ ପାଇଁ କ୍ଷୋଭର ବିଷୟ ପାଲଟିଛି। ଏହାକୁ ନେଇ ଯୁଦ୍ଧଖୋର ପୁତିନ ପରମାଣୁ ଯୁଦ୍ଧର ସଙ୍କେତ ଦେଇଥିବାବେଳେ ୟୁରୋପୀୟ ନେତାଙ୍କ ସହ ବାଇଡେନଙ୍କ ଆଲୋଚନା ପୁତିନଙ୍କୁ ଆହୁରି କ୍ଷତାକ୍ତ କରିବ ଆଶଙ୍କା ପାଇଛି। ସ୍ଥିତି ଗମ୍ଭୀର ହେଲେ ବିଶ୍ବ କେତେ ବେଳେ ଯୁଦ୍ଧମୁହାଁ ହୋଇପଡ଼ିବ ସେଥିନେଇ ରାଜନୀତିକ ବିଶେଷଜ୍ଞମାନେ ଏବେ ଠାରୁ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

22 Mar 2022 By The Sakala

ଋଷ- ୟୁକ୍ରେନ ଯୁଦ୍ଧ ପ୍ରଭାବ: ତୃତୀୟ ବିଶ୍ୱଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତି !

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୨୬ ଦିନ ଅତିକ୍ରମ କରିଛି। ଯୁଦ୍ଧ ବିରତି ସହ ରୁଷ ସେନାର ନରସଂହାର ବନ୍ଦ ପାଇଁ ବିଭିନ୍ନ ମଞ୍ଚରେ ଆଲୋଚନା ହୋଇଥିଲେ ହେଁ କୌଣସି ଗୋଟିଏ ଆଲୋଚନା ଏଯାବତ୍ ସଫଳ ହୋଇପାରି ନାହିଁ। ବରଂ ୟୁକ୍ରେନରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ବଂସ ବିଧ୍ୱସ୍ତ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ନାଗରିକ ବିଭିନ୍ନ ରାଷ୍ଟ୍ରରେ ଶରଣାର୍ଥୀ ପାଲଟିଛନ୍ତି | ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିନି ତିନିଥର ଶାନ୍ତି ଆଲୋଚନା ହୋଇଛି। ହେଲେ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ବାଟ ବାହାରିପାରି ନାହିଁ । ଏଭଳି ସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଗତକାଲି ଦେଇଥିବା ବୟାନ ସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥରକ ଆଲୋଚନା ବିଫଳ ହେଲେ ବିଶ୍ୱ ଯୁଦ୍ଧ ନିଶ୍ଚିତ ବୋଲି ଜେଲେନସ୍କି କହିବା ସାରା ବିଶ୍ବ ପାଇଁ ଭୟବହତାର ଆଶଙ୍କା ବଢାଇଛି। ଏହାମଧ୍ୟରେ ଆଉ ଏକ ଖବର ତୃତୀୟ ବିଶ୍ବ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତିକୁ ଦର୍ଶାଉଛି। ଆସନ୍ତା ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁରୋପ ଗସ୍ତ କରିବା ସହିତ ପୋଲାଣ୍ଡ ଗସ୍ତରେ ଯିବେ ବୋଲି ହ୍ଵାଇଟ ହାଉସ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ବାଇଡେନ ପ୍ରଥମେ ବ୍ରୁସେଲ୍ସ ଠାରେ ୟୁରୋପୀୟ ସଂଘ ନେତାଙ୍କ ସହ ଆଲୋଚନା କରିବା ପରେ ଶୁକ୍ରବାର ପୋଲାଣ୍ଡ

ଯିବେ ତେବେ ତାଙ୍କର ଅଚାନକ ୟୁରୋପ ଗସ୍ତକୁ ନେଇ ସାମରିକ ବିଶେଷଜ୍ଞମାନେ ଆଶଙ୍କିତ ହୋଇପଡ଼ିଛନ୍ତି। ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରମାନଙ୍କ ଆର୍ଥିକ ଦିଗରୁ ବାସନ୍ଦ ହୋଇପଡ଼ିଥିବା ରୁଷିଆ ଏବେ ରକ୍ତ ଚାଉଳ ଚୋବାଉଛି ।ଏହାବ୍ୟତୀତ ବିଭିନ୍ନ ରାଷ୍ଟ୍ରମାନଙ୍କ ପକ୍ଷରୁ ୟୁକ୍ରେନକୁ ସାମରିକ ସହାୟତା ମଧ୍ୟ ରାଷ୍ଟ୍ରପତି ପୁତିନଙ୍କ ପାଇଁ କ୍ଷୋଭର ବିଷୟ ପାଲଟିଛି। ଏହାକୁ ନେଇ ଯୁଦ୍ଧଖୋର ପୁତିନ ପରମାଣୁ ଯୁଦ୍ଧର ସଙ୍କେତ ଦେଇଥିବାବେଳେ ୟୁରୋପୀୟ ନେତାଙ୍କ ସହ ବାଇଡେନଙ୍କ ଆଲୋଚନା ପୁତିନଙ୍କୁ ଆହୁରି କ୍ଷତାକ୍ତ କରିବ ଆଶଙ୍କା ପାଇଛି। ସ୍ଥିତି ଗମ୍ଭୀର ହେଲେ ବିଶ୍ବ କେତେ ବେଳେ ଯୁଦ୍ଧମୁହାଁ ହୋଇପଡ଼ିବ ସେଥିନେଇ ରାଜନୀତିକ ବିଶେଷଜ୍ଞମାନେ ଏବେ ଠାରୁ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର