ପିଲାଙ୍କୁ ମିଳିବ କରୋନା ଟିକା, ୨ ରୁ ୧୮ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନ୍କୁ ଡିସିଜିଆଇର ଅନୁମତି

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ ଖୁବ୍‌ଶିଘ୍ର ପିଲାମାନଙ୍କୁ ଦିଆଯିବ କରୋନା ଟିକା। ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ମିଳିବ କରୋନା ଟିକା। ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ ଡିସିଜିଆଇର ଅନୁମତି ଦେଇଛି। ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା । କରୋନା ଭାଇରସ୍ ବିରୋଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା। […]

ନୂଆଦିଲ୍ଲୀ : ଦେଶରେ ଖୁବ୍‌ଶିଘ୍ର ପିଲାମାନଙ୍କୁ ଦିଆଯିବ କରୋନା ଟିକା। ୨ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର ମାନଙ୍କୁ ମିଳିବ କରୋନା ଟିକା। ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ ଡିସିଜିଆଇର ଅନୁମତି ଦେଇଛି। ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା । କରୋନା ଭାଇରସ୍ ବିରୋଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା। ଏଥି ସହିତ ପିଲାମାନଙ୍କ ଉପରେ ମଧ୍ୟ ହୋଇଥିବା ପରୀକ୍ଷଣରେ କୋଭାକ୍ସିନ୍ ଟିକା କୌଣସି କ୍ଷତି ଘଟାଇଥିବା ସୂଚନା ନାହିଁ । କୋଭାକ୍ସିନ୍ ଦେଶର ପ୍ରଥମ ଟିକା ହୋଇପାରିଛି ଯାହା ପିଲାମାନଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦିତ ହୋଇଛି।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ


ତେବେ ଖୁବଶୀଘ୍ର ପିଲାମାନଙ୍କୁ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ । ତା ପରେ ହିଁ ପିଲାଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯିବ। ପୂର୍ବରୁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ କେବଳ ୧୨ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରିବାକୁ ଅନୁମତି ମିଳିଥିଲା। ହେଲେ କୋଭାକ୍ସିନ ଦେଶର ପ୍ରଥମ ଟିକା ଭାବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ। ପିଲାମାନଙ୍କ ଉପରେ ଟୀକାକରଣ ପାଇଁ ଅନୁମୋଦନ ହେବା ପୂର୍ବରୁ କୋଭାକ୍ସିନଙ୍କୁ ଏକ ଦୀର୍ଘ ପରୀକ୍ଷା ଦେଇ ଗତି କରିବାକୁ ପଡିଛି | ଭାରତ ବାୟୋଟେକ୍ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ ତିନି ପର୍ଯ୍ୟାୟ ପରୀକ୍ଷା ଶେଷ କରିଥିଲେ । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବରରେ ସମାପ୍ତ ହୋଇଥିଲା ।ଏହା ପରେ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରାଯାଇଛି।

ବୟସ୍କମାନଙ୍କ ପରି ପିଲାମାନଙ୍କୁ ମଧ୍ୟ କୋଭାକ୍ସିନର ଦୁଇଟି ଟିକା ଦିଆଯିବ । ଟିକାର ଦୁଇଟି ଯାକ ଡୋଜ୍‌ ଛୋଟ ପିଲାମାନଙ୍କୁ ୨୦ ଦିନର ବ୍ୟବଧାନ ମଧ୍ୟରେ ଦିଆଯିବ। ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ୨୮ ଦିନ ବ୍ୟବଧାନରେ ଦିଆଯାଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର