୧୨ଟି ସୁଖୋଇ-୩୦MKI ବିମାନ କିଣିବାକୁ ସରକାରଙ୍କ ମଞ୍ଜୁରୀ, ବଢିବ ଭାରତୀୟ ବାୟୁସେନାର ଶକ୍ତି

The Sakala Picture
Published On

ନୂଆଦିଲ୍ଲୀ : ଦିନକୁ ଦିନ ବୃଦ୍ଧି ପାଉଛି ଭାରତୀୟ ବାୟୁସେନାର ଶକ୍ତି। ଧିରେ ଧିରେ ବାୟୁସେନାର ବିଶ୍ବର ସବୁ ଅତ୍ୟାଧୁନିକ ଉପକରଣ ସହ ସଜ୍ଜିତ ହେଉଛି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟକୁ ଅନୁମୋଦନ କରିଛି। କୁହାଯାଇଥିଲା ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୨ଟି ସୁଖୋଇ ୩୦ MKI ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି। ବିଶେଷ କଥା ହେଉଛି ଏହି ସମସ୍ତ ବିମାନ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ […]

ନୂଆଦିଲ୍ଲୀ : ଦିନକୁ ଦିନ ବୃଦ୍ଧି ପାଉଛି ଭାରତୀୟ ବାୟୁସେନାର ଶକ୍ତି। ଧିରେ ଧିରେ ବାୟୁସେନାର ବିଶ୍ବର ସବୁ ଅତ୍ୟାଧୁନିକ ଉପକରଣ ସହ ସଜ୍ଜିତ ହେଉଛି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟକୁ ଅନୁମୋଦନ କରିଛି। କୁହାଯାଇଥିଲା ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୨ଟି ସୁଖୋଇ ୩୦ MKI ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି। ବିଶେଷ କଥା ହେଉଛି ଏହି ସମସ୍ତ ବିମାନ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ହିନ୍ଦୁସ୍ତାନ ଏରୋନେଟିକ୍ସ (ହାଲ୍) ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ହେବ।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏହି ପ୍ରତିରକ୍ଷା ଚୁକ୍ତିରେ ବିମାନ ଏବଂ ଗ୍ରାଉଣ୍ଡ ସିଷ୍ଟମ ଅନ୍ତର୍ଭୁକ୍ତ ହେବ। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଆବଶ୍ୟକତା ଅନୁଯାୟୀ ଏହି ବିମାନରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଅନ୍ତର୍ଭୂକ୍ତ ହେବ। ଏହା ଭାରତୀୟ ବାୟୁସେନାର ସବୁଠାରୁ ଆଧୁନିକ ସୁଖୋଇ ୩୦ MKI ବିମାନ ହେବ ଯାହା ଅନେକ ଭାରତୀୟ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ସଜ୍ଜିତ ହେବ। ଏହି ବିମାନଗୁଡ଼ିକ ସମ୍ପୂର୍ଣ୍ଣ ଆଧୁନିକ ଏବଂ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସଜ୍ଜିତ ହେବ।

ଆହୁରି ପଢ଼ନ୍ତୁ: ଜାଲୌନରେ ପ୍ରେମୀଯୁଗଳଙ୍କ ହାଇ ଭୋଲଟେଜ୍ ଡ୍ରାମା: ବିବାହକୁ ପରିବାରର ସ୍ୱୀକୃତି ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳିଲେ

ପ୍ରତିରକ୍ଷା  ଅଧିକାରୀଙ୍କ କହିବା ମୁତାବକ ୧୧ହଜାର କୋଟି ଟଙ୍କାର ଏହି ପରିଯୋଜନାରେ ବିମାନ ଓ ଏହା ସମ୍ବନ୍ଧିତ ଗ୍ରାଉଣ୍ଡ ସିଷ୍ଟମ ସାମିଲ ହେବ । ବିମାନର ଆବଶ୍ୟକତା ମୁତାବକ ସାମଗ୍ରୀ ସାମିଲ କରାଯିବ । ସୂଚନା ମୁତାବକ ଏହି ୧୨ଟି ବିମାନ ସେହି ୧୨ଟି ବିମାନ ସ୍ଥାନରେ ଆସିବ ଯାହା ପୂର୍ବରୁ ଦୁର୍ଘଟଣା କାରଣରୁ ନଷ୍ଟ ହୋଇଯାଇଛି । ଏହି ବିମାନର ସ୍ୱତନ୍ତ୍ରତା ହେଉଛି ଏହା ଆକାଶରୁ ମାଟି ଓ ମାଟିରୁ ଆକାଶ ଏକା ସାଥୀରେ ଯୁଦ୍ଧ ଲଢିପାରିବ । ଏହି ବିମାନକୁ ଭାରତୀୟ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ଗଣନା କରାଯାଏ । ଏହାର ସ୍ୱତନ୍ତ୍ରତା ହେଉଛି ଏହା ତୀବ୍ର ଏବଂ ଧୀର ଗତିରେ ମଧ୍ୟରେ ପବନରେ ନିଜର କଳା କୌଶଳ ଦେଖାଇବାରେ ସମର୍ଥ ହୋଇଥାଏ । ଏହି ବିମାନରେ ଦୁଇଟି ଇଂଜିନ ସହ ଦୁଇଜଣ ଚାଳକ ବସିବା ପାଇଁ ସ୍ଥାନ ରହିଥାଏ । ସୁଖୋଇ ବିମାନ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ରଖିଛି । ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ଉତକ୍ଷେପଣ ପାଇଁ ଏହି ବିମାନଗୁଡିକ ମଧ୍ୟରୁ କେତେକକୁ ମଧ୍ୟ ନବୀକରଣ କରାଯିବ। ସୁଖୋଇ ଘଣ୍ଟା ପ୍ରତି ୨୧୦୦ କିଲୋମିଟର ବେଗରେ ଉଡିଥାଏ।

ଆହୁରି ପଢ଼ନ୍ତୁ: ୧୨ ମାସରେ ୧୩ ଥର ରିଚାର୍ଜ; ପ୍ରିପେଡ୍ ମୋବାଇଲ୍ ‘ଲୁଟ୍’ ନେଇ ସଂସଦରେ ଗର୍ଜିଲେ ରାଘବ ଚଢା

15 Sep 2023 By The Sakala

୧୨ଟି ସୁଖୋଇ-୩୦MKI ବିମାନ କିଣିବାକୁ ସରକାରଙ୍କ ମଞ୍ଜୁରୀ, ବଢିବ ଭାରତୀୟ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ : ଦିନକୁ ଦିନ ବୃଦ୍ଧି ପାଉଛି ଭାରତୀୟ ବାୟୁସେନାର ଶକ୍ତି। ଧିରେ ଧିରେ ବାୟୁସେନାର ବିଶ୍ବର ସବୁ ଅତ୍ୟାଧୁନିକ ଉପକରଣ ସହ ସଜ୍ଜିତ ହେଉଛି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟକୁ ଅନୁମୋଦନ କରିଛି। କୁହାଯାଇଥିଲା ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୨ଟି ସୁଖୋଇ ୩୦ MKI ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି। ବିଶେଷ କଥା ହେଉଛି ଏହି ସମସ୍ତ ବିମାନ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ହିନ୍ଦୁସ୍ତାନ ଏରୋନେଟିକ୍ସ (ହାଲ୍) ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ହେବ।

ଏହି ପ୍ରତିରକ୍ଷା ଚୁକ୍ତିରେ ବିମାନ ଏବଂ ଗ୍ରାଉଣ୍ଡ ସିଷ୍ଟମ ଅନ୍ତର୍ଭୁକ୍ତ ହେବ। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଆବଶ୍ୟକତା ଅନୁଯାୟୀ ଏହି ବିମାନରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଅନ୍ତର୍ଭୂକ୍ତ ହେବ। ଏହା ଭାରତୀୟ ବାୟୁସେନାର ସବୁଠାରୁ ଆଧୁନିକ ସୁଖୋଇ ୩୦ MKI ବିମାନ ହେବ ଯାହା ଅନେକ ଭାରତୀୟ ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସହିତ ସଜ୍ଜିତ ହେବ। ଏହି ବିମାନଗୁଡ଼ିକ ସମ୍ପୂର୍ଣ୍ଣ ଆଧୁନିକ ଏବଂ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସଜ୍ଜିତ ହେବ।

ପ୍ରତିରକ୍ଷା  ଅଧିକାରୀଙ୍କ କହିବା ମୁତାବକ ୧୧ହଜାର କୋଟି ଟଙ୍କାର ଏହି ପରିଯୋଜନାରେ ବିମାନ ଓ ଏହା ସମ୍ବନ୍ଧିତ ଗ୍ରାଉଣ୍ଡ ସିଷ୍ଟମ ସାମିଲ ହେବ । ବିମାନର ଆବଶ୍ୟକତା ମୁତାବକ ସାମଗ୍ରୀ ସାମିଲ କରାଯିବ । ସୂଚନା ମୁତାବକ ଏହି ୧୨ଟି ବିମାନ ସେହି ୧୨ଟି ବିମାନ ସ୍ଥାନରେ ଆସିବ ଯାହା ପୂର୍ବରୁ ଦୁର୍ଘଟଣା କାରଣରୁ ନଷ୍ଟ ହୋଇଯାଇଛି । ଏହି ବିମାନର ସ୍ୱତନ୍ତ୍ରତା ହେଉଛି ଏହା ଆକାଶରୁ ମାଟି ଓ ମାଟିରୁ ଆକାଶ ଏକା ସାଥୀରେ ଯୁଦ୍ଧ ଲଢିପାରିବ । ଏହି ବିମାନକୁ ଭାରତୀୟ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ଗଣନା କରାଯାଏ । ଏହାର ସ୍ୱତନ୍ତ୍ରତା ହେଉଛି ଏହା ତୀବ୍ର ଏବଂ ଧୀର ଗତିରେ ମଧ୍ୟରେ ପବନରେ ନିଜର କଳା କୌଶଳ ଦେଖାଇବାରେ ସମର୍ଥ ହୋଇଥାଏ । ଏହି ବିମାନରେ ଦୁଇଟି ଇଂଜିନ ସହ ଦୁଇଜଣ ଚାଳକ ବସିବା ପାଇଁ ସ୍ଥାନ ରହିଥାଏ । ସୁଖୋଇ ବିମାନ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ରଖିଛି । ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ଉତକ୍ଷେପଣ ପାଇଁ ଏହି ବିମାନଗୁଡିକ ମଧ୍ୟରୁ କେତେକକୁ ମଧ୍ୟ ନବୀକରଣ କରାଯିବ। ସୁଖୋଇ ଘଣ୍ଟା ପ୍ରତି ୨୧୦୦ କିଲୋମିଟର ବେଗରେ ଉଡିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର