ଆମେରିକାକୁ ପରମାଣୁ ଆକ୍ରମଣ ଭୟ, କିଣିଲା ୨୩୮୮ କୋଟିର ଆୟୋଡିନ୍‌ ବଟିକା

The Sakala Picture
Published On

ୱାଶିଂଟନ: ରୁଷ୍‌-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଅନେକ ଥରେ ପରମାଣୁ ଆକ୍ରମଣ ନେଇ ଚେତାବନୀ ଦେଇଛିନ୍ତି। ଏହି ପରମାଣୁ ଯୁଦ୍ଧ ଆଶଙ୍କାରେ ଆମେରିକା ଭୟଭତୀ ହୋଇଯାଇଛି। ତେଣୁ ପରମାଣୁ ବିକିରଣରୁ ବର୍ତ୍ତିବା ଲାଗି ୱାଶିଂଟନ ଆଗୁଆ ପଦକ୍ଷେପ ନେବାରେ ଲାଗିଛି। ଏହି ଦେଶ ଗତ ୨ ତାରିଖରେ ୨,୩୮୯ କୋଟି ଟଙ୍କାର ଆୟୋଡିନ ବଟିକା କିଣିବାକୁ ଘୋଷଣା କରିଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା […]

ୱାଶିଂଟନ: ରୁଷ୍‌-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଅନେକ ଥରେ ପରମାଣୁ ଆକ୍ରମଣ ନେଇ ଚେତାବନୀ ଦେଇଛିନ୍ତି। ଏହି ପରମାଣୁ ଯୁଦ୍ଧ ଆଶଙ୍କାରେ ଆମେରିକା ଭୟଭତୀ ହୋଇଯାଇଛି। ତେଣୁ ପରମାଣୁ ବିକିରଣରୁ ବର୍ତ୍ତିବା ଲାଗି ୱାଶିଂଟନ ଆଗୁଆ ପଦକ୍ଷେପ ନେବାରେ ଲାଗିଛି। ଏହି ଦେଶ ଗତ ୨ ତାରିଖରେ ୨,୩୮୯ କୋଟି ଟଙ୍କାର ଆୟୋଡିନ ବଟିକା କିଣିବାକୁ ଘୋଷଣା କରିଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଏକାଥରକେ ଏତେ ମାତ୍ରାରେ ଆୟୋଡିନ ବଟିକା କିଣୁଛିି। ରସାୟନିକ, ଜୈବିକ, ରେଡିଓ ଲୋଜିକାଲ ଏବଂ ପରମାଣୁ ଆକ୍ରମଣରୁ ବର୍ତ୍ତିବା ଲାଗି ଏହି ଔଷଧ କ୍ରୟ କରାଯାଇଛି ବୋଲି ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଆମେରିକା ନୁହେଁ, ୟୁରୋପରେ ମଧ୍ୟ ପରମାଣୁ ଔଷଧର ବିକ୍ରି ବୃଦ୍ଧି ପାଇଛିିି। ରୁଷ ଏବଂ ୟୁକ୍ରେନକୁ ଲାଗି ରହିଥିବା ପୋଲାଣ୍ଡର ରାଜଧାନୀରେ ଏହି ପ୍ରକାରର ଔଷଧ ବିତରଣ ପାଇଁ ୬୦୦ରୁ ଊର୍ଦ୍ଧ୍ବ କେନ୍ଦ୍ର ଖୋଲାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ୨୦ ବିଲିୟନ ଡଲାର ନିବେଶ ସହ ମିଳିବ ୫୦୦୦ ଭିସା

ପୋଲାଣ୍ଡର ସମସ୍ତ ୧୬ ପ୍ରଦେଶରେ ଏହି ଭଳି କେନ୍ଦ୍ର ବନାଯାଇଛି। ମାଲୋପୋଲସ୍କା ପ୍ରଦେଶର ୩୪ ଲକ୍ଷ ଲୋକଙ୍କ ପାଇଁ ସରକାର ୫୫ ଲକ୍ଷ ଆୟୋଡିନ ବଟିକା ପଠାଇଛନ୍ତିି। ପୋମେରାନିଆର ୨୩ ଲକ୍ଷ ଲୋକଙ୍କ ପାଇଁ ୪୦ ଲକ୍ଷ ବଟିକା ମହଜୁଦ ରଖାଯାଇଛି। ୟୁରୋପୀୟ ସଂଘ (ଇୟୁ) ୟୁକ୍ରେନକୁ ୫୫ ଲକ୍ଷ ପୋଟାସିୟମ ଆୟୋଡାଇଡ ବଟିକା ପଠାଇବାକୁ କହିଛି। ବ୍ରିଟେନର ମଧ୍ୟ ସମାନ ସ୍ଥିତି ରହିଛି। ଅକ୍ସଫୋର୍ଡ ହେଲ୍‌ଥ କମ୍ପାନ ଅନୁଯାୟୀ ପୋଟାସିୟମ ଆୟୋଡାଇଡର ୧୫୦ ଏମଜିର ବିକ୍ରିରେ ଦ୍ରୁତ ବୃଦ୍ଧି ଘଟିଛି। କମ୍ପାନୀର ୱେବସାଇଟ ଭ୍ୟୁ ମଧ୍ୟ ୧୫ ହଜାର ପ୍ରତିଶତ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ମେ’ ପହିଲାରୁ ପୁଣି ମହଙ୍ଗା ହୋଇପାରେ ଏଲ୍‌ପିଜି ସିଲିଣ୍ଡର, ବଦଳିପାରେ ବୁକିଂ ନିୟମ

ଆମେରିକା ଭଳି ଦେଶ ଆୟୋଡିନ୍ ବଟିକା ଠୁଳ କରିବା ପଛରେ ପୁତିନଙ୍କ ଧମକ ଥିବା କୁହାଯାଉଛି। ସେପ୍ଟେମ୍ବର ୨୪ରେ ପୁତିନ ଦେଶର ସୁରକ୍ଷା ପାଇଁ ସବୁଠାରୁ ଭୟାନକ ଅସ୍ତ୍ର ମଧ୍ୟ ବ୍ୟବହାର କରିବୁ ବୋଲି କହିଥିଲେ। ଦେଶ ପାକରେ ବିଶ୍ବର ସବୁଠାରୁ ବିପଜ୍ଜନକ ଅସ୍ତ୍ର ରହିଛି ।  ପାଶ୍ଚାତ୍ୟ ଦେଶ ତାଙ୍କ ଧମକକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ସେ ଚେତାଇ ଦେଇଥିଲେ। ପୁତିନଙ୍କ ଧମକ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ୭ ତାରିଖରେ ଏହାର ଜବାବ ଦେଇଥିଲେ। ବିଶ୍ବ ଶେଷ ଯୁଦ୍ଧମୁହାଁ ବୋଲି ସେ କହିଥିଲେ। ଏହା ପରଠାରୁ ପରମାଣୁ ଯୁଦ୍ଧ ଆଶଙ୍କା ଜୋର୍‌ ଧରିଥିଲା । ବାଇଡେନଙ୍କ ମନ୍ତବ୍ୟର ୫ ଦିନ ପୂର୍ବରୁ ସରକାର ଆୟୋଡିନ ବଟିକା କିଣିବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ: ଗାଜିଆବାଦର ଇନ୍ଦିରାପୁରମ୍ ସ୍ଥିତ ଗୌର ଗ୍ରୀନ୍ ଏଭେନ୍ୟୁ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଫ୍ଲାଟ୍

ପରମାଣୁ ଆକ୍ରମଣ ସମୟରେ ଏହି ବଟିକା ଜୀବନ ବଞ୍ଚାଇଥାଏ । ଯେଉଁ ଅଂଚଳରେ ପରମାଣୁ ଆକ୍ରମଣ ହୁଏ ସେଠାକାର ବାୟୁମଣ୍ଡଳରେ ରେଡିଓଆକ୍ଟିଭ ଆୟୋଡିନ୍ ଭାସିବାକୁ ଲାଗେ। ଏହାକୁ ଦେଖି କିମ୍ବା ଛୁଇଁ ହୁଏନାହିଁ । ଏହାର କୌଣସି ବାସ୍ନା ମଧ୍ୟ ନ ଥାଏ । ରେଡିଓଆକ୍ଟିଭ୍ ଆୟୋଡିନ୍ ବା ଆଇ-୧୩୧ ଶରୀରରେ ପ୍ରବେଶ କରି କ୍ୟାନସର, ଟ୍ୟୁମର, ଲୁକୋମିଆ, ଆଖି ରୋଗ ସୃଷ୍ଟି କରିବା ସହିତ ମାନସିକ ଅବସାଦର କାରଣ ହୋଇଥାଏ । ଆଇ-୧୩୧ ସଂସ୍ପର୍ଶରେ ଆସିବାର କେଇ ଘଣ୍ଟା କିମ୍ବା ଦିନ ମଧ୍ୟରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ଏହିଭଳି ସମୟରେ ପ୍ରାକୃତିକ ଆୟୋଡିନ୍ କାମରେ ଆସିଥାଏ ।

ପ୍ରାକୃତିକ ଆୟୋଡିନ୍ ୩୭ ପ୍ରକାରର ହୋଇଥାଏ । ଏହା ମଧ୍ୟରୁ ଆୟୋଡିନ୍-୧୨୭ ମନୁଷ୍ୟକୁ ରକ୍ଷା କରିଥାଏ । ଏହି ଆୟୋଡିନ୍ ଆଇ ୧୩୧ରୁ ମଣିଷକୁ ସୁରକ୍ଷା ଦେଇଥାଏ । ପୋଟାସିୟମ ଓ ଆୟୋଡିନକୁ ମିଶାଇ ପୋଟାସିୟମ ଆୟୋଡାଇଡ୍ ବଟିକା ତିଆରି ହୋଇଥାଏ। ଏହି ବଟିକା ଖାଇଲେ ଆଇ ୧୩୧ ଆୟୋଡିନ୍ ଶରୀର ମଧ୍ୟକୁ ପ୍ରବେଶ କରି ନ ଥାଏ । ଏଥିପାଇଁ ଆମେରିକା ଭଳି ଦେଶ ପୋଟାସିୟମ୍ ଆୟୋଡାଇଡ୍ ଔଷଧ ମହଜୁଦ ରଖୁଛନ୍ତି ।

12 Oct 2022 By The Sakala

ଆମେରିକାକୁ ପରମାଣୁ ଆକ୍ରମଣ ଭୟ, କିଣିଲା ୨୩୮୮ କୋଟିର ଆୟୋଡିନ୍‌ ବଟିକା

ୱାଶିଂଟନ: ରୁଷ୍‌-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଅନେକ ଥରେ ପରମାଣୁ ଆକ୍ରମଣ ନେଇ ଚେତାବନୀ ଦେଇଛିନ୍ତି। ଏହି ପରମାଣୁ ଯୁଦ୍ଧ ଆଶଙ୍କାରେ ଆମେରିକା ଭୟଭତୀ ହୋଇଯାଇଛି। ତେଣୁ ପରମାଣୁ ବିକିରଣରୁ ବର୍ତ୍ତିବା ଲାଗି ୱାଶିଂଟନ ଆଗୁଆ ପଦକ୍ଷେପ ନେବାରେ ଲାଗିଛି। ଏହି ଦେଶ ଗତ ୨ ତାରିଖରେ ୨,୩୮୯ କୋଟି ଟଙ୍କାର ଆୟୋଡିନ ବଟିକା କିଣିବାକୁ ଘୋଷଣା କରିଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଏକାଥରକେ ଏତେ ମାତ୍ରାରେ ଆୟୋଡିନ ବଟିକା କିଣୁଛିି। ରସାୟନିକ, ଜୈବିକ, ରେଡିଓ ଲୋଜିକାଲ ଏବଂ ପରମାଣୁ ଆକ୍ରମଣରୁ ବର୍ତ୍ତିବା ଲାଗି ଏହି ଔଷଧ କ୍ରୟ କରାଯାଇଛି ବୋଲି ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି। କେବଳ ଆମେରିକା ନୁହେଁ, ୟୁରୋପରେ ମଧ୍ୟ ପରମାଣୁ ଔଷଧର ବିକ୍ରି ବୃଦ୍ଧି ପାଇଛିିି। ରୁଷ ଏବଂ ୟୁକ୍ରେନକୁ ଲାଗି ରହିଥିବା ପୋଲାଣ୍ଡର ରାଜଧାନୀରେ ଏହି ପ୍ରକାରର ଔଷଧ ବିତରଣ ପାଇଁ ୬୦୦ରୁ ଊର୍ଦ୍ଧ୍ବ କେନ୍ଦ୍ର ଖୋଲାଯାଇଛି।

ପୋଲାଣ୍ଡର ସମସ୍ତ ୧୬ ପ୍ରଦେଶରେ ଏହି ଭଳି କେନ୍ଦ୍ର ବନାଯାଇଛି। ମାଲୋପୋଲସ୍କା ପ୍ରଦେଶର ୩୪ ଲକ୍ଷ ଲୋକଙ୍କ ପାଇଁ ସରକାର ୫୫ ଲକ୍ଷ ଆୟୋଡିନ ବଟିକା ପଠାଇଛନ୍ତିି। ପୋମେରାନିଆର ୨୩ ଲକ୍ଷ ଲୋକଙ୍କ ପାଇଁ ୪୦ ଲକ୍ଷ ବଟିକା ମହଜୁଦ ରଖାଯାଇଛି। ୟୁରୋପୀୟ ସଂଘ (ଇୟୁ) ୟୁକ୍ରେନକୁ ୫୫ ଲକ୍ଷ ପୋଟାସିୟମ ଆୟୋଡାଇଡ ବଟିକା ପଠାଇବାକୁ କହିଛି। ବ୍ରିଟେନର ମଧ୍ୟ ସମାନ ସ୍ଥିତି ରହିଛି। ଅକ୍ସଫୋର୍ଡ ହେଲ୍‌ଥ କମ୍ପାନ ଅନୁଯାୟୀ ପୋଟାସିୟମ ଆୟୋଡାଇଡର ୧୫୦ ଏମଜିର ବିକ୍ରିରେ ଦ୍ରୁତ ବୃଦ୍ଧି ଘଟିଛି। କମ୍ପାନୀର ୱେବସାଇଟ ଭ୍ୟୁ ମଧ୍ୟ ୧୫ ହଜାର ପ୍ରତିଶତ ବୃଦ୍ଧି ପାଇଛି।

ଆମେରିକା ଭଳି ଦେଶ ଆୟୋଡିନ୍ ବଟିକା ଠୁଳ କରିବା ପଛରେ ପୁତିନଙ୍କ ଧମକ ଥିବା କୁହାଯାଉଛି। ସେପ୍ଟେମ୍ବର ୨୪ରେ ପୁତିନ ଦେଶର ସୁରକ୍ଷା ପାଇଁ ସବୁଠାରୁ ଭୟାନକ ଅସ୍ତ୍ର ମଧ୍ୟ ବ୍ୟବହାର କରିବୁ ବୋଲି କହିଥିଲେ। ଦେଶ ପାକରେ ବିଶ୍ବର ସବୁଠାରୁ ବିପଜ୍ଜନକ ଅସ୍ତ୍ର ରହିଛି ।  ପାଶ୍ଚାତ୍ୟ ଦେଶ ତାଙ୍କ ଧମକକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ସେ ଚେତାଇ ଦେଇଥିଲେ। ପୁତିନଙ୍କ ଧମକ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ୭ ତାରିଖରେ ଏହାର ଜବାବ ଦେଇଥିଲେ। ବିଶ୍ବ ଶେଷ ଯୁଦ୍ଧମୁହାଁ ବୋଲି ସେ କହିଥିଲେ। ଏହା ପରଠାରୁ ପରମାଣୁ ଯୁଦ୍ଧ ଆଶଙ୍କା ଜୋର୍‌ ଧରିଥିଲା । ବାଇଡେନଙ୍କ ମନ୍ତବ୍ୟର ୫ ଦିନ ପୂର୍ବରୁ ସରକାର ଆୟୋଡିନ ବଟିକା କିଣିବାକୁ ନିଷ୍ପତ୍ତି ନେଇଥିଲେ।

ପରମାଣୁ ଆକ୍ରମଣ ସମୟରେ ଏହି ବଟିକା ଜୀବନ ବଞ୍ଚାଇଥାଏ । ଯେଉଁ ଅଂଚଳରେ ପରମାଣୁ ଆକ୍ରମଣ ହୁଏ ସେଠାକାର ବାୟୁମଣ୍ଡଳରେ ରେଡିଓଆକ୍ଟିଭ ଆୟୋଡିନ୍ ଭାସିବାକୁ ଲାଗେ। ଏହାକୁ ଦେଖି କିମ୍ବା ଛୁଇଁ ହୁଏନାହିଁ । ଏହାର କୌଣସି ବାସ୍ନା ମଧ୍ୟ ନ ଥାଏ । ରେଡିଓଆକ୍ଟିଭ୍ ଆୟୋଡିନ୍ ବା ଆଇ-୧୩୧ ଶରୀରରେ ପ୍ରବେଶ କରି କ୍ୟାନସର, ଟ୍ୟୁମର, ଲୁକୋମିଆ, ଆଖି ରୋଗ ସୃଷ୍ଟି କରିବା ସହିତ ମାନସିକ ଅବସାଦର କାରଣ ହୋଇଥାଏ । ଆଇ-୧୩୧ ସଂସ୍ପର୍ଶରେ ଆସିବାର କେଇ ଘଣ୍ଟା କିମ୍ବା ଦିନ ମଧ୍ୟରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ । ଏହିଭଳି ସମୟରେ ପ୍ରାକୃତିକ ଆୟୋଡିନ୍ କାମରେ ଆସିଥାଏ ।

ପ୍ରାକୃତିକ ଆୟୋଡିନ୍ ୩୭ ପ୍ରକାରର ହୋଇଥାଏ । ଏହା ମଧ୍ୟରୁ ଆୟୋଡିନ୍-୧୨୭ ମନୁଷ୍ୟକୁ ରକ୍ଷା କରିଥାଏ । ଏହି ଆୟୋଡିନ୍ ଆଇ ୧୩୧ରୁ ମଣିଷକୁ ସୁରକ୍ଷା ଦେଇଥାଏ । ପୋଟାସିୟମ ଓ ଆୟୋଡିନକୁ ମିଶାଇ ପୋଟାସିୟମ ଆୟୋଡାଇଡ୍ ବଟିକା ତିଆରି ହୋଇଥାଏ। ଏହି ବଟିକା ଖାଇଲେ ଆଇ ୧୩୧ ଆୟୋଡିନ୍ ଶରୀର ମଧ୍ୟକୁ ପ୍ରବେଶ କରି ନ ଥାଏ । ଏଥିପାଇଁ ଆମେରିକା ଭଳି ଦେଶ ପୋଟାସିୟମ୍ ଆୟୋଡାଇଡ୍ ଔଷଧ ମହଜୁଦ ରଖୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର