ଅଜିତ ପାୱାର ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ‘ବ୍ଲାକ୍ ବକ୍ସ’, ତଦନ୍ତ ପରେ ଜଣାପଡିବ କ୍ରାସ୍ ର କାରଣ...

Madhusudan Das Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରର ବାରାମତୀ ନିକଟରେ ଘଟିଥିବା ଭୟାବହ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜାନୁଆରୀ ୨୮ତାରିଖରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ଅନ୍ୟ ୪ ଜଣଙ୍କର ପ୍ରାଣହାନୀ ଘଟିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୁରୁବାର ସ୍ପଷ୍ଟ କରିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍ ବକ୍ସ’କୁ ସଫଳତାର ସହ ଉଦ୍ଧାର କରାଯାଇଛି, ଯାହା ଦୁର୍ଘଟଣାର କାରଣ ଜାଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ: ସାବଧାନ ! ଏକୁଟିଆ ବ୍ୟାଗ୍ ଧରି ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ର ତିନିଜଣିଆ ଟିମ୍ ଏବଂ ଡିଜିସିଏ (DGCA) ର ଅନ୍ୟ ଏକ ଟିମ୍ ଜାନୁଆରୀ ୨୮ ତାରିଖରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ। AAIB ର ମହାନିର୍ଦ୍ଦେଶକ ମଧ୍ୟ ସେହିଦିନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଉଦ୍ଧାର ହୋଇଥିବା ବ୍ଲାକ୍ ବକ୍ସରୁ ବିମାନର ଉଡାଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: କେଉଁ କାରଣ ପାଇଁ ଦୁର୍ଘଟଣାଗସ୍ତ ହେଲା ଅଜିତ ପାୱାରଙ୍କ ବିମାନ...କୁହୁଡ଼ି ନା ଅନ୍ୟ କିଛି କାରଣ ?

ଉଲ୍ଲେଖଯୋଗ୍ୟ ଯେ, ବୋମ୍ବାଡିୟର୍ ଲିୟରଜେଟ୍ ୪୫ (Bombardier Learjet 45) ନାମକ ଏହି ବିମାନଟି ବାରାମତୀ ଏୟାରଷ୍ଟ୍ରିପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମନ୍ତ୍ରାଳୟ ସୋସିଆଲ ମିଡିଆରେ ସୂଚନା ଦେଇ କହିଛି ଯେ, “AAIB ନିୟମାବଳୀ, ୨୦୨୫ର ନିୟମ ୫ ଏବଂ ୧୧ ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ଶେଷ କରିବା ଆମର ପ୍ରାଥମିକତା।”

ଆହୁରି ପଢ଼ନ୍ତୁ: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, କେତେ ଟଙ୍କା ବଢ଼ିଲା ଜାଣନ୍ତୁ...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp