୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି ନିଜ ମିତ୍ରଙ୍କ ଠାରୁ ଭୟ

The Sakala Picture
Published On

ଗୁଆହାଟୀ/କୋଲକାତା :  ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଭୟ ଘାରିଥିବା ଆଶଙ୍କା କରାଯାଉଛି। ଏହି ଡର ଶତ୍ରୁ ନୁହେଁ ବରଂ ମିତ୍ରଙ୍କ ଠାରୁ ରହିଛି। ପୂର୍ବରୁ ଏଥିଯୋଗୁଁ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡିଛି। ୫ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ୨ଟି ରାଜ୍ୟ ଆସାମ ଏବଂ ପଶ୍ଚିମବଙ୍ଗରେ କଂଗ୍ରେସର ସବୁକିଛି ବାଜିରେ ଲାଗିଛି। ଦଳ ଆସାମରେ ବଦରୁଦ୍ଦିନ ଅଜମାଲଙ୍କ ଏଆଇୟୁଡିଏଫ […]

ଗୁଆହାଟୀ/କୋଲକାତା :  ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଭୟ ଘାରିଥିବା ଆଶଙ୍କା କରାଯାଉଛି। ଏହି ଡର ଶତ୍ରୁ ନୁହେଁ ବରଂ ମିତ୍ରଙ୍କ ଠାରୁ ରହିଛି। ପୂର୍ବରୁ ଏଥିଯୋଗୁଁ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡିଛି। ୫ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ୨ଟି ରାଜ୍ୟ ଆସାମ ଏବଂ ପଶ୍ଚିମବଙ୍ଗରେ କଂଗ୍ରେସର ସବୁକିଛି ବାଜିରେ ଲାଗିଛି। ଦଳ ଆସାମରେ ବଦରୁଦ୍ଦିନ ଅଜମାଲଙ୍କ ଏଆଇୟୁଡିଏଫ ସହ ମେଣ୍ଟ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସେହିପରି ପଶ୍ଚିମବଙ୍ଗରେ କଂଗ୍ରେସ-ବାମ ଦଳ ମେଣ୍ଟରେ ଫୁରଫୁରା ସରିଫର ପିରଜାଦା ଅବାସ ସିଦ୍ଦିକଙ୍କ ଦଳ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ(ଆଇଏସଏଫ) ସାମିଲ ହୋଇଛି। ମୁସଲିମ ଭୋଟ ହାତେଇବା ପାଇଁ ଉକ୍ତ ଦୁଇ ଦଳ ସହ କଂଗ୍ରେସ ମେଣ୍ଟ କରିଥିବା କୁହାଯାଉଛି। ତେବେ ଏହି ବନ୍ଧୁତା ନିର୍ବାଚନରେ ଦଳ ପାଇଁ ଭାରି ପଡିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି। ଏହା ସହିତ ଓଲଟା ଧୁବ୍ରୀକରଣର ହେବାର ମଧ୍ୟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଆସାମରେ ଅଜମଲଙ୍କ ପାର୍ଟି ସହ କଂଗ୍ରେସ ମେଣ୍ଟ କରିଛି। ତାଙ୍କ ପାର୍ଟି ମୁସଲମାନଙ୍କ ସ୍ବାର୍ଥ ପାଇଁ କାମ କରୁଥିବା ଦାବି କରୁଛି। ଆସାମରେ ପ୍ରାୟ ୩ କୋଟି ଲୋକ ଅଛନ୍ତି। ଏଥିରେ ମୁସଲମାନଙ୍କ ସଂଖ୍ୟା ପ୍ରାୟ ୩୪ ପ୍ରତିଶତ ରହିଛି। ରାଜ୍ୟର ୩୩ ଆସନରେ ମୁସଲମାନ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ୨୦୧୬ ବିଧାନସଭା ନିର୍ବାଚନରେ ଅଜମଲଙ୍କ ଦଳ ୧୩.୦୫ ପ୍ରତିଶତ ଭୋଟ ସେୟାର ସହ ୧୨୬ ଆସନରୁ ୧୩ଟିରେ ବିଜୟୀ ହୋଇଥିଲେ। ସେହିପରି କଂଗ୍ରେସ ୨୬ ଆସନରେ ବିଜୟୀ ହୋଇଥିଲା। ତେବେ ବିଜେପି ୨୯.୫୧ ପ୍ରତିଶତ ଭୋଟ ସହ ୬୦ ଆସନ ଜିତିଥିଲା। ମାତ୍ର ଅଜମଲ ଏବଂ କଂଗ୍ରେସ ମେଣ୍ଟ ଯୋଗୁଁ ବିଜେପିକୁ ଓଲଟା ଧୁବ୍ରୀକରଣର ସୁଯୋଗ ମିଳିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ନିର୍ବାଚନ ରାଲିରେ ଅମିତ ଶାହା ପ୍ରଶ୍ନ ଉଠାଇ କହିଥିଲେ ଯେ ଅନୁପ୍ରବେଶକାରୀମାନେ ଆସାମର ଗୌରବ ଗଣ୍ଡା ଶିକାର କରୁଥିଲେ। କିନ୍ତୁ କଂଗ୍ରେସ କେବେ କିଛି ହେଲେ ବି କରିନାହିଁ। କାରଣ କଂଗ୍ରେସ ଦୃଷ୍ଟିରେ ଭୋଟବ୍ୟାଙ୍କ ରହିଛି। ଅଜମଲଙ୍କ ସହ ବସି ଅନୁପ୍ରବେଶକୁ ରୋକାଯାଇପାରିବ ନାହିଁ। ଆସାମରେ କଂଗ୍ରେସ ଉପରେ ଏହାର ଖରାପ ପ୍ରଭାବ ପଡିପାରେ। ପୂର୍ବରୁ ଅଜମଲଙ୍କ ସହ କଂଗ୍ରେସ ମେଣ୍ଟ କରିଥିଲା। ଦଳ ଅଜମଲଙ୍କ ଭୋଟ ସେୟାର ନେବାକୁ ଚାହୁଁଛି। ଯଦି ହିନ୍ଦୁ ଭୋଟ ଏକାଠି ହୋଇଯାଏ ତେବେ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଦଳର ଉଭୟ ଭୋଟ ଥିବାରୁ ଏହି କ୍ଷତି ହେଉଛି। ଅଧିକ ଧୁବ୍ରୀକରଣ ହେଲେ ସମସ୍ୟା ହେବା ନିଶ୍ଚିତ। ବିଜେପି ମଧ୍ୟ ଏହା ଚାହୁଁଛି।

ସେହିପରି ପଶ୍ଚିମବଙ୍ଗରେ ଅବାସ ସିଦ୍ଦିକ ଓୱେସୀଙ୍କ ଠାରୁ ଅଲଗା ହୋଇ କଂଗ୍ରେସ-ବାମ ଦଳ ମେଣ୍ଟରେ ସାମିଲ ହୋଇଛି। ସେ ପୂର୍ବରୁ ମମତାଙ୍କ ସହଯୋଗୀ ମଧ୍ୟ ଥିଲେ। ପଶ୍ଚିମବଙ୍ଗରେ ସିଦ୍ଦିକଙ୍କ ଦଳ ଏସଆଇଏଫ ସହ କଂଗ୍ରେସର ମେଣ୍ଟକୁ ନେଇ ଦଳୀୟ ନେତା ତଥା ସାଂସଦ ଆନନ୍ଦ ଶର୍ମା ପାର୍ଟିର ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ରାଜନୈତିକ ବିଶ୍ଲେଷକଙ୍କ ଅନୁଯାୟୀ ଆସାମ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ପାର୍ଥକ୍ୟ ରହିଛି। ରାଜ୍ୟରେ କଂଗ୍ରେସ ଜିରୋ ହେବା ସହିତ ଦଳର ଛବି ଖରାପ ହୋଇଯାଇଛି। ଆସାମାରେ ବିଜେପି-କଂଗ୍ରେସ ଲଢେଇ ଥିବାବେଳେ ପଶ୍ଚିମବଙ୍ଗରେ ଦଳ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ଦଳକୁ ଅଧିକ ମୁସଲିମ ଭୋଟ ମିଳିନପାରେ। ରାହୁଲ ମନ୍ଦିର ଗସ୍ତ କରିବାର ସମ୍ଭାବନା ରହିଛି। କାରଣ ବିଜେପି ଯୋଗୁଁ ମମତା ମଧ୍ୟ ଏହି ପଥରେ ଅଗ୍ରସର ହୋଇଛନ୍ତି। ତେବେ କଂଗ୍ରେସ-ଆଇଏସଏଫ ମେଣ୍ଟ ବିଜେପି ପାଇଁ ନିର୍ବାଚନ ପ୍ରଚାର ବନିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର