ତିଷ୍ଠିବନି ‘ଇଣ୍ଡିଆ ମେଣ୍ଟ’ : ଛତିଶଗଡ଼ରେ କଂଗ୍ରେସ ସରକାରକୁ କେଜ୍ରିୱାଲଙ୍କ ଟାର୍ଗେଟ, ‘ଗୋଟିଏ ସୁଯୋଗ ଦିଅନ୍ତୁ ଅନ୍ୟ ଦଳକୁ ଭୁଲିଯିବେ’

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଉ ଆମ୍ ଆଦମୀ ପାର୍ଟି ମଧ୍ୟ ତାର ପ୍ରସ୍ତୁତି ଜୋରସୋରରେ କରୁଛି। ଦଳକୁ ମଜବୁତ କରିବାକୁ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ଆଜି ଛତିଶଗଡ଼ ଗସ୍ତ କରି ଏଠାରେ ସରକାରରେ ଥିବା ନିଜର ମେଣ୍ଟ ସହଯୋଗୀ କଂଗ୍ରେସକୁ […]

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଉ ଆମ୍ ଆଦମୀ ପାର୍ଟି ମଧ୍ୟ ତାର ପ୍ରସ୍ତୁତି ଜୋରସୋରରେ କରୁଛି। ଦଳକୁ ମଜବୁତ କରିବାକୁ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ଆଜି ଛତିଶଗଡ଼ ଗସ୍ତ କରି ଏଠାରେ ସରକାରରେ ଥିବା ନିଜର ମେଣ୍ଟ ସହଯୋଗୀ କଂଗ୍ରେସକୁ ଟାର୍ଗେଟ କରିବା ସହିତ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ: ଯନ୍ତରମନ୍ତରରେ ଥାଳି-ଚାମଚ ଧରି ପ୍ରତିବାଦ କରିବେ ଯୁବଗୋଷ୍ଠୀ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଛତିଶଗଡ଼ବାସୀଙ୍କୁ କେଜ୍ରିୱାଲ୍ କହିଛନ୍ତି ଆମ ଦଳକୁ ଗୋଟିଏ ସୁଯୋଗ ଦେଲେ ଅନ୍ୟ ଦଳ କଥା ଭୁଲିଯିବେ। ଯଦି ରାଜ୍ୟରେ ଆପ୍ ଆସେ ତେବେ ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦେବା ସହ ଭତ୍ତା ସୁବିଧା ମଧ୍ୟ ଦିଆଯିବ। ଏଥିସହ ବିଭିନ୍ନ ମାଗଣା ଯୋଜନା ମଧ୍ୟ ଘୋଷଣା କରିଛନ୍ତି କେଜ୍ରିୱାଲ। ରାଜ୍ୟରେ ଆପ୍ ସରକାର ଆସିଲେ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯିବ ବୋଲି ସେ କହିଛନ୍ତି । କଂଗ୍ରେସ ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଦୀର୍ଘ ୭୬ ବର୍ଷ ଧରି ଦେଶ ସ୍ୱାଧୀନତା ପାଇଥିଲେ ମଧ୍ୟ ଆପ ଛଡା କୌଣସି ଦଳ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ଚିନ୍ତା କରି ନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉପରେ ପଡ଼ିଲା ବଜ୍ରପାତ: ଅଳ୍ପକେ ବର୍ତ୍ତିଲେ ୧୪୭ ଯାତ୍ରୀ ଓ କର୍ମଚାରୀ

ଏହାସହିତ ନିର୍ବାଚନ ପାଇଁ ବିଭିନ୍ନ ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ, ପ୍ରତ୍ୟେକ ବେରୋଜଗାରୀଙ୍କୁ ଚାକିରି ଦିଆଯିବ। ଚାକିରି ନ ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ବେକାରୀଙ୍କୁ ମାସିକ ୩୦୦୦ ଭତ୍ତା ସୁବିଧା ଯୋଗାଇ ଦିଆଯିବ। ସରକାରୀ ଚାକିରିରେ ପ୍ରାୟ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ। ନିଯୁକ୍ତିରେ ସ୍ୱଚ୍ଛତା ଆଣି ସାଧାରଣ ଜନତାଙ୍କୁ ସୁଯୋଗ ଦିଗରେ ଫୋକସ୍ ରହିବ। ଏହାସହିତ ଦିଲ୍ଲୀ ଏବଂ ପଞ୍ଜାବ ଭଳି ଛତିଶଗଡର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସମସ୍ତ ଗ୍ରାମ ଓ ସହରରେ ୨୪ ଘଣ୍ଟିଆ ବିଜୁଳି ସୁବିଧା ଯୋଗାଇ ଦିଆଯିବ। ଆପ୍ ସରକାର ଆସିଲେ ସମସ୍ତ ପୁରୁଣା ବକେୟା ଘରୋଇ ବିଲ୍ ଛାଡ କରାଯିବ।

ଆହୁରି ପଢ଼ନ୍ତୁ: ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ; ୧୩ ମୃତ, ଅନେକ ଛାତ୍ରଛାତ୍ରୀ ଫସି ରହିଥିବା ଆଶଙ୍କା

ସେହିପରି ମହିଳାମାନଙ୍କ ପାଇଁ ସେ ଘୋଷଣା କରିଛନ୍ତି ଯେ, ଆପ ସରକାର ଆସିଲେ ମହିଳାଙ୍କ ପାଇଁ ଆରମ୍ଭ ହେବ ସ୍ତ୍ରୀ ସମ୍ମାନ ଯୋଜନା। ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପର୍ୟ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ଛତିଶଗଡ଼ର ପ୍ରତ୍ୟେକ ପିଲାଙ୍କୁ ଭଲ ଏବଂ ମାଗଣା ଶିକ୍ଷା ଦିଆଯିବ। ସମସ୍ତ ସରକାରୀ ବିଦ୍ୟାଳୟ ଦିଲ୍ଲୀ ପରି ଉଚ୍ଚ ମାନର ହେବ। ଦିଲ୍ଲୀ ଭଳି ଛତିଶଗଡ଼ର ଘରୋଇ ବିଦ୍ୟାଳୟଗୁଡ଼ିକୁ ବେଆଇନ ଭାବେ ଫି ବୃଦ୍ଧି ଉପରେ ରୋକ୍ ଲଗାଯିବ। ଶିକ୍ଷକମାନଙ୍କ ଖାଲି ପଦବୀ ପୂରଣ ହେବ।ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଦିଲ୍ଲୀ ଭଳି ଛତିଶଗଡର ପ୍ରତ୍ୟେକ ନାଗରିକଙ୍କ ପାଇଁ ମାଗଣା ଏବଂ ଭଲ ଚିକିତ୍ସାର ବ୍ୟବସ୍ଥା। ମେଡିସିନ୍, ଟେଷ୍ଟିଂ ଏବଂ ଅପରେସନ୍ ସବୁକିଛି ଦିଲ୍ଲୀ ଭଳି ମାଗଣା କରାଯିବ। ଦିଲ୍ଲୀ ପରି ପ୍ରତ୍ୟେକ ଗ୍ରାମ ଏବଂ ୱାର୍ଡରେ ମୋହଲା କ୍ଲିନିକ ଖୋଲାଯିବ। ଛତିଶଗଡ଼ର ସମସ୍ତ ସରକାରୀ ଡାକ୍ତରଖାନାର ନବୀକରଣ କରାଯିବ ଏବଂ ନୂତନ ସରକାରୀ ଡାକ୍ତରଖାନା ଖୋଲାଯିବ। ସମସ୍ତ ସଡ଼କ ଦୁର୍ଘଟଣା ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆପ ଓ କଂଗ୍ରେସ ସମେତ ୨୬ ଟି ରାଜନୈତିକ ଦଳ ବିଜେପି ସରକାରକୁ ହରାଇବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିବାବେଳେ ଏବେ ନିଜ ମେଣ୍ଟ ସହଯୋଗୀକୁ କେଜ୍ରିୱାଲ ଟାର୍ଗେଟ କରିବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନର ସମସ୍ତ ୨୦୦ଟି ଆସନରେ ଲଢ଼ିବ ଆପ୍ !

ରାଜସ୍ଥାନର ସମସ୍ତ ୨୦୦ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି ଆପ୍। ଆପ୍ ର ରାଜସ୍ଥାନ ପ୍ରଭାରୀ ବିନୟ ମିଶ୍ର ଏହି ସୂଚନା ଦେଇଛନ୍ତି । ଅର୍ଥାତ ଦଳ ରାଜ୍ୟରେ ସବୁ ଆସନରେ ଏକା ଲଢିବ । ତେବେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅଂଶ ଥିବା ଆପ୍ ଏକା ନା ମେଣ୍ଟ କରି ନିର୍ବାଚନ ଲଢ଼ିବ ସେନେଇ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ବିନୟ ମିଶ୍ର କହିଛନ୍ତି ଯେ ‘ରାଜସ୍ଥାନ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ପ୍ରତ୍ୟେକ ଗାଁରେ ୧୧-୧୧ ଜଣିଆ ଟିମ୍ ଗଠନ କରୁଛୁ ଜ୍ଝ ରାଜ୍ୟ ସଂଗଠନର ବୈଠକରେ ଆମେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ କରି ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇକୁ। ଏହି ମାସରେ ହିଁ ରାଜସ୍ଥାନ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି । ତେବେ ଦଳ ନିର୍ବାଚନ ଏକାକୀ ଲଢିବ ନା ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ଆସନ ଭାଗବଣ୍ଟା ହେବ‌ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ମିଶ୍ର କହିଛନ୍ତି।

19 Aug 2023 By The Sakala

ତିଷ୍ଠିବନି ‘ଇଣ୍ଡିଆ ମେଣ୍ଟ’ : ଛତିଶଗଡ଼ରେ କଂଗ୍ରେସ ସରକାରକୁ କେଜ୍ରିୱାଲଙ୍କ ଟାର୍ଗେଟ, ‘ଗୋଟିଏ ସୁଯୋଗ ଦିଅନ୍ତୁ ଅନ୍ୟ ଦଳକୁ ଭୁଲିଯିବେ’

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଆଉ ଆମ୍ ଆଦମୀ ପାର୍ଟି ମଧ୍ୟ ତାର ପ୍ରସ୍ତୁତି ଜୋରସୋରରେ କରୁଛି। ଦଳକୁ ମଜବୁତ କରିବାକୁ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ଆଜି ଛତିଶଗଡ଼ ଗସ୍ତ କରି ଏଠାରେ ସରକାରରେ ଥିବା ନିଜର ମେଣ୍ଟ ସହଯୋଗୀ କଂଗ୍ରେସକୁ ଟାର୍ଗେଟ କରିବା ସହିତ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ।

ଛତିଶଗଡ଼ବାସୀଙ୍କୁ କେଜ୍ରିୱାଲ୍ କହିଛନ୍ତି ଆମ ଦଳକୁ ଗୋଟିଏ ସୁଯୋଗ ଦେଲେ ଅନ୍ୟ ଦଳ କଥା ଭୁଲିଯିବେ। ଯଦି ରାଜ୍ୟରେ ଆପ୍ ଆସେ ତେବେ ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦେବା ସହ ଭତ୍ତା ସୁବିଧା ମଧ୍ୟ ଦିଆଯିବ। ଏଥିସହ ବିଭିନ୍ନ ମାଗଣା ଯୋଜନା ମଧ୍ୟ ଘୋଷଣା କରିଛନ୍ତି କେଜ୍ରିୱାଲ। ରାଜ୍ୟରେ ଆପ୍ ସରକାର ଆସିଲେ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯିବ ବୋଲି ସେ କହିଛନ୍ତି । କଂଗ୍ରେସ ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଦୀର୍ଘ ୭୬ ବର୍ଷ ଧରି ଦେଶ ସ୍ୱାଧୀନତା ପାଇଥିଲେ ମଧ୍ୟ ଆପ ଛଡା କୌଣସି ଦଳ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ଚିନ୍ତା କରି ନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

ଏହାସହିତ ନିର୍ବାଚନ ପାଇଁ ବିଭିନ୍ନ ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ, ପ୍ରତ୍ୟେକ ବେରୋଜଗାରୀଙ୍କୁ ଚାକିରି ଦିଆଯିବ। ଚାକିରି ନ ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ବେକାରୀଙ୍କୁ ମାସିକ ୩୦୦୦ ଭତ୍ତା ସୁବିଧା ଯୋଗାଇ ଦିଆଯିବ। ସରକାରୀ ଚାକିରିରେ ପ୍ରାୟ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ। ନିଯୁକ୍ତିରେ ସ୍ୱଚ୍ଛତା ଆଣି ସାଧାରଣ ଜନତାଙ୍କୁ ସୁଯୋଗ ଦିଗରେ ଫୋକସ୍ ରହିବ। ଏହାସହିତ ଦିଲ୍ଲୀ ଏବଂ ପଞ୍ଜାବ ଭଳି ଛତିଶଗଡର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସମସ୍ତ ଗ୍ରାମ ଓ ସହରରେ ୨୪ ଘଣ୍ଟିଆ ବିଜୁଳି ସୁବିଧା ଯୋଗାଇ ଦିଆଯିବ। ଆପ୍ ସରକାର ଆସିଲେ ସମସ୍ତ ପୁରୁଣା ବକେୟା ଘରୋଇ ବିଲ୍ ଛାଡ କରାଯିବ।

ସେହିପରି ମହିଳାମାନଙ୍କ ପାଇଁ ସେ ଘୋଷଣା କରିଛନ୍ତି ଯେ, ଆପ ସରକାର ଆସିଲେ ମହିଳାଙ୍କ ପାଇଁ ଆରମ୍ଭ ହେବ ସ୍ତ୍ରୀ ସମ୍ମାନ ଯୋଜନା। ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପର୍ୟ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ଛତିଶଗଡ଼ର ପ୍ରତ୍ୟେକ ପିଲାଙ୍କୁ ଭଲ ଏବଂ ମାଗଣା ଶିକ୍ଷା ଦିଆଯିବ। ସମସ୍ତ ସରକାରୀ ବିଦ୍ୟାଳୟ ଦିଲ୍ଲୀ ପରି ଉଚ୍ଚ ମାନର ହେବ। ଦିଲ୍ଲୀ ଭଳି ଛତିଶଗଡ଼ର ଘରୋଇ ବିଦ୍ୟାଳୟଗୁଡ଼ିକୁ ବେଆଇନ ଭାବେ ଫି ବୃଦ୍ଧି ଉପରେ ରୋକ୍ ଲଗାଯିବ। ଶିକ୍ଷକମାନଙ୍କ ଖାଲି ପଦବୀ ପୂରଣ ହେବ।ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଦିଲ୍ଲୀ ଭଳି ଛତିଶଗଡର ପ୍ରତ୍ୟେକ ନାଗରିକଙ୍କ ପାଇଁ ମାଗଣା ଏବଂ ଭଲ ଚିକିତ୍ସାର ବ୍ୟବସ୍ଥା। ମେଡିସିନ୍, ଟେଷ୍ଟିଂ ଏବଂ ଅପରେସନ୍ ସବୁକିଛି ଦିଲ୍ଲୀ ଭଳି ମାଗଣା କରାଯିବ। ଦିଲ୍ଲୀ ପରି ପ୍ରତ୍ୟେକ ଗ୍ରାମ ଏବଂ ୱାର୍ଡରେ ମୋହଲା କ୍ଲିନିକ ଖୋଲାଯିବ। ଛତିଶଗଡ଼ର ସମସ୍ତ ସରକାରୀ ଡାକ୍ତରଖାନାର ନବୀକରଣ କରାଯିବ ଏବଂ ନୂତନ ସରକାରୀ ଡାକ୍ତରଖାନା ଖୋଲାଯିବ। ସମସ୍ତ ସଡ଼କ ଦୁର୍ଘଟଣା ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆପ ଓ କଂଗ୍ରେସ ସମେତ ୨୬ ଟି ରାଜନୈତିକ ଦଳ ବିଜେପି ସରକାରକୁ ହରାଇବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିବାବେଳେ ଏବେ ନିଜ ମେଣ୍ଟ ସହଯୋଗୀକୁ କେଜ୍ରିୱାଲ ଟାର୍ଗେଟ କରିବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନର ସମସ୍ତ ୨୦୦ଟି ଆସନରେ ଲଢ଼ିବ ଆପ୍ !

ରାଜସ୍ଥାନର ସମସ୍ତ ୨୦୦ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି ଆପ୍। ଆପ୍ ର ରାଜସ୍ଥାନ ପ୍ରଭାରୀ ବିନୟ ମିଶ୍ର ଏହି ସୂଚନା ଦେଇଛନ୍ତି । ଅର୍ଥାତ ଦଳ ରାଜ୍ୟରେ ସବୁ ଆସନରେ ଏକା ଲଢିବ । ତେବେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅଂଶ ଥିବା ଆପ୍ ଏକା ନା ମେଣ୍ଟ କରି ନିର୍ବାଚନ ଲଢ଼ିବ ସେନେଇ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ବିନୟ ମିଶ୍ର କହିଛନ୍ତି ଯେ ‘ରାଜସ୍ଥାନ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେ ପ୍ରତ୍ୟେକ ଗାଁରେ ୧୧-୧୧ ଜଣିଆ ଟିମ୍ ଗଠନ କରୁଛୁ ଜ୍ଝ ରାଜ୍ୟ ସଂଗଠନର ବୈଠକରେ ଆମେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ କରି ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇକୁ। ଏହି ମାସରେ ହିଁ ରାଜସ୍ଥାନ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି । ତେବେ ଦଳ ନିର୍ବାଚନ ଏକାକୀ ଲଢିବ ନା ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ସହ ଆଲୋଚନା କରି ଆସନ ଭାଗବଣ୍ଟା ହେବ‌ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର