ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଏବେ ଦେଶକୁ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟିକଟକ୍ ଦେଶରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାଇନାର ସର୍ଟ ଭିଡିଓ ଆପ୍ ଭାରତୀୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ […]

ନୂଆଦିଲ୍ଲୀ: ପୁଣି ଭାରତକୁ ଫେରିପାରେ ଟିକ୍‌ଟକ୍‌। ବ୍ୟାଟେଲ୍‌ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଭାବରେ ଭାରତରେ ପବ୍‌ଜିର ପୁନଃ ଆରମ୍ଭ ପରେ ଏବେ ଦେଶକୁ ଟିକ୍‌ଟକ୍‌ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ହାଇଜ୍ୟାକ୍ ନା ଯାନ୍ତ୍ରିକ ତ୍ରୁଟି? ଫ୍ଲାଇ ଦୁବାଇ ବିମାନର ‘୭୫୦୦’ କୋଡ୍‌କୁ ନେଇ ବଢିଲା ଚାଞ୍ଚଲ୍ୟ

ଟିକଟକ୍ ଦେଶରେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଚାଇନାର ସର୍ଟ ଭିଡିଓ ଆପ୍ ଭାରତୀୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନୂତନ ଆଇଟି ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ ବୋଲି ଅଧିକାରୀମାନଙ୍କୁ ଆଶ୍ୱାସନା ଦେଇଛି। ତେବେ ବାଇଟଡ୍ୟାନ୍ସ ଆଶା କରୁଛି ଯେ ଟିକଟକ୍ ଖୁବ୍‌ ଶୀଘ୍ର ଭାରତକୁ ପ୍ରତ୍ୟାବର୍ତ୍ତନ କରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

ବ୍ୟବହାରକାରୀଙ୍କ ଗୋପନୀୟତା ଏବଂ ଜାତୀୟ ସୁରକ୍ଷା କାରଣରୁ ଗତ ବର୍ଷ ଜୁଲାଇରେ ଭାରତ ସରକାର ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ମୋଟ ଉପରେ ଭାରତ ସରକାର ୨୫୦ ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର