ଏଡିଆର୍‌ ରିପୋର୍ଟ, ସମ୍ପତ୍ତି ଠୁଳରେ ବିଜେପି ସବୁଠୁ ଆଗରେ

The Sakala Picture
Published On

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜନୈତିକ ଦଳର ପାଣ୍ଠିକୁ ନେଇ ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର)’ ପକ୍ଷରୁ ସର୍ବଶେଷ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ବିଜେପିର ସମ୍ପତ୍ତି ସବୁଠୁ ଅଧିକ ରହିଥିବା କୁହାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ସୂଚନା ଦେଇଥିବା ୮ଟି ଦଳ ମଧ୍ୟରେ ବିଜେପି, କଂଗ୍ରେସ, ସିପିଏମ୍‍, ବିଏସ୍‍ପି, ଏଆଇଟିସି, ଏନ୍‍ସିପି, ସିପିଆଇ ଓ ଏନ୍‍ଇଇପି ରହିଛନ୍ତି। ଏହି ସମସ୍ତ ଦଳର ମୋଟ ସମ୍ପତ୍ତି ମୂଲ୍ୟ ୮୮୨୯.୧୫୮ କୋଟି ଟଙ୍କା ରହିଥିବା […]

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜନୈତିକ ଦଳର ପାଣ୍ଠିକୁ ନେଇ ‘ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର)’ ପକ୍ଷରୁ ସର୍ବଶେଷ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ବିଜେପିର ସମ୍ପତ୍ତି ସବୁଠୁ ଅଧିକ ରହିଥିବା କୁହାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ସୂଚନା ଦେଇଥିବା ୮ଟି ଦଳ ମଧ୍ୟରେ ବିଜେପି, କଂଗ୍ରେସ, ସିପିଏମ୍‍, ବିଏସ୍‍ପି, ଏଆଇଟିସି, ଏନ୍‍ସିପି, ସିପିଆଇ ଓ ଏନ୍‍ଇଇପି ରହିଛନ୍ତି। ଏହି ସମସ୍ତ ଦଳର ମୋଟ ସମ୍ପତ୍ତି ମୂଲ୍ୟ ୮୮୨୯.୧୫୮ କୋଟି ଟଙ୍କା ରହିଥିବା ବେଳେ କେବଳ ବିଜେପିର ସମ୍ପତ୍ତି ମୂଲ୍ୟ ୬୦୪୬ କୋଟି ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍

୨୦୨୦-୨୧ ବର୍ଷରେ ଏହି ଦଳଗୁଡିକର ସମ୍ପତ୍ତି ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା। କିନ୍ତୁ ବର୍ଷକ ପରେ ଏହି ପରିମାଣ ୮୮୨୯.୧୫୮ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦-୨୧ ବର୍ଷରେ ବିଜେପିର ଘୋଷିତ ସମ୍ପତ୍ତି ମୂଲ୍ୟ ୪୯୯୦.୧୯୫ କୋଟି ଟଙ୍କା ରହିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୬୦୪୬.୮୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‍ ଗୋଟିଏ ବର୍ଷ ମଧ୍ୟରେ ବିଜେପିର ସମ୍ପତ୍ତି ପରିମାଣ ୨୧.୧୭% ବୃଦ୍ଧି ପାଇଛି। ସେହିଭଳି କଂଗ୍ରେସର ସମ୍ପତ୍ତି ପରିମାଣ ୨୦୨୦-୨୧ ବର୍ଷରେ ୬୯୧.୧୧ କୋଟି ଟଙ୍କା ଥିବାବେଳେ ୧୬.୫ ପ୍ରତିଶତ ଅଭିବୃଦ୍ଧିରେ ୨୦୨୧-୨୨ରେ ଏହା ୮୦୫.୬୮ କୋଟି ଟଙ୍କାରେ ପହଞ୍ଚିଥିବା କୁହାଯାଇଛି। କିନ୍ତୁ ଏହି ସମୟରେ ବହୁଜନ ସମାଜ ପାର୍ଟି (ବିଏସପି)ର ସମ୍ପତ୍ତି ପରିମାଣ ହ୍ରାସ ପାଇଛି। ପୂର୍ବରୁ ଦଳର ସମ୍ପତ୍ତି ମୂଲ୍ୟ ୭୩୨.୭୯ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୨୧-୨୨ ସୁଦ୍ଧା ଏହି ପରିମାଣ ୫.୭୪ ପ୍ରତିଶତ ହ୍ରାସରେ ୬୯୦.୭୧ କୋଟି ଟଙ୍କାକୁ ଖସି ଆସିଛି। ତେବେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି)ର ସମ୍ପତ୍ତି ପରିମାଣ ଏହି ବର୍ଷକ ମଧ୍ୟରେ ୧୫୧.୭୦% ବୃଦ୍ଧି ପାଇଛି। ୨୦୨୦-୨୧ ରେ ୧୮୨ କୋଟି ଟଙ୍କାରୁ ୨୦୨୧-୨୨ ବର୍ଷରେ ଦଳର ସମ୍ପତ୍ତି ୪୫୮.୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଏନ୍‍ସିପିର ସମ୍ପତ୍ତି ପରିମାଣ ଏହି ସମୟ ମଧ୍ୟରେ ୩୦.୯୩୧ କୋଟି ଟଙ୍କାରୁ ୭୪.୫୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବେଳେ ସିପିଆଇର ସମ୍ପତ୍ତି ପରିମାଣ ୧୪.୦୫ କୋଟି ଟଙ୍କାରୁ ୧୫.୭୨୮ କୋଟି ଏବଂ ଏନପିଇପିର ସମ୍ପତ୍ତି ପରିମାଣ ୧.୭୪୨ କୋଟି ଟଙ୍କାରୁ ୧.୮୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ: ପରସ୍ପର ସହ ଘଷି ହେଲା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୨୦୨୦-୨୧ ବର୍ଷରେ ରାଜନୈତିକ ଦଳଗୁଡିକ ସେମାନଙ୍କ ଉପରେ ୧୦୩.୫୫୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବା ଘୋଷଣା କରିଥିଲେ। କଂଗ୍ରେସ ସର୍ବାଧିକ ୭୧.୫୮ କୋଟି ଆର୍ଥିକ ବୋଝରେ ଥିବା ଘୋଷଣା କରିଥିବାବେଳେ ଏହା ପଛକୁ ୧୬.୧୦୯ କୋଟି ସହିତ ସିପିଆଇଏମ୍‍ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ୨୦୨୧-୨୨ ରେ କଂଗ୍ରେସ ଉପରେ ସର୍ବାଧିକ ୪୧.୯୫ କୋଟି ଟଙ୍କାର ଆର୍ଥିକ ବୋଝ ଥିବାବେଳେ ସିପିଆଇଏମ୍‍ ଉପରେ ୧୨.୨୧ କୋଟି ଏବଂ ବିଜେପି ଉପରେ ୫.୧୭ କୋଟି ଟଙ୍କା ଥିବା ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ୯୦ ବର୍ଷ ବୟସରେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ସମ୍ମାନଜନକ 'ଗ୍ରାମୀ ଆୱାର୍ଡ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp