ମହାଶିବରାତ୍ରୀରେ ମର୍ମନ୍ତୁଦ ଦୁର୍ଘଟଣା : ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

The Sakala Picture
Published On

ଆଗ୍ରା : ମହାଶିବରାତ୍ରୀରେ ଅଘଟଣ । ସକାଳୁ ଦୁର୍ଘଟଣାରେ ଗଲା ୮ ପ୍ରାଣ । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏହି ଦୁର୍ଘଟଣା । ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ ୮ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଗ୍ରାର ଏତ୍‌ମାଦ୍ଦୁଲା ଥାନା ଅଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ-୨ରେ ଭୋର୍‌ ୫: ୧୫ ସମୟରେ ଗୋଟାଏ […]

ଆଗ୍ରା : ମହାଶିବରାତ୍ରୀରେ ଅଘଟଣ । ସକାଳୁ ଦୁର୍ଘଟଣାରେ ଗଲା ୮ ପ୍ରାଣ । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏହି ଦୁର୍ଘଟଣା । ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ ୮ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

ସୂଚନା ଅନୁସାରେ ଆଗ୍ରାର ଏତ୍‌ମାଦ୍ଦୁଲା ଥାନା ଅଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ-୨ରେ ଭୋର୍‌ ୫: ୧୫ ସମୟରେ ଗୋଟାଏ ‘ଏସ୍‌ୟୁଭି’ କାର୍‌ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଏଭଳି ହୃଦୟବିଦାରକ ଦୁର୍ଘଟଣା ଘଟିଛି।  ଟ୍ରକ୍‌ରେ ଧକ୍କା ଖାଇଥିବା ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ ‘ସ୍କର୍ପିଓ’ରେ ୧୨ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ସମ୍ଭବତଃ ଚାଳକ ଢୁଳାଇ ପଡ଼ିବାରୁ ‘ଏସ୍‌ୟୁଭି’ ତାଙ୍କ ନିୟନ୍ତ୍ରଣରୁ ବାହାରି ରାସ୍ତାର ‘ଡିଭାଇଡର୍‌’କୁ ଟପି ଅପରପାର୍ଶ୍ୱରୁ ଆସୁଥିବା କଣ୍ଟେନର୍‌ ଟ୍ରକ୍‌ ଉପରେ ଧକ୍କା ଖାଇଥିଲା। ଆଗ୍ରାରୁ ଆସୁଥିବା ଉକ୍ତ କଣ୍ଟେନର୍‌ ଟ୍ରକ୍‌ ଡ୍ରାଇଭର୍‌ ମଧ୍ୟ ଦୁର୍ଘଟଣା ଏଡ଼ାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ, କିନ୍ତୁ ବେଗ ଦ୍ରୁତ ଥିବାରୁ ତାହା ସମ୍ଭବ ହେଲାନାହିଁ।

ଆହୁରି ପଢ଼ନ୍ତୁ: ଭାରତରେ ପ୍ରଥମ ଥର ଜବତ ହେଲା 'ଜିହାଦୀ ଡ୍ରଗ୍ସ' କ୍ୟାପ୍ଟାଗନ୍, ମୂଲ୍ୟ ୧୮୨ କୋଟି ଟଙ୍କା

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ସ୍କର୍ପିଓରେ ୧୨ଜଣ ଲୋକ ଥିବା ଜଣାପଡିଛି । ଏପଟେ ଆଜି ଭଳି ପବିତ୍ର ଦିନରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇ ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି ।

ଆହୁରି ପଢ଼ନ୍ତୁ: ମାତ୍ର ୯୦ ଦିନରେ ୩୭୦୦ ଷ୍ଟକ୍ ଟ୍ରେଡ୍ କଲେ ଡୋନାଲ୍ଡ ଟ୍ରମ୍ପ: ଆଶ୍ଚର୍ଯ୍ୟରେ ୱାଲ୍ ଷ୍ଟ୍ରିଟ୍

11 Mar 2021 By The Sakala

ମହାଶିବରାତ୍ରୀରେ ମର୍ମନ୍ତୁଦ ଦୁର୍ଘଟଣା : ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

ଆଗ୍ରା : ମହାଶିବରାତ୍ରୀରେ ଅଘଟଣ । ସକାଳୁ ଦୁର୍ଘଟଣାରେ ଗଲା ୮ ପ୍ରାଣ । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏହି ଦୁର୍ଘଟଣା । ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ ୮ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଗ୍ରାର ଏତ୍‌ମାଦ୍ଦୁଲା ଥାନା ଅଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ-୨ରେ ଭୋର୍‌ ୫: ୧୫ ସମୟରେ ଗୋଟାଏ ‘ଏସ୍‌ୟୁଭି’ କାର୍‌ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ଏଭଳି ହୃଦୟବିଦାରକ ଦୁର୍ଘଟଣା ଘଟିଛି।  ଟ୍ରକ୍‌ରେ ଧକ୍କା ଖାଇଥିବା ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ ‘ସ୍କର୍ପିଓ’ରେ ୧୨ଜଣ ବ୍ୟକ୍ତି ଯାତ୍ରା କରୁଥିଲେ। ସମ୍ଭବତଃ ଚାଳକ ଢୁଳାଇ ପଡ଼ିବାରୁ ‘ଏସ୍‌ୟୁଭି’ ତାଙ୍କ ନିୟନ୍ତ୍ରଣରୁ ବାହାରି ରାସ୍ତାର ‘ଡିଭାଇଡର୍‌’କୁ ଟପି ଅପରପାର୍ଶ୍ୱରୁ ଆସୁଥିବା କଣ୍ଟେନର୍‌ ଟ୍ରକ୍‌ ଉପରେ ଧକ୍କା ଖାଇଥିଲା। ଆଗ୍ରାରୁ ଆସୁଥିବା ଉକ୍ତ କଣ୍ଟେନର୍‌ ଟ୍ରକ୍‌ ଡ୍ରାଇଭର୍‌ ମଧ୍ୟ ଦୁର୍ଘଟଣା ଏଡ଼ାଇବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ, କିନ୍ତୁ ବେଗ ଦ୍ରୁତ ଥିବାରୁ ତାହା ସମ୍ଭବ ହେଲାନାହିଁ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ସ୍କର୍ପିଓରେ ୧୨ଜଣ ଲୋକ ଥିବା ଜଣାପଡିଛି । ଏପଟେ ଆଜି ଭଳି ପବିତ୍ର ଦିନରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇ ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର