ଜାପାନରେ ବ୍ୟାପୁଛି ମାଂସ ଖାଉଥିବା ଜୀବାଣୁ

The Sakala Picture
Published On

ଟୋକିଓ: କରୋନା ମହାମାରୀ ପରେ ଏବେ ବିଶ୍ବରେ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି। ଜାପାନରୁ ଏହି ବିପଜ୍ଜନକ ରୋଗ ସାମ୍ନାକୁ ଆସିଛି। ଏହି ରୋଗର ନାମ ଷ୍ଟ୍ରେପ୍ଟୋକୋକଲ ଟକ୍ସିକ ସକ୍‌ ସିଣ୍ଡ୍ରୋମ (ଏସ୍‌ଟିଏସଏସ) ରହିଛି। ଏହି ରୋଗର ଜୀବାଣୁ ରୋଗୀ ଶରୀରର ମାଂସକୁ ଖାଇ ଦେଉଛି। ଏଥିରେ ସଂକ୍ରମିତ ହେବାର ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହେଉଛି। ଜାପାନରେ ଏହି ରୋଗ କାୟା ବିସ୍ତାର କରିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୯୭୭ ମାମଲା ସାମ୍ନାକୁ […]

ଟୋକିଓ: କରୋନା ମହାମାରୀ ପରେ ଏବେ ବିଶ୍ବରେ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି। ଜାପାନରୁ ଏହି ବିପଜ୍ଜନକ ରୋଗ ସାମ୍ନାକୁ ଆସିଛି। ଏହି ରୋଗର ନାମ ଷ୍ଟ୍ରେପ୍ଟୋକୋକଲ ଟକ୍ସିକ ସକ୍‌ ସିଣ୍ଡ୍ରୋମ (ଏସ୍‌ଟିଏସଏସ) ରହିଛି। ଏହି ରୋଗର ଜୀବାଣୁ ରୋଗୀ ଶରୀରର ମାଂସକୁ ଖାଇ ଦେଉଛି। ଏଥିରେ ସଂକ୍ରମିତ ହେବାର ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହେଉଛି। ଜାପାନରେ ଏହି ରୋଗ କାୟା ବିସ୍ତାର କରିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୯୭୭ ମାମଲା ସାମ୍ନାକୁ ଆସିଲାଣି। ଗ୍ରୁପ ଏ ଷ୍ଟ୍ରେପ୍ଟୋକୋକସ (ଜିଏଏସ୍‌) ଜୀବାଣୁ ଯୋଗୁଁ ଏହି ରୋଗ ହେଉଛି। ଏହା ଶିଶୁ, ବୃଦ୍ଧଙ୍କ ସହିତ ସମସ୍ତଙ୍କ ପାଇଁ ବିପଜ୍ଜନକ। ଏହି ରୋଗରେ ସଂକ୍ରମିତ ହେଲେ ପ୍ରଥମେ କୁଣ୍ଡେଇ ହୋଇଥାଏ ଏବଂ ତଣ୍ଟି ବସି ଯାଇଥାଏ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଲା ଘାତକ 'ବି-୧ ଲାନ୍ସର' ବମ୍ବର

ଏହା ବ୍ୟତୀତ ଦେହହାତ ଦରଜ, ଜ୍ବର, ନିମ୍ନ ରକ୍ତଚାପ, ସ୍ନାୟୁ ମରିଯିବା, ନିଶ୍ବାସପ୍ରଶ୍ବାସରେ ସମସ୍ୟା, ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ। ଏହାର କିଛି ଘଣ୍ଟା ପରେ ରୋଗୀର ମୃତ୍ୟୁ ହୋଇଥାଏ। ଏହି ରୋଗ ଏବେ ୟୁରୋପର ୫ ଦେଶକୁ ବ୍ୟାପି ଗଲାଣି। ଏହି ଦେଶ ମଧ୍ୟରେ ବ୍ରିଟେନ, ଫ୍ରାନ୍ସ, ଆୟରଲାଣ୍ଡ, ନେଦରଲାଣ୍ଡ ଏବଂ ସ୍ବିଡେନ ସାମିଲ ରହିଛି। ଏହି ସବୁ ଦେଶରେ ସର୍ବାଧିକ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଟୋକିଓ ଡାକ୍ତର କେନ କିକୁଚିଙ୍କ ସୂଚନା ଅନୁଯାୟୀ ପ୍ରଥମେ ରୋଗୀଙ୍କ ପାଦ କୁଣ୍ଡେଇ ହୋଇଥାଏ। କିଛି ଘଣ୍ଟା ପରେ ଏହା ସମଗ୍ର ଶରୀରକୁ ବ୍ୟାପି ଯାଇଥାଏ। ସେ ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ଏବଂ ତୁରନ୍ତ ଘା’ର ଚିକିତ୍ସା କରାଇବାକୁ କହିଛନ୍ତି। ଏହାର ମୁକାବିଲା ପାଇଁ ବଜାରରେ ଜେ୮ ଟିକା ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

17 Jun 2024 By The Sakala

ଜାପାନରେ ବ୍ୟାପୁଛି ମାଂସ ଖାଉଥିବା ଜୀବାଣୁ

ଟୋକିଓ: କରୋନା ମହାମାରୀ ପରେ ଏବେ ବିଶ୍ବରେ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି। ଜାପାନରୁ ଏହି ବିପଜ୍ଜନକ ରୋଗ ସାମ୍ନାକୁ ଆସିଛି। ଏହି ରୋଗର ନାମ ଷ୍ଟ୍ରେପ୍ଟୋକୋକଲ ଟକ୍ସିକ ସକ୍‌ ସିଣ୍ଡ୍ରୋମ (ଏସ୍‌ଟିଏସଏସ) ରହିଛି। ଏହି ରୋଗର ଜୀବାଣୁ ରୋଗୀ ଶରୀରର ମାଂସକୁ ଖାଇ ଦେଉଛି। ଏଥିରେ ସଂକ୍ରମିତ ହେବାର ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ହେଉଛି। ଜାପାନରେ ଏହି ରୋଗ କାୟା ବିସ୍ତାର କରିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୯୭୭ ମାମଲା ସାମ୍ନାକୁ ଆସିଲାଣି। ଗ୍ରୁପ ଏ ଷ୍ଟ୍ରେପ୍ଟୋକୋକସ (ଜିଏଏସ୍‌) ଜୀବାଣୁ ଯୋଗୁଁ ଏହି ରୋଗ ହେଉଛି। ଏହା ଶିଶୁ, ବୃଦ୍ଧଙ୍କ ସହିତ ସମସ୍ତଙ୍କ ପାଇଁ ବିପଜ୍ଜନକ। ଏହି ରୋଗରେ ସଂକ୍ରମିତ ହେଲେ ପ୍ରଥମେ କୁଣ୍ଡେଇ ହୋଇଥାଏ ଏବଂ ତଣ୍ଟି ବସି ଯାଇଥାଏ।

ଏହା ବ୍ୟତୀତ ଦେହହାତ ଦରଜ, ଜ୍ବର, ନିମ୍ନ ରକ୍ତଚାପ, ସ୍ନାୟୁ ମରିଯିବା, ନିଶ୍ବାସପ୍ରଶ୍ବାସରେ ସମସ୍ୟା, ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ। ଏହାର କିଛି ଘଣ୍ଟା ପରେ ରୋଗୀର ମୃତ୍ୟୁ ହୋଇଥାଏ। ଏହି ରୋଗ ଏବେ ୟୁରୋପର ୫ ଦେଶକୁ ବ୍ୟାପି ଗଲାଣି। ଏହି ଦେଶ ମଧ୍ୟରେ ବ୍ରିଟେନ, ଫ୍ରାନ୍ସ, ଆୟରଲାଣ୍ଡ, ନେଦରଲାଣ୍ଡ ଏବଂ ସ୍ବିଡେନ ସାମିଲ ରହିଛି। ଏହି ସବୁ ଦେଶରେ ସର୍ବାଧିକ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଟୋକିଓ ଡାକ୍ତର କେନ କିକୁଚିଙ୍କ ସୂଚନା ଅନୁଯାୟୀ ପ୍ରଥମେ ରୋଗୀଙ୍କ ପାଦ କୁଣ୍ଡେଇ ହୋଇଥାଏ। କିଛି ଘଣ୍ଟା ପରେ ଏହା ସମଗ୍ର ଶରୀରକୁ ବ୍ୟାପି ଯାଇଥାଏ। ସେ ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ଏବଂ ତୁରନ୍ତ ଘା’ର ଚିକିତ୍ସା କରାଇବାକୁ କହିଛନ୍ତି। ଏହାର ମୁକାବିଲା ପାଇଁ ବଜାରରେ ଜେ୮ ଟିକା ମଧ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର