ଋଣ ପାଇଁ ଚରମ ନିଷ୍ପତ୍ତି! ବିଷ ପିଇ ଆତ୍ମହତ୍ଯା କଲେ ଗୋଟିଏ ପରିବାରର ୯ ସଦସ୍ଯ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ମହିଶାଲ ଗ୍ରାମରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୯ ଜଣ ବ୍ଯକ୍ତି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ସମ୍ତ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ସମସ୍ତ ସଦସ୍ୟ ଏକ ଡାକ୍ତର ପରିବାରର। ସୋମବାର ଅପରାହ୍ନରେ ଏହି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଦମ୍ପତିଙ୍କ ଗୋଟିଏ କୋଠରୀରୁ ୬ଟି ମୃତଦେହ ଏବଂ ଅନ୍ୟ ଏକ କୋଠରୀରୁ ତିନୋଟି ମୃତଦେହ ଜବତ […]

ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ମହିଶାଲ ଗ୍ରାମରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୯ ଜଣ ବ୍ଯକ୍ତି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ସମ୍ତ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ସମସ୍ତ ସଦସ୍ୟ ଏକ ଡାକ୍ତର ପରିବାରର। ସୋମବାର ଅପରାହ୍ନରେ ଏହି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଦମ୍ପତିଙ୍କ ଗୋଟିଏ କୋଠରୀରୁ ୬ଟି ମୃତଦେହ ଏବଂ ଅନ୍ୟ ଏକ କୋଠରୀରୁ ତିନୋଟି ମୃତଦେହ ଜବତ କରାଯାଇଛି। ଏହି ସାମୁହିକ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ସାମୁହିକ ଆତ୍ମହତ୍ଯା ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସମସ୍ତ ମୃତଦେହକୁ ପୁଲିସ ଜବତ କରି ଶବ ବ୍ଯବଚ୍ଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଆତ୍ମହତ୍ୟାରକରିଥିବା ୯ ସଦସ୍ଯଙ୍କ ଭିତରେ ଜଣେ ନାବାଳକ ରହିଛନ୍ତି। ଅକ୍କାତାଇ ବନମୋରେ (୭୨), ପୋପଟ ୟାଲ୍ଲାପ୍ପା ବନମୋରେ (୫୨), ମାଣିକ ୟାଲ୍ଲାପ୍ପା ବନମୋରେ(୪୯) , ସଂଗୀତ ପୋପଟ ବନମୋରେ ( ୪୮), ରେଖା ମାଣିକ ବନମୋରେ (୪୫), ଆର୍ଚାନା ପୋପଟ ବନମୋରେ ( ୩୦) , ଶୁଭମ୍ ପୋପଟ ବନମୋରେ ( ୨୮) , ଅନୀତା ମାଣିକ ବନମୋରେ (୨୮)  ଓ ଆଦିତ୍ୟ ମାଣିକ ବନମୋରେ (୧୫)।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପଡୋଶୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ସେ ଅନେକ ଲୋକଙ୍କଠାରୁ ଋଣ ମଧ୍ୟ ନେଇଥିଲେ। ବୋଧହୁଏ ଋଣ ପରିଶୋଧ କରିବାର ଚାପ ହେତୁ ପରିବାର ଲୋକେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର