ଟ୍ରାଇର ଆଶ୍ବାସନା : ଭାରତରେ ବିମାନ ଚଳାଚଳ ଉପରେ ବିପଦ ହେବନାହିଁ ୫ଜି ନେଟୱାର୍କ

The Sakala Picture
Published On

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତରେ ଆସିବାକୁ ଥିବା ୫ଜି ମୋବାଇଲ୍ ସେବା ଯୋଗୁ ଦେଶ ଉପରେ ଉଡ଼ୁଥିବା ବିମାନଗୁଡ଼ିକ କୌଣସି ସୁରକ୍ଷା ଜନିତ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଦେଶରେ ବିମାନ ସେବା ପାଇଁ ନୂତନ ଯୁଗର ଏହି ଯୁପ୍ରକ୍ତିବିଦ୍ୟା ସୁରକ୍ଷିତ ଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କହିଛି। ଏହି ଆଶ୍ୱାସନା ସେହି ସମୟରେ ଆସିଛି ଯେତେବେଳେ ଆମେରିକାରେ ୫ଜି ନେଟୱାର୍କ ଆରମ୍ଭ ହୋଇଛି। ଆମେରିକାରେ ୫ଜି ନେଟୱାର୍କର ପ୍ରବର୍ତ୍ତନ ବିମାନ ଉଡ଼ାଣ ସୁରକ୍ଷା […]

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତରେ ଆସିବାକୁ ଥିବା ୫ଜି ମୋବାଇଲ୍ ସେବା ଯୋଗୁ ଦେଶ ଉପରେ ଉଡ଼ୁଥିବା ବିମାନଗୁଡ଼ିକ କୌଣସି ସୁରକ୍ଷା ଜନିତ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଦେଶରେ ବିମାନ ସେବା ପାଇଁ ନୂତନ ଯୁଗର ଏହି ଯୁପ୍ରକ୍ତିବିଦ୍ୟା ସୁରକ୍ଷିତ ଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କହିଛି। ଏହି ଆଶ୍ୱାସନା ସେହି ସମୟରେ ଆସିଛି ଯେତେବେଳେ ଆମେରିକାରେ ୫ଜି ନେଟୱାର୍କ ଆରମ୍ଭ ହୋଇଛି। ଆମେରିକାରେ ୫ଜି ନେଟୱାର୍କର ପ୍ରବର୍ତ୍ତନ ବିମାନ ଉଡ଼ାଣ ସୁରକ୍ଷା ନେଇ ଚିନ୍ତାର କାରଣ ହୋଇଛି। କାରଣ ଏହି ଟେକ୍ନୋଲୋଜି୫ଜି ନାଭିଗେସନ୍ ସିଷ୍ଟମରେ ବାଧା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

୫ଜି ଫୋନ୍ ସେବା ଆରମ୍ଭ ସମୟରେ ବିମାନ ଉପକରଣ ପାଇଁ ବିପଦ ସୃଷ୍ଟି କରିବା ସହ ବୋଇଂ ୭୭୭ ପରି କେତେକ ବିମାନ ଉପରେ ପ୍ରଭାବ ପକାଇବାରୁ ଆମେରିକାରେ ଅନେକ ବିମାନ ଉଡାଣ ବାତିଲ ହୋଇଥିଲା। ତେବେ ୫ଜି ସ୍ପେକ୍ଟ୍ରମ୍ କାର୍ଯ୍ୟକ୍ଷମ କରିବା ପରେ ଭାରତ ମଧ୍ୟରେ ବିମାନ ଚଳାଚଳ ପାଇଁ କୌଣସି ଅସୁବିଧା ନାହିଁ ବୋଲି ଟ୍ରାଇ ଅଧ୍ୟକ୍ଷ ପି.ଡି. ଭାଗେଲା କହିଛନ୍ତି। ଭାଗେଲା କହିଛନ୍ତି ଯେ, ଆମେରିକାରେ ୫ଜି ପାଇଁ ସଂରକ୍ଷିତ ସ୍ପେକ୍ଟ୍ରମ୍ ଏବଂ ବିମାନ ମଧ୍ୟରେ ଦୂରତା ବହୁତ କମ୍ ଥିବାବେଳେ ଭାରତରେ ଏହି ଦୂରତା ବହୁତ ଅଧିକ। ଯୁକ୍ତରାଷ୍ଟ୍ରରେ ୫ଜି ପାଇଁ ବ୍ୟାଣ୍ଡ୍‌ ୩୭୦୦-୩୯୮ ମେଗାହର୍ଜ୍ଜ ଥିବାବେଳେ ବିମାନରେ ଥିବା ରେଡିଓ ଆଲ୍ଟିମିଟରଗୁଡିକ ୪୨୦୦୪୪୦୦ ମେଗାହର୍ଜ୍ଜ ବ୍ୟାଣ୍ଡ୍‌ରେ କାର୍ଯ୍ୟ କରେ। ପାର୍ଥକ୍ୟ କେବଳ ୨୨୦ମେଗାହର୍ଜ୍ଜ, ବିମାନର ନାଭିଗେସନ୍ ସିଷ୍ଟମରେ ହସ୍ତକ୍ଷେପ ହେବାର ଆଶଙ୍କା ବଢ଼ିଯାଇଥାଏ।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଭାରତରେ ୫ଜି ବ୍ୟାଣ୍ଡ ୩୩୦୦ମେଗାହର୍ଜ୍ଜରୁ ୩୬୭୦ମେଗାହର୍ଜ୍ଜ ମଧ୍ୟରେ ଚାଲିଥାଏ, ଯାହା ଏୟାରଲାଇନ୍ସ ଦ୍ୱାରା ବ୍ୟବହୃତ ଫ୍ରିକ୍ୱେନ୍ସି ସହିତ ୫୩୦ମେଗାହର୍ଜ୍ଜର ପାର୍ଥକ୍ୟ କରିଥାଏ। ଭାଗେଲା କହିଛନ୍ତି ଯେ, ଯଦିଓ ଭାରତରେ ଏହିଭଳି ଭୟ ନାହିଁ, ତଥାପି ଟ୍ରାଇ ଏକ ଠୋସ୍ ମୂଲ୍ୟାଙ୍କନ ପାଇଁ ବିସ୍ତୃତ ଭାବରେ ଏ ନେଇ ଯାଞ୍ଚ କରିବ। ଭାରତୀୟ ଟେଲିକମ୍ ଶିଳ୍ପ ମଧ୍ୟ ଅନୁଭବ କରୁଛି ଯେ, ୫ ଜି କାରଣରୁ ବିମାନ ସେବା ପାଇଁ କୌଣସି ସୁରକ୍ଷା ସମସ୍ୟା ନାହିଁ। ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ଡିଜି ଏସ୍ ପି ​​କୋଚ୍ଚରଙ୍କ କହିବାନୁଯାୟୀ, ଏଠାରେ ଥିବା ଅଧିକାଂଶ ଚିନ୍ତା ଆମେରିକାରେ ଭୟ ସୃଷ୍ଟି କରିଛି। ପ୍ରକୃତ କଥା ହେଉଛି ଭାରତରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ଭାରତୀୟ ମାଟିରେ ବିମାନ ଚଳାଚଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କୋଚ୍ଚରଙ୍କ ମତରେ ୟୁରୋପର, ଦକ୍ଷିଣ କୋରିଆ ଏବଂ ଜାପାନର ବଜାରରେ ଆବଣ୍ଟିତ ଫ୍ରିକ୍ୱେନ୍ସିଗୁଡିକ ଭାରତର ୫ଜି ବ୍ୟାଣ୍ଡ ପ୍ରତିଫଳିତ କରିଥାଏ। ଭାରତରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ଚଳିତବର୍ଷ ଶେଷ ଭାଗରେ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର