ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର ମୃତ୍ୟୁ

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର ମୃତ୍ୟୁ ଘଟିଛି।  ବାୟୋଗ୍ୟାସ୍‌ କୂଅରେ ପଡିଥିବା ଏକ ବିଲେଇର ଜୀବନ ରକ୍ଷା କରିବାକୁ ଯାଇ ୫ଜଣଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବିଲେଇଟି ବାୟୋଗ୍ୟାସ୍‌ କୂଅରେ ପଡିଯାଇଥିଲା। ଏହା ଦେଖି ପରିବାରର ଜଣେ ବ୍ୟକ୍ତି କୂଅ ଭିତରକୁ ପଶିଥିଲେ। ଅନେକ ସମୟ ବିତିଯିବା ପରେ ବି କୂଅରୁ ନ ବାହାରିବାରୁ ପରିବାରର ଅନ୍ୟ ସଦସ୍ୟମାନେ କୂଅ […]

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର ମୃତ୍ୟୁ ଘଟିଛି।  ବାୟୋଗ୍ୟାସ୍‌ କୂଅରେ ପଡିଥିବା ଏକ ବିଲେଇର ଜୀବନ ରକ୍ଷା କରିବାକୁ ଯାଇ ୫ଜଣଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବିଲେଇଟି ବାୟୋଗ୍ୟାସ୍‌ କୂଅରେ ପଡିଯାଇଥିଲା। ଏହା ଦେଖି ପରିବାରର ଜଣେ ବ୍ୟକ୍ତି କୂଅ ଭିତରକୁ ପଶିଥିଲେ। ଅନେକ ସମୟ ବିତିଯିବା ପରେ ବି କୂଅରୁ ନ ବାହାରିବାରୁ ପରିବାରର ଅନ୍ୟ ସଦସ୍ୟମାନେ କୂଅ ନିକଟରୁ ଯାଇ ଦେଖିଥିଲେ। ତାଙ୍କୁ ବଞ୍ଚାଇବାକୁ ଜଣଙ୍କ ପରେ ଜଣେ କରି ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ ଗର୍ତ୍ତରେ ଫସି ଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

10 Apr 2024 By The Sakala

ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିଲେଇକୁ ବଞ୍ଚାଇବାକୁ ଯାଇ ୫ଜଣଙ୍କର ମୃତ୍ୟୁ ଘଟିଛି।  ବାୟୋଗ୍ୟାସ୍‌ କୂଅରେ ପଡିଥିବା ଏକ ବିଲେଇର ଜୀବନ ରକ୍ଷା କରିବାକୁ ଯାଇ ୫ଜଣଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବିଲେଇଟି ବାୟୋଗ୍ୟାସ୍‌ କୂଅରେ ପଡିଯାଇଥିଲା। ଏହା ଦେଖି ପରିବାରର ଜଣେ ବ୍ୟକ୍ତି କୂଅ ଭିତରକୁ ପଶିଥିଲେ। ଅନେକ ସମୟ ବିତିଯିବା ପରେ ବି କୂଅରୁ ନ ବାହାରିବାରୁ ପରିବାରର ଅନ୍ୟ ସଦସ୍ୟମାନେ କୂଅ ନିକଟରୁ ଯାଇ ଦେଖିଥିଲେ। ତାଙ୍କୁ ବଞ୍ଚାଇବାକୁ ଜଣଙ୍କ ପରେ ଜଣେ କରି ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ ଗର୍ତ୍ତରେ ଫସି ଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୋବର ଭର୍ତ୍ତି ବାୟୋଗ୍ୟାସ୍ କୂଅରେ ଅଣନିଃଶ୍ୱାସୀ ହୋଇ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର