ମନୋରଞ୍ଜନ
ଓଡ଼ିଶା
ମାଟ୍ରିକ ପାସ୍ କଲେ ୪୩ ବର୍ଷୀୟ ବାପା; ପୁଅ ଫେଲ୍
ମାଟ୍ରିକ ବୋର୍ଡ ପରୀକ୍ଷାରେ ଜଣେ ବୟସ୍କ ବାପା ପାସ୍ କରିଥିବା ବେଳେ ତାଙ୍କ ପୁଅ ଫେଲ ହେବା ଘଟଣା ଏବେ ବିଭିନ୍ନ ମହଲରେ କୌତୁହଳ ସୃଷ୍ଟି କରିଛି। ୧୦ମ ପରୀକ୍ଷା ଦେଇଥିବା ପୁଣେର ଜଣେ ୪୩ ବର୍ଷୀୟ ବ୍ୟକ୍ତି ପାସ୍ କରିଥିବା ବେଳେ ତାଙ୍କ ପୁଅ ଫେଲ୍ ହୋଇଥିବା ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳାଫଳରୁ ଜଣାପଡ଼ିଛି। ପରିବାର ପ୍ରତିପୋଷଣ ପାଇଁ ଏଠାକାର ଭାସ୍କର ୱାଘ୍ମାରେ ନାମକ ବ୍ୟକ୍ତି ୭ମ ଶ୍ରେଣୀରୁ ପାଠ ଛାଡ଼ି କାମଧନ୍ଦା […]
ମାଟ୍ରିକ ବୋର୍ଡ ପରୀକ୍ଷାରେ ଜଣେ ବୟସ୍କ ବାପା ପାସ୍ କରିଥିବା ବେଳେ ତାଙ୍କ ପୁଅ ଫେଲ ହେବା ଘଟଣା ଏବେ ବିଭିନ୍ନ ମହଲରେ କୌତୁହଳ ସୃଷ୍ଟି କରିଛି। ୧୦ମ ପରୀକ୍ଷା ଦେଇଥିବା ପୁଣେର ଜଣେ ୪୩ ବର୍ଷୀୟ ବ୍ୟକ୍ତି ପାସ୍ କରିଥିବା ବେଳେ ତାଙ୍କ ପୁଅ ଫେଲ୍ ହୋଇଥିବା ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ବୋର୍ଡ ପରୀକ୍ଷା ଫଳାଫଳରୁ ଜଣାପଡ଼ିଛି। ପରିବାର ପ୍ରତିପୋଷଣ ପାଇଁ ଏଠାକାର ଭାସ୍କର ୱାଘ୍ମାରେ ନାମକ ବ୍ୟକ୍ତି ୭ମ ଶ୍ରେଣୀରୁ ପାଠ ଛାଡ଼ି କାମଧନ୍ଦା କରିବାକୁ ବାଧ୍ୟ ହୋଇଥିଲେ।
କିନ୍ତୁ ପାଠପଢ଼ା ପାଇଁ ତାଙ୍କର ଆଗ୍ରହ କମିନଥିଲା। ସମ୍ପ୍ରତି ଏକ ଘରୋଇ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଭାସ୍କର ଦୀର୍ଘ ୩୦ ବର୍ଷର ପରେ ସେ ନିଜ ପୁଅ ସହିତ ମିଶି ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। କାମରୁ ଫେରିବା ପରେ ଭାସ୍କର ସବୁଦିନ ପାଠ ପଢ଼ନ୍ତି ଓ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରନ୍ତି। ନିଜେ ପରୀକ୍ଷାରେ ପାସ୍ କରିଛନ୍ତି ବୋଲି ଖୁସି ହେଉଥିଲେ ବି, ଦୁଇଟି ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପୁଅ ପାଇଁ ସେ ଦୁଃଖୀତ ବୋଲି କହିଛନ୍ତି।