୨୦୨୪ ନିର୍ବାଚନରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ୪୦% ଦିବ୍ୟାଙ୍ଗ ଭୋଟର ଘରୁ କରିପାରିବେ ମତଦାନ

The Sakala Picture
Published On

ଭୁବନେଶ୍ୱର : ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଦିବ୍ୟାଙ୍ଗ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରଙ୍କ ମତଦାନ ବଢ଼ାଇବା ପାଇଁ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏନେଇ ଗୁରୁବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଅଭାସୀ ବୈଠକ ମାଧ୍ୟମରେ ସମସ୍ତ ରାଜ୍ୟର ପ୍ରସ୍ତୁତି ବିଷୟରେ ସମୀକ୍ଷା କରାଯାଇଛି। ତଥ୍ୟ ଅନୁଯାୟୀ, ଏଥର ୫, ୧୬, ୩୩୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରାଯାଇଛି। ଏହା ସହ ଅଧିକରୁ ଅଧିକ […]

ଭୁବନେଶ୍ୱର : ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଦିବ୍ୟାଙ୍ଗ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରଙ୍କ ମତଦାନ ବଢ଼ାଇବା ପାଇଁ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏନେଇ ଗୁରୁବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଅଭାସୀ ବୈଠକ ମାଧ୍ୟମରେ ସମସ୍ତ ରାଜ୍ୟର ପ୍ରସ୍ତୁତି ବିଷୟରେ ସମୀକ୍ଷା କରାଯାଇଛି। ତଥ୍ୟ ଅନୁଯାୟୀ, ଏଥର ୫, ୧୬, ୩୩୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରାଯାଇଛି। ଏହା ସହ ଅଧିକରୁ ଅଧିକ ସଂଖ୍ୟକ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରି ଇ-ରୋଲରେ ଚିହ୍ନିତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ସକ୍ଷମ ମୋବାଇଲ ଆପ୍ଲିକେସନରେ ଏହି ଚିହ୍ନଟ ପ୍ରକ୍ରିୟା କରାଯାଇ ପାରିବ। ଏହାସହ ଭୋଟର ତାଲିକାରେ ଚିହ୍ନିତ ହୋଇଥିବା ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ରହିଥିବା ଭୋଟର ନିଜେ ଘରୁ ମତଦାନ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିପାରିବେ। ସମସ୍ତ ବୁଥରେ ବିନା ଅସୁବିଧାରେ ହୁଇଲ ଚେୟାର ଯାତାୟାତ କରିବା ପାଇଁ ରେଲିଙ୍ଗର ବ୍ୟବସ୍ଥା ମଧ୍ୟ ରହିବ। ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ସ୍ତରରେ ଏକ ହେଲ୍‌‌ପଲାଇନ ମଧ୍ୟ କାର୍ଯ୍ୟ କରିବ। ଦିବ୍ୟାଙ୍ଗ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରମାନେ ମତଦାନ କେନ୍ଦ୍ରକୁ ଆସିବାରେ ଯେମିତି କୌଣସି ବାଧା ନ ଉପୁଯିବ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

08 Mar 2024 By The Sakala

୨୦୨୪ ନିର୍ବାଚନରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ୪୦% ଦିବ୍ୟାଙ୍ଗ ଭୋଟର ଘରୁ କରିପାରିବେ ମତଦାନ

ଭୁବନେଶ୍ୱର : ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଦିବ୍ୟାଙ୍ଗ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରଙ୍କ ମତଦାନ ବଢ଼ାଇବା ପାଇଁ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏନେଇ ଗୁରୁବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଅଭାସୀ ବୈଠକ ମାଧ୍ୟମରେ ସମସ୍ତ ରାଜ୍ୟର ପ୍ରସ୍ତୁତି ବିଷୟରେ ସମୀକ୍ଷା କରାଯାଇଛି। ତଥ୍ୟ ଅନୁଯାୟୀ, ଏଥର ୫, ୧୬, ୩୩୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରାଯାଇଛି। ଏହା ସହ ଅଧିକରୁ ଅଧିକ ସଂଖ୍ୟକ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରି ଇ-ରୋଲରେ ଚିହ୍ନିତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସକ୍ଷମ ମୋବାଇଲ ଆପ୍ଲିକେସନରେ ଏହି ଚିହ୍ନଟ ପ୍ରକ୍ରିୟା କରାଯାଇ ପାରିବ। ଏହାସହ ଭୋଟର ତାଲିକାରେ ଚିହ୍ନିତ ହୋଇଥିବା ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ରହିଥିବା ଭୋଟର ନିଜେ ଘରୁ ମତଦାନ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିପାରିବେ। ସମସ୍ତ ବୁଥରେ ବିନା ଅସୁବିଧାରେ ହୁଇଲ ଚେୟାର ଯାତାୟାତ କରିବା ପାଇଁ ରେଲିଙ୍ଗର ବ୍ୟବସ୍ଥା ମଧ୍ୟ ରହିବ। ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରଙ୍କ ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ସ୍ତରରେ ଏକ ହେଲ୍‌‌ପଲାଇନ ମଧ୍ୟ କାର୍ଯ୍ୟ କରିବ। ଦିବ୍ୟାଙ୍ଗ ଓ ବରିଷ୍ଠ (୮୫ ବର୍ଷରୁ ଊର୍ଦ୍ଧ୍ବ) ଭୋଟରମାନେ ମତଦାନ କେନ୍ଦ୍ରକୁ ଆସିବାରେ ଯେମିତି କୌଣସି ବାଧା ନ ଉପୁଯିବ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର