୩ ହଜାର ବର୍ଷ ପୁରାତନ ନଗର ଆବିଷ୍କୃତ

The Sakala Picture
Published On

କାଇରୋ: ଇଜିପ୍ଟର ଦକ୍ଷିଣ ପ୍ରଦେଶ ଲକ୍ସରରେ ପ୍ରତ୍ନତତ୍ତ୍ବବିତ୍‌ମାନେ ପ୍ରାୟ ୩ ହଜାର ବର୍ଷର ଏକ ପୁରାତନ ସହର ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହାକୁ ଇଜିପ୍ଟର ’ଲଷ୍ଟ ଗୋଲ୍ଡେନ ସିଟି’ ବୋଲି କୁହାଯାଉଥିବା ବେଳେ ବିଗତ କିଛି ବର୍ଷ ମଧ୍ୟରେ ବିଶ୍ବସ୍ତରରେ ହୋଇଥିବା ବିଭିନ୍ନ ପ୍ରତ୍ନତାତ୍ବିକ ଖନନ ମଧ୍ୟରେ ଏଭଳି ଆବିଷ୍କାର ଅନନ୍ୟ ବୋଲି ଆମେରିକାର ଏକ ଟିମ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପ୍ରାୟ ୩୪୦୦ ବର୍ଷ ତଳେ ଇଜିପ୍ଟର ସବୁଠାରୁ ଶକ୍ତିଶାଳୀ ଶାସକ ଆମେନହୋଟେପ୍‌ଙ୍କ ଦ୍ବାରା ଏହି […]

କାଇରୋ: ଇଜିପ୍ଟର ଦକ୍ଷିଣ ପ୍ରଦେଶ ଲକ୍ସରରେ ପ୍ରତ୍ନତତ୍ତ୍ବବିତ୍‌ମାନେ ପ୍ରାୟ ୩ ହଜାର ବର୍ଷର ଏକ ପୁରାତନ ସହର ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହାକୁ ଇଜିପ୍ଟର ’ଲଷ୍ଟ ଗୋଲ୍ଡେନ ସିଟି’ ବୋଲି କୁହାଯାଉଥିବା ବେଳେ ବିଗତ କିଛି ବର୍ଷ ମଧ୍ୟରେ ବିଶ୍ବସ୍ତରରେ ହୋଇଥିବା ବିଭିନ୍ନ ପ୍ରତ୍ନତାତ୍ବିକ ଖନନ ମଧ୍ୟରେ ଏଭଳି ଆବିଷ୍କାର ଅନନ୍ୟ ବୋଲି ଆମେରିକାର ଏକ ଟିମ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପ୍ରାୟ ୩୪୦୦ ବର୍ଷ ତଳେ ଇଜିପ୍ଟର ସବୁଠାରୁ ଶକ୍ତିଶାଳୀ ଶାସକ ଆମେନହୋଟେପ୍‌ଙ୍କ ଦ୍ବାରା ଏହି ନଗରୀ ଖ୍ରୀଷ୍ଟପୂର୍ବ ୧୩୯୧ ରୁ ୧୩୫୩ ମଧ୍ୟରେ ନିର୍ମାଣ କରାଯାଇଥିବା ଇଜିପ୍ଟ ପ୍ରତ୍ନତତ୍ତ୍ବବିତ୍‌ମାନେ କହିଥିବା ବେଳେ ଏହା ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ବିକ ଖନନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ରାଜା ତୁତାନଖାମେନ୍‌ଙ୍କ ସମାଧି ଚିହ୍ନଟ କରାଯିବା ପର ଠାରୁ ଏହି ନଗରୀର ସନ୍ଧାନ ମିଳିବା ଇଜିପ୍ଟରେ ଆଉ ଏକ ଉଲ୍ଲେଖନୀୟ ଘଟଣା ହୋଇପାରେ ବୋଲି କୁହାଯାଉଛି। ଲକ୍ସର ପ୍ରଦେଶର ପଶ୍ଚିମ ତଟରେ ରହିଥିବା ଏହି ନଗରୀରେ ସର୍ବବୃହତ୍‌ ପ୍ରଶାସନିକ ଏବଂ ଶିଳ୍ପ ବସତି ଥିଲା ପରି ମନେହେଉଛି। ସାମାଜିକ ଗଣମାଧ୍ୟମରେ ଏହି ପ୍ରତ୍ନତାତ୍ତ୍ବିକ ଆବିଷ୍କାରକୁ ଅସାଧାରଣ ବୋଲି କୁହାଯାଇଥିବା ବେଳେ ମିଶରର ପ୍ରାଚୀନ ସଭ୍ୟତାର ଏହା ଏକ ଅମୂଲ୍ୟ ଉତ୍ସ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଉତ୍ତର କୋରିଆର ‘ଡେଡ୍‌ ହ୍ୟାଣ୍ଡ’ ନୀତି: କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ହତ୍ୟା ହେଲେ ସ୍ୱୟଂକ୍ରିୟ ପରମାଣୁ ଆକ୍ରମଣ

10 Apr 2021 By The Sakala

୩ ହଜାର ବର୍ଷ ପୁରାତନ ନଗର ଆବିଷ୍କୃତ

କାଇରୋ: ଇଜିପ୍ଟର ଦକ୍ଷିଣ ପ୍ରଦେଶ ଲକ୍ସରରେ ପ୍ରତ୍ନତତ୍ତ୍ବବିତ୍‌ମାନେ ପ୍ରାୟ ୩ ହଜାର ବର୍ଷର ଏକ ପୁରାତନ ସହର ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହାକୁ ଇଜିପ୍ଟର ’ଲଷ୍ଟ ଗୋଲ୍ଡେନ ସିଟି’ ବୋଲି କୁହାଯାଉଥିବା ବେଳେ ବିଗତ କିଛି ବର୍ଷ ମଧ୍ୟରେ ବିଶ୍ବସ୍ତରରେ ହୋଇଥିବା ବିଭିନ୍ନ ପ୍ରତ୍ନତାତ୍ବିକ ଖନନ ମଧ୍ୟରେ ଏଭଳି ଆବିଷ୍କାର ଅନନ୍ୟ ବୋଲି ଆମେରିକାର ଏକ ଟିମ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପ୍ରାୟ ୩୪୦୦ ବର୍ଷ ତଳେ ଇଜିପ୍ଟର ସବୁଠାରୁ ଶକ୍ତିଶାଳୀ ଶାସକ ଆମେନହୋଟେପ୍‌ଙ୍କ ଦ୍ବାରା ଏହି ନଗରୀ ଖ୍ରୀଷ୍ଟପୂର୍ବ ୧୩୯୧ ରୁ ୧୩୫୩ ମଧ୍ୟରେ ନିର୍ମାଣ କରାଯାଇଥିବା ଇଜିପ୍ଟ ପ୍ରତ୍ନତତ୍ତ୍ବବିତ୍‌ମାନେ କହିଥିବା ବେଳେ ଏହା ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ବିକ ଖନନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ରାଜା ତୁତାନଖାମେନ୍‌ଙ୍କ ସମାଧି ଚିହ୍ନଟ କରାଯିବା ପର ଠାରୁ ଏହି ନଗରୀର ସନ୍ଧାନ ମିଳିବା ଇଜିପ୍ଟରେ ଆଉ ଏକ ଉଲ୍ଲେଖନୀୟ ଘଟଣା ହୋଇପାରେ ବୋଲି କୁହାଯାଉଛି। ଲକ୍ସର ପ୍ରଦେଶର ପଶ୍ଚିମ ତଟରେ ରହିଥିବା ଏହି ନଗରୀରେ ସର୍ବବୃହତ୍‌ ପ୍ରଶାସନିକ ଏବଂ ଶିଳ୍ପ ବସତି ଥିଲା ପରି ମନେହେଉଛି। ସାମାଜିକ ଗଣମାଧ୍ୟମରେ ଏହି ପ୍ରତ୍ନତାତ୍ତ୍ବିକ ଆବିଷ୍କାରକୁ ଅସାଧାରଣ ବୋଲି କୁହାଯାଇଥିବା ବେଳେ ମିଶରର ପ୍ରାଚୀନ ସଭ୍ୟତାର ଏହା ଏକ ଅମୂଲ୍ୟ ଉତ୍ସ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର