ମନୋରଞ୍ଜନ
ଦେଶର ୧୬ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟିର କରଜ
ନୂଆଦିଲ୍ଲୀ : ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର କୃଷକଙ୍କ ଋଣ ଛାଡ଼ କରୁଛନ୍ତି। ତଥାପି ଚାଷୀଙ୍କ ଉପରୁ କମୁନି କରଜ ବୋଝ। ଯଦି ଆମେ ନାବାର୍ଡ ଏକ ରିପୋର୍ଟକୁ ଅନୁଧ୍ୟାନ କରିବା ତାହେଲେ ଆଶ୍ଚର୍ଯ୍ୟ ହୋଇଯିବା। ରିପୋର୍ଟ ଅନୁଯାୟୀ, ଦେଶର ୧୬ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟି ଟଙ୍କାର କରଜ ରହିଛି। ଦେଶର ପ୍ରାୟ ସମସ୍ତ ବ୍ୟାଙ୍କର ଚାଷୀଙ୍କ ଉପରେ ଏହି ଋଣ ଭାର ରହିଛି। ଏହାକୁ ଯଦି ଆମେ ଛାଷୀ […]
ନୂଆଦିଲ୍ଲୀ : ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର କୃଷକଙ୍କ ଋଣ ଛାଡ଼ କରୁଛନ୍ତି। ତଥାପି ଚାଷୀଙ୍କ ଉପରୁ କମୁନି କରଜ ବୋଝ। ଯଦି ଆମେ ନାବାର୍ଡ ଏକ ରିପୋର୍ଟକୁ ଅନୁଧ୍ୟାନ କରିବା ତାହେଲେ ଆଶ୍ଚର୍ଯ୍ୟ ହୋଇଯିବା। ରିପୋର୍ଟ ଅନୁଯାୟୀ, ଦେଶର ୧୬ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟି ଟଙ୍କାର କରଜ ରହିଛି। ଦେଶର ପ୍ରାୟ ସମସ୍ତ ବ୍ୟାଙ୍କର ଚାଷୀଙ୍କ ଉପରେ ଏହି ଋଣ ଭାର ରହିଛି। ଏହାକୁ ଯଦି ଆମେ ଛାଷୀ ପିଛା ହିସାବ କରିବା ତେେବ ଜଣାପଡିବ ଯେ, ଦେଶରେ ପ୍ରତି ଚାଷୀ ମୁଣ୍ଡରେ ୧.୩୫ ଲକ୍ଷ ଟଙ୍କାର ଋଣ ଭାର ରହିଛି।
ସଂସଦରେ କୃଷି ଋଣ ଉପରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। କୃଷକମାନେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କରୁ ଏହି ଋଣ ନେଇଛନ୍ତି। ଏଥିରେ ରାଷ୍ଟ୍ରାୟତ୍ତ ବାଣିଜ୍ୟିକ ବ୍ୟାଙ୍କରୁ ଦେଶର ୧୦.୮୦ କୋଟି କୃଷକ ଋଣ ନେଇଛନ୍ତି, ଯାହାର ମୋଟ ଋଣ ପରିମାଣ ୧୬.୪୦ ଲକ୍ଷ କୋଟି ଟଙ୍କା। ଯଦି ଏହାକୁ ହାରାହାରି ଭାବେ ହିସାବ କରାଯାଏ ତେବେ ପ୍ରତ୍ୟେକ କୃଷକଙ୍କ ଉପରେ ୧.୫୧ ଲକ୍ଷ ଟଙ୍କାରୁ ଅଧିକ ଋଣ ହେବ। ଅନ୍ୟପକ୍ଷରେ ଦେଶର ୨.୬୭ କୋଟି କୃଷକ ସମବାୟ ବ୍ୟାଙ୍କରୁ ଋଣ ନେଇଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି। ସେମାନେ ସମବାୟ ବ୍ୟାଙ୍କରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ନେଇଛନ୍ତି।
ଏଠାରେ ବିଶେଷ କଥା ହେଉଛି ଯେ, ଦେଶର ୩୭ଟି ରାଜ୍ୟ ମଧ୍ୟରୁ ୯ ଟି ରାଜ୍ୟର କୃଷକମାନେ ଏହି ବ୍ୟାଙ୍କଗୁଡିକରୁ କୌଣସି ଋଣ ନେଇନାହାଁନ୍ତି। ଏହାର ଅର୍ଥ ହେଉଛି କେବଳ ୨୮ ଟି ରାଜ୍ୟର କୃଷକ ସମବାୟ ବ୍ୟାଙ୍କରୁ ଋଣ ନେଇଛନ୍ତି। ଯଦି ଏହି ଋଣ ପରିମାଣକୁ କୃଷକମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯାଏ, ତେବେ ପ୍ରତ୍ୟେକ ଚାଷୀଙ୍କ ମୁଣ୍ଡ ପିଛା କରଜ ପରିମାଣ ୭୫,୨୪୧.୩୫ ଟଙ୍କା ହେବ। ଏହାବାଦ୍ ଆଞ୍ଚଳିକ ବ୍ୟାଙ୍କଗୁଡିକ ବିଷୟରେ ଆଲୋଚନା କଲେ ଜଣାପଡିବ ଯେ, ଏମିତି ୯ ରାଜ୍ୟର କୃଷକ ରହିଛନ୍ତି ଯେଉଁମାନେ ଏହିସବୁ ବ୍ୟାଙ୍କରୁ ଋଣ ନେଇନାହାଁନ୍ତି। ଦେଶର ୨୭ ଟି ରାଜ୍ୟର ପ୍ରାୟ ୨.୭୬ କୋଟି କୃଷକ ଆଞ୍ଚଳିକ ବ୍ୟାଙ୍କରୁ ୨.୫୮ ଲକ୍ଷ କୋଟି ଟଙ୍କାର ଋଣ ନେଇଛନ୍ତି। ଯଦି ଏହି ଋଣ ସମସ୍ତ କୃଷକଙ୍କ ମଧ୍ୟରେ ବଣ୍ଟନ ହୁଏ, ତେବେ ପ୍ରତ୍ୟେକ ଚାଷୀଙ୍କ ଉପରେ ୯୩,୬୫୭.୨୯ ଟଙ୍କାର ଋଣ ଭାର ପଡ଼ିବ।
ଏ କ୍ଷେତ୍ରରେଯଦି ଆମେ ରାଜ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା, ତେବେ ରାଜସ୍ଥାନର ୯୯.୯୭ ଲକ୍ଷ କୃଷକ ବ୍ୟାଙ୍କରୁ ଋଣ ନେଇଛନ୍ତି, ଯାହାର ପରିମାଣ ୧.୪୭ ଲକ୍ଷ କୋଟି ଟଙ୍କାରୁ ଅଧିକ। ସେହିପରି ଉତ୍ତରପ୍ରଦେଶ ବିଷୟରେ କହିବାକୁ ଗଲେ ଏଠାରେ ୧.୫୧ କୋଟି ଚାଷୀ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ ତାହାର ପରିମାଣ ୧.୭୧ ଲକ୍ଷ କୋଟିରୁ ଅଧିକ ହେବ। ଗୁଜୁରାଟରେ ମଧ୍ୟ ୪୭.୫୧ ଲକ୍ଷ କୃଷକ ଋଣ ନେଇଛନ୍ତି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।