ରୋପ୍ପ ଓ୍ବେରେ ଦୁର୍ଘଟଣା: ଫସିଲେ ୫୦ ପର୍ଯ୍ଯଟକ, ୧୦ ଆହତ ଓ ୨ଗୁରୁତର

The Sakala Picture
Published On

ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଲାଗିଥିବା ‘ରୋପ୍‌ୱେ’ କେତେଗୁଡ଼ିଏ କେବୁଲ୍‌ କାର୍‌ ପରସ୍ପର ସହିତ ଧକ୍କା ହୋଇଛି। ଏହା ଧକ୍କାରେ ୧୦ଜଣ ପର୍ଯ୍ଯଟକ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ‘ରୋପ୍‌ୱେ‌’ରେ ଅନ୍ୟୂନ ୧୨ଟି କ୍ୟାବିନ୍‌ ଅଟକି ଯାଇଥିବାରୁ ୫୦ଜଣ ବ୍ୟକ୍ତି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି। ଉଦ୍ଧାର କାର୍ଯ୍ଯ ନିମନ୍ତେ ଏନ୍‌ଡିଆର୍‌ଏଫ୍‌ […]

ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଲାଗିଥିବା ‘ରୋପ୍‌ୱେ’ କେତେଗୁଡ଼ିଏ କେବୁଲ୍‌ କାର୍‌ ପରସ୍ପର ସହିତ ଧକ୍କା ହୋଇଛି। ଏହା ଧକ୍କାରେ ୧୦ଜଣ ପର୍ଯ୍ଯଟକ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ‘ରୋପ୍‌ୱେ‌’ରେ ଅନ୍ୟୂନ ୧୨ଟି କ୍ୟାବିନ୍‌ ଅଟକି ଯାଇଥିବାରୁ ୫୦ଜଣ ବ୍ୟକ୍ତି ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି। ଉଦ୍ଧାର କାର୍ଯ୍ଯ ନିମନ୍ତେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ମୁତୟନ ହୋଇଥିବା କଥା ଦେଓଘର ଡେପୁଟି କମିସନର୍‌ ମଞ୍ଜୁନାଥ ଭଜନ୍ତ୍ରୀ କହିଛନ୍ତି। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ବି ବୈଷୟିକ ତ୍ରୁଟି ଯୋଗୁଁ କେବୁଲ୍‌ କାର୍‌ ଧକ୍କା ଖାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

 

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର