ପ୍ରସ୍ତୁତ କରନ୍ତୁ ପାଳଙ୍ଗ ଛତୁ: ଜାଣନ୍ତୁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ

The Sakala Picture
Published On

ଆବଶ୍ୟକ ସାମଗ୍ରୀ ଛତୁ: ୫୦୦ ଗ୍ରାମ, ପାଳଙ୍ଗ: ୨ ବିଡ଼ା, କଟା ପିଆଜ: ଏକ କପ୍‌, ଅଦା-ରସୁଣ ପେଷ୍ଟ: ଏକ ଚାମଚ, କଟା ଟମାଟୋ: ଅଧା କପ୍‌, କ୍ରିମ୍‌: ଏକ ଚାମଚ, ହଳଦୀ ଗୁଣ୍ଡ: ଏକ ଚାମଚ, ଲଙ୍କା ଗୁଣ୍ଡ: ଏକ ଚାମଚ, ଗରମ ମସଲା: ଏକ ଚାମଚ, ଜିରା: ଅଧା ଚାମଚ, କଞ୍ଚା ଲଙ୍କା: ୪ଟା, ତେଜପତ୍ର: ୨ଟା, ଗୁଜୁରାତି: ୨ଟା, ଡାଲଚିନି: ଛୋଟ ଖଣ୍ଡେ, ଲବଙ୍ଗ: ୨ଟା, କସୁରି ମେଥି: ଏକ ଚାମଚ, ଲୁଣ: […]

ଆବଶ୍ୟକ ସାମଗ୍ରୀ
ଛତୁ: ୫୦୦ ଗ୍ରାମ, ପାଳଙ୍ଗ: ୨ ବିଡ଼ା, କଟା ପିଆଜ: ଏକ କପ୍‌, ଅଦା-ରସୁଣ ପେଷ୍ଟ: ଏକ ଚାମଚ, କଟା ଟମାଟୋ: ଅଧା କପ୍‌, କ୍ରିମ୍‌: ଏକ ଚାମଚ, ହଳଦୀ ଗୁଣ୍ଡ: ଏକ ଚାମଚ, ଲଙ୍କା ଗୁଣ୍ଡ: ଏକ ଚାମଚ, ଗରମ ମସଲା: ଏକ ଚାମଚ, ଜିରା: ଅଧା ଚାମଚ, କଞ୍ଚା ଲଙ୍କା: ୪ଟା, ତେଜପତ୍ର: ୨ଟା, ଗୁଜୁରାତି: ୨ଟା, ଡାଲଚିନି: ଛୋଟ ଖଣ୍ଡେ, ଲବଙ୍ଗ: ୨ଟା, କସୁରି ମେଥି: ଏକ ଚାମଚ, ଲୁଣ: ସ୍ବାଦ ଅନୁସାରେ, ତେଲ: ଆବଶ୍ୟକତା ଅନୁସାରେ।

ପ୍ରସ୍ତୁତ ପ୍ରଣାଳୀ
ପ୍ରଥମେ ପାଳଙ୍ଗ ଓ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଏହା ପରେ ପାଳଙ୍ଗକୁ କିଛି ସମୟ ଗରମ ପାଣିରେ ଫୁଟାନ୍ତୁ। ପାଳଙ୍ଗ ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡ ରରେ ପାଳଙ୍ଗ, କଞ୍ଚା ଲଙ୍କା, ରସୁଣ ଓ ଅଦା ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହା ପରେ ଚୁଲାରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଜପତ୍ର ପକାନ୍ତୁ। ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହୋଇଯିବା ପରେ ଅଦା ରସୁଣବଟା ପକାଇ କିଛି ସମୟ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କଟା ଟମାଟୋ ପକାନ୍ତୁ। ଟମାଟୋ କଷି ହୋଇଯିବା ପରେ ଛତୁ ପକାଇ କିଛି ସମୟ ଭାଜନ୍ତୁ। କିଛି ସମୟ ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କସୁରି ମେଥି, ଗରମ ମସଲା ଓ ଲୁଣ ପକାଇ କଷନ୍ତୁ। ଛତୁ କଷି ହୋଇଯିବା ପରେ ସେଥିରେ ପାଳଙ୍ଗ ବଟା ଓ ଅଳ୍ପ ପାଣି ଦେଇ ଧିମା ଆଞ୍ଚରେ କିଛି ସମୟ ବସାନ୍ତୁ। ଗ୍ରେଭି ଟିକେ ବହଳିଆ ହୋଇଯିବା ପରେ ସେଥିରେ କ୍ରିମ୍ ପକାଇ ପ୍ଲେଟକୁ କାଢ଼ି ଗରମ ଗରମ ପରଷନ୍ତୁ।

ଆହୁରି ପଢ଼ନ୍ତୁ: ଶୋଇବା ସମୟରେ କେଉଁ ଦିଗରେ ରହିବା ଉଚିତ୍ ମୁଣ୍ଡ? ଜାଣନ୍ତୁ ସଠିକ୍ ନିୟମ

06 Jan 2022 By The Sakala

https://www.thesakala.in/lifestyle/make-spinach-mushrooms/article-8198
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp