ସ୍ମରଣ ଶକ୍ତି ବଢାଇବା ପାଇଁ ସହଜ ଉପାୟ

The Sakala Picture
Published On

ବର୍ତ୍ତମାନର ସମାଜ ହେଉଛି ପ୍ରତିଯୋଗିତାର ବଜାର। ପରୀକ୍ଷା ବ୍ୟବସ୍ଥାଟି ମଧ୍ୟ ବାଦ ପଡ଼ିନାହିଁ ସେଥିରୁ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ବହୁତ କିଛି ମନେ ରଖିବାକୁ ହୋଇଥାଏ। ସାଧାରଣ ଭାବେ ପଢ଼ିବା ଆଉ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ମଧ୍ୟରେ ଢେର ପାର୍ଥକ୍ୟ ରହିଛି। କାରଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ଭଲ ନମ୍ବର, ଭଲ ଅନୁଷ୍ଠାନ, ଭଲ ଚାକିରି ଆଦି ଅନେକ ଚାପର ବଶବର୍ତ୍ତୀ ହେବାକୁ ପଡ଼ିଥାଏ। ଆଉ ଏହି ଚାପ ହିଁ ସିଧାସଳଖ […]

ବର୍ତ୍ତମାନର ସମାଜ ହେଉଛି ପ୍ରତିଯୋଗିତାର ବଜାର। ପରୀକ୍ଷା ବ୍ୟବସ୍ଥାଟି ମଧ୍ୟ ବାଦ ପଡ଼ିନାହିଁ ସେଥିରୁ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ବହୁତ କିଛି ମନେ ରଖିବାକୁ ହୋଇଥାଏ। ସାଧାରଣ ଭାବେ ପଢ଼ିବା ଆଉ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ମଧ୍ୟରେ ଢେର ପାର୍ଥକ୍ୟ ରହିଛି। କାରଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ଭଲ ନମ୍ବର, ଭଲ ଅନୁଷ୍ଠାନ, ଭଲ ଚାକିରି ଆଦି ଅନେକ ଚାପର ବଶବର୍ତ୍ତୀ ହେବାକୁ ପଡ଼ିଥାଏ। ଆଉ ଏହି ଚାପ ହିଁ ସିଧାସଳଖ ସ୍ମରଣଶକ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଏଭଳି ପରିସ୍ଥିତିରେ ସ୍ଥିର ଚିତ୍ତ ହୋଇ ସ୍ମୃତିଶକ୍ତିକୁ ଦୃଢ଼ୀଭୂତ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା। ସେଥିପାଇଁ ଅବଶ୍ୟ ନିମ୍ନୋକ୍ତ ଟିପ୍ସଗୁଡ଼ିକୁ କାମରେ ଲଗାଯାଇପାରେ…

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ମାଇଣ୍ଡ୍ ପ୍ୟାଲେସ୍ ପ୍ରକ୍ରିୟା
ପଢୁଥିବା ବିଷୟ ଗୁଡ଼ିକ ଯଦି ମନେ ରହୁନାହିଁ ତା’ହେଲେ ସେହି ବିଷୟଟିକୁ ଦୈନନ୍ଦିନ ଜୀବନ ସହିତ ଯୋଡ଼ିଦିଅନ୍ତୁ। ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଜିନିଷ ସହିତ ଜଡ଼ିତ ଥିବା ବିଷୟକୁ ସହଜରେ ମନେ ରଖିହେବ। ଏପରି କୌଶଳକୁ କୁହାଯାଏ ‘ମାଇଣ୍ଡ ପ୍ୟାଲେସ୍ ପ୍ରକ୍ରିୟା’। ‘ଦି ସାଟାନିକ୍ ଭର୍ସେସ୍’ର ଲେଖକ ହେଉଛନ୍ତି ସଲମାନ୍ ରସଡି। ଧରାଯାଉ ଆମର ସଲମାନ୍ ରସଡି ନାମଟି ମନେ ରହୁନାହିଁ। ଆମେ ଯଦି ନାୟକ ସଲମାନ୍ ଖାଁ ସହିତ ସଲମାନ୍ ରସଡିଙ୍କ ନାମକୁ ଆମ ମସ୍ତିଷ୍କରେ ସଂଯୋଗ କରିଦେବା ତା’ହେଲେ ଆମେ ସହଜରେ ସଲମାନ୍ ଖାଁଙ୍କୁ ମନେ ପକେଇପାରିବା। କାରଣ ସେ ଜଣେ ଲୋକପ୍ରିୟ ତାରକା। ଆଉ ସାଲମାନ୍ ଶବ୍ଦଟି ଆସିଗଲେ ଆମେ ସମ୍ପୂର୍ଣ୍ଣ ‘ସଲମାନ୍ ରସଡି’ନାମଟିକୁ ମନେ ପକେଇପାରିବା। ମନେ ରଖିବାର ଏହା ଏକ ଅତି ଉପାଦେୟ ତରିକା ବୋଲି ପରୀକ୍ଷଣ କରାଯାଇଛି।

କବିତା, ଗୀତ କିମ୍ୱା ରାଇମ୍ ଜରିଆରେ ମନେ ରଖିବା
ସୌର ଜଗତର ଗ୍ରହମାନଙ୍କର ନାମକରଣ ଯଥାକ୍ରମେ ମନେ ରଖିବା ଛୋଟ ପିଲାଙ୍କ କ୍ଷେତ୍ରରେ ସେତେଟା ସହଜ ହୋଇ ନଥାଏ। ସେଥିଲାଗି ଗୁରୁଜୀ ଗୋଟିଏ ନୂଆ ଉପାୟ ବାହାର କରିଥାନ୍ତି। ତାହା ହେଉଛି ପ୍ରତ୍ୟେକ ଗ୍ରହର ଶେଷ ଅକ୍ଷରଟିକୁ ନେଇ ଗୋଟିଏ ମଜାଦାର ବାକ୍ୟ କରିଦେଇଥାନ୍ତି ଯାହା ସମସ୍ତେ ମନେ ରଖିଦେଇ ପାରନ୍ତି। ସେହି ବାକ୍ୟଟି ହେଉଛି: ଧକ୍ରବୀଳ ତିନିସ ନଟୋ। ଧ-ବୁଧ, କ୍ର-ଶୁକ୍ର, ବୀ-ପୃଥିବୀ, ଳ-ମଙ୍ଗଳ, ତି-ବୃହସ୍ପତି, ନି-ଶନି, ସ-ୟୁରାନ୍ସ, ନ-ନେପଚ୍ୟୁନ ଏବଂ ଟୋ-ପ୍ଲୁଟୋ (ଅବଶ୍ୟ ‘ପ୍ଲୁଟୋ’କୁ ଏବେ ଗ୍ରହ ଭାବରେ ଗଣନା କରାଯାଉନାହିଁ)। ଏହା ହେଉଛି ଗୋଟିଏ ମାତ୍ର ଉଦାହରଣ। ତେବେ ମନେ ରହୁ ନଥିବା ବିଷୟକୁ ଏଭଳି ପଙ୍‌କ୍ତି, କବିତା ବା ରାଇମ୍‌େର ରୂପାନ୍ତରିତ କରି ମନେ ରଖାଯାଇପାରିବ।

ନିଜକୁ ନିଜେ ପଢ଼ାଇବା
ସାଧାରଣତଃ ପଢୁଥିବା ଲୋକର ମନେ ରହେନି। ମାତ୍ର ଯିଏ ପଢ଼ାଏ ତା’ର ସବୁକିଛି ମନେ ରହିଥାଏ। ଏହା ଏକ ମନସ୍ତାତ୍ତ୍ୱିକ ଅବସ୍ଥା। ତେଣୁ କୌଣସି ବିଷୟକୁ ନିଜେ ପଢ଼ିବା ପରେ ଆଇନା ସାମନାରେ ଠିଆ ହୋଇ ନିଜକୁ ନିଜେ ପଢ଼ାନ୍ତୁ। ଭାବି ନିଅନ୍ତୁ, ଆପଣ ହେଉଛନ୍ତି ଶିକ୍ଷକ। ଆଇନାରେ ଯିଏ ଅଛି ସେ ହେଉଛି ଆପଣଙ୍କ ଛାତ୍ର। ପୁଣି ଏକଥା ଭାବି ନିଅନ୍ତୁ ଯେ, ଆଇନାରେ ଥିବା ଆପଣଙ୍କ ଛାତ୍ରକୁ ଆପଣ ସରଳ ଭାବରେ ବୁଝାଇବାର ଅଛି। ବାସ୍, ଦେଖିବେ କେମିତି ଆପଣଙ୍କ ଭିତରେ ଅନେକ ଜିନିଷ ମନେ ରହିଯିବ। ସେତିକି ନୁହେଁ, ଜଣକୁ ବୁଝାଇବା ବେଳେ ସେହି ବିଷୟ ନେଇ ଅନେକ କିଛି ମୁଣ୍ଡକୁ ପଶିଆସିବ। ଏହା ଆପଣଙ୍କ ସ୍ମରଣଶକ୍ତିକୁ ଆହୁରି ମଜଭୁତ କରିବ। ପରୀକ୍ଷା କରି ଜଣାଯାଇଛି ଯେ, ଜଟିଳ ପାଠକୁ ମନେ ରଖିବାର ଏହା ହେଉଛି ସବୁଠାରୁ ଏକ ଉତ୍ତମ ଉପାୟ।

ପୁନରାବୃତ୍ତି ପ୍ରକ୍ରିୟା
ଅଭ୍ୟାସଠାରୁ ବଡ଼ ଆଉ କିଛି ନାହିଁ। ଅଭ୍ୟାସ ବଳରେ ସବୁକିଛି ସାଧନ କରାଯାଇପାରିବ। ସ୍ମରଣ ରଖିବା ବା ମନେ ରଖିବାର ସବୁଠୁ ବଡ଼ ଉପାୟ ହେଲା ବାରମ୍ବାର ଅଭ୍ୟାସ କରିବା। ଅର୍ଥାତ୍, ବାରମ୍ବାର ପଢ଼ିବା। ଯାହାକୁ ପଢୁଛନ୍ତି ତାହାର ପୁନରାବୃତ୍ତି କରିବା। ଯଦି ଆପଣ ଉପର ବର୍ଣ୍ଣିତ ତିନିଟି ପ୍ରକ୍ରିୟାରେ କୌଣସି ବିଷୟକୁ ମନେ ରଖିଛନ୍ତି, ତା’ହେଲେ କିଛି ସମୟ ପରେ ଆପଣ ପୁନର୍ବାର ସେହି ପ୍ରସଙ୍ଗକୁ ପୁନରାବୃତ୍ତି କରନ୍ତୁ। ପୁନରାବୃତ୍ତି ପରେ ଜାଣିହେବ ଯେ ସ୍ମରଣ ଶକ୍ତି କେତେମାତ୍ରାରେ ପ୍ରଖର ଅଛି। ଯଦି ଆପଣ ମାଇଣ୍ଡ ପ୍ୟାଲେସ୍ କୌଶଳ ବ୍ୟବହାର କରିଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣ ଯାହା ମନେ ରଖିଛନ୍ତି ତାହା ପୁନରାବୃତ୍ତି କରିବାକୁ କେତେ ସମୟ ଲାଗୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନେ ପକେଇବାକୁ ସମୟ ଟିକେ ଅଧିକ ଲାଗିବ। ହେଲେ ଧୀରେ ଧୀରେ ସମୟସୀମା ହ୍ରାସ ପାଇବ।

ସୁସ୍ଥ ଶରୀର – ସୁଷମ ଖାଦ୍ୟ – ଖେଳ କସରତ
ସୁସ୍ଥ ଶରୀରକୁ ସୁସ୍ଥ ମନର ଚାବିକାଠି ବୋଲି କୁହାଯାଇଛି। ଆଉ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସୁଷମ ଖାଦ୍ୟ ସାଙ୍ଗକୁ ଖେଳ କସରତର ଏକ ବଡ଼ ଆବଶ୍ୟକତା ରହିଛି। ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଚେସ୍, ସୁଡୋକୁ ଓ ପଜଲ୍୍ ଇତ୍ୟାଦି କେତେକ ଖେଳ ରହିଛି, ଯାହାକି ଆପଣଙ୍କ ଏକାଗ୍ରତା ଶକ୍ତି ବଢ଼ାଇଥାଏ। ସ୍ମାର୍ଟଫୋନ୍ ଜରିଆରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଏହି ଖେଳ ଖେଳି ଏକାଗ୍ରତା ବଢ଼ାଇପାରିବେ। ଫଳରେ ସ୍ମରଣଶକ୍ତିର ବୃଦ୍ଧି ଘଟିବ। ସେହିପରି ଶାରୀରିକ ବ୍ୟାୟାମ ତଥା ସୁଷମ ଖାଦ୍ୟ ଖାଆନ୍ତୁ। ଏରୋବିକ୍ ବ୍ୟାୟାମ ଯେପରିକି ଜମ୍ପ୍ ଜ୍ୟାକ୍ ଆଦି ଦ୍ୱାରା ମସ୍ତିଷ୍କରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଥାଏ। ସ୍ମରଣ ଶକ୍ତି ଉପରେ ଏହାର ସୁପ୍ରଭାବ ପଡ଼ିଥାଏ।

09 Jun 2021 By The Sakala

https://www.thesakala.in/lifestyle/an-easy-way-to-increase-memory/article-2814
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର