ଶିକ୍ଷାନୁଷ୍ଠାନସ୍ତରରୁ ଭୋଟର ତାଲିକାରେ ଯୋଡ଼ିହେବେ ଯୁବଗୋଷ୍ଠୀ

The Sakala Picture
Published On

ଭୁବନେଶ୍ୱର: ଯୁବ ଭୋଟରଙ୍କ ସଂଖ୍ୟା ବଢ଼଼ାଇବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସ୍ୱତନ୍ତ୍ର ଡ୍ରାଇଭ ଚଳାଇବାକୁ ରାଜ୍ୟର ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି। ନିର୍ବାଚନ ଅଧିକାରୀଙ୍କ ଚିଠି ପରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଏହି ଡ୍ରାଇଭ ଜରିଆରେ କଲେଜ […]

ଭୁବନେଶ୍ୱର: ଯୁବ ଭୋଟରଙ୍କ ସଂଖ୍ୟା ବଢ଼଼ାଇବା ସହ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ସ୍ୱତନ୍ତ୍ର ଡ୍ରାଇଭ ଚଳାଇବାକୁ ରାଜ୍ୟର ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି। ନିର୍ବାଚନ ଅଧିକାରୀଙ୍କ ଚିଠି ପରେ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଏହି ଡ୍ରାଇଭ ଜରିଆରେ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ନାଁ ଲେଖାଉଥିବା ଯୁବ ଭୋଟରଙ୍କ ତାଲିକା ପ୍ରସ୍ତୁତି କରାଯିବ। ଯୁବ ଭୋଟରଙ୍କ ତାଲିକା ତିଆରିବା ଦିଗରେ ଶିକ୍ଷାନୁଷ୍ଠାନର ସବୁ ବିଭାଗ ପୃଥକ ପୃଥକ ଦାୟିତ୍ୱ ନେବେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁଭବନ ଛକରେ ଘଟିଥିବା ସଡକ ଦୁର୍ଘଟଣା କେସରେ ମର୍ଡର ଲିଙ୍କ୍

ଯୁବ ଭୋଟରଙ୍କ ସଂଖ୍ୟା କିଭଳି ଭାବେ ବଢ଼଼ିପାରିବ ସେନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ରାଜ୍ୟରେ ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା ଯଥେଷ୍ଟ କମ୍‌‌ ରହିଛି। ତେଣୁ ଯୁବ ଭୋଟର ସଂଖ୍ୟା ବଢ଼଼ାଇବାକୁ ସଚେତନତା ଜରୁରୀ। ତେବେ ଯୁବଗୋଷ୍ଠୀଙ୍କୁ ଭୋଟର ତାଲିକାଭୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ଲୋଡ଼ା ପଡ଼ୁଛି। ଏହି ଦାୟିତ୍ୱ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ ସମ୍ପାଦିତ ହୋଇପାରିବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷମାନେ ଆଡମିଶନ ଫର୍ମ ସହ ଭୋଟର ନାମସଂଯୋଗ ଫର୍ମ ‘୬’ ପ୍ରଦାନ କରିବେ। ଏହି ତଥ୍ୟ ପରିବର୍ତ୍ତୀ ସମୟରେ ବିଭାଗକୁ ପ୍ରଦାନ କରାଯିବ। ଯାହା ଫଳରେ ଯୋଗ୍ୟ ଯୁବଗୋଷ୍ଠୀ ଭୋଟର ତାଲିକାରେ ସାମିଲ ହୋଇପାରିବେ। ଆକ୍ଟ ୧୯୫୦ ର ସର୍ବଶେଷ ସଂଶୋଧନ ଅନୁଯାୟୀ, ଭୋଟର ପଞ୍ଜୀକରଣ ସାଧାରଣ ଭାବରେ ଚାରୋଟି ଯୋଗ୍ୟତା ତାରିଖ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧, ଏବଂ ଅକ୍ଟୋବର ୧ ତାରିଖରେ କରାଯାଇଥାଏ। ଏନେଇ ଆଡମିଶନ ପ୍ରକ୍ରିୟା ସମୟରେ ଏବଂ ତୁରନ୍ତ ଯୋଗ୍ୟ ଭୋଟରଙ୍କ ନାମଲେଖା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌‌ କରାଯିବା ଆବଶ୍ୟକ। ସେହିଭଳି ଭୋଟର ହେଲ୍ପ ଲାଇନ ଆପ୍‌‌ ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଧାନରେ କଟନୀ ଛଟନୀ ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆସନ୍ତା ୧୬ରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp