ପ୍ରେମ ପାଇଁ ବଡ଼ଭାଇର ଜୀବନ ନେଇଗଲା ସାନ ଭାଇ

The Sakala Picture
Published On

ସୁନ୍ଦରଗଡ଼: ପ୍ରେମ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ସାନ ଭାଇ ମିଶି ନିଜ ବଡ ଭାଇକୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ। ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । […]

ସୁନ୍ଦରଗଡ଼: ପ୍ରେମ ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ସାନ ଭାଇ ମିଶି ନିଜ ବଡ ଭାଇକୁ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି । ଅନ୍ୟ ଜାତିରେ ବିବାହକୁ ବିରୋଧ କରିବାରୁ ବଡ଼ଭାଇକୁ ମାରିଦେଲେ ଦୁଇ ସାନଭାଇ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ବନ୍ଦଲ ଗାଁରେ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ସୂଚନା ଅନୁସାରେ, ମୃତକ ଜଣକ ହେଉଛନ୍ତି ପାତ୍ରାସ ମୁଣ୍ଡା । ପାତ୍ରାସଙ୍କ ସାନଭାଇ ସମା ମୁଣ୍ଡା ଅନ୍ୟ ଜାତିର ଝିଅକୁ ପ୍ରେମ କରୁଥିଲେ । ଏବଂ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହକୁ ବିରୋଧ କରିଥିଲେ ସାମାଙ୍କ ବଡ଼ ଭାଇ ପାତ୍ରାସ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ ସାମା ଓ ବିର୍କାନ ମିଶି ପାତ୍ରାସଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଫୋରେନସିକ୍ ଟିମ୍ ଆସିଲା ପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର