ଆସନ୍ତା ୪ ଦିନରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା , ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ବର: ଘନିଭୂତ ହେଉଛି ଘୂର୍ଣ୍ଣିବଳୟ । କିଛି ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାରେ କୋହଲା ପାଗ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଉ ଏକ ଘୂର୍ଣ୍ଣିବଳୟ ସହ ସମାନ ଅଞ୍ଚଳରେ ସକ୍ରିୟ […]

ଭୁବନେଶ୍ବର: ଘନିଭୂତ ହେଉଛି ଘୂର୍ଣ୍ଣିବଳୟ । କିଛି ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାରେ କୋହଲା ପାଗ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଉ ଏକ ଘୂର୍ଣ୍ଣିବଳୟ ସହ ସମାନ ଅଞ୍ଚଳରେ ସକ୍ରିୟ ରହିଛି । ଆଜି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ: ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପିନ୍ଧିବେ ମହାପ୍ରଭୁ

ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଏବଂ ୨୦ ତାରିଖରେ ଦକ୍ଷିଣ, ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨୧ ତାରିଖରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ପାଇଁ ଗଜପତି, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ।

ଆହୁରି ପଢ଼ନ୍ତୁ: ଜୁଏଲଙ୍କ ମନ୍ତବ୍ୟ ବିଜେପିର ଗୋଷ୍ଟି କନ୍ଦଳ ଉଗ୍ର ରୁପକୁ ପ୍ରଦର୍ଷିତ କରୁଛି : ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର