ପରିବେଶ ପ୍ରଦୂଷଣର ବାର୍ତ୍ତା ଦେଉଛନ୍ତି ମହିଳା; ଗୋବରରୁ ପ୍ରସ୍ତୁତ ହେଉଛି ନିଆରା ଦୀପ

The Sakala Picture
Published On

ଭୁବନେଶ୍ୱର: ମହିଳାଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ କରିଛି ଗୋବରରୁ ପ୍ରସ୍ତୁତ ସାମଗ୍ରୀ। ପରିବେଶ ଅନୁକୂଳ ତଥା ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମହିଳାମାନେ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ। ଦେଶୀ ଗାଈର ଗୋବରରୁ ତିଆରି କରୁଛନ୍ତି ଦୀପ ଓ ଭଳିକିଭଳି ସାମଗ୍ରୀ। କେତେବେଳେ ମହିଳାମାନେ ଦୀପ ତିଆରି କରୁଛନ୍ତି ତ ଆଉ କେତେବେଳେ ରାକ୍ଷୀ, ଫୁଲ କୁଣ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ଆଉ ମହିଳାଙ୍କ ଦ୍ୱାରା ଗୋବରରୁ ପ୍ରସ୍ତୁତ ଏହି ସାମଗ୍ରୀ କିଣିବା ପାଇଁ ଏକାମ୍ର ହାଟରେ […]

ଭୁବନେଶ୍ୱର: ମହିଳାଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ କରିଛି ଗୋବରରୁ ପ୍ରସ୍ତୁତ ସାମଗ୍ରୀ। ପରିବେଶ ଅନୁକୂଳ ତଥା ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମହିଳାମାନେ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ। ଦେଶୀ ଗାଈର ଗୋବରରୁ ତିଆରି କରୁଛନ୍ତି ଦୀପ ଓ ଭଳିକିଭଳି ସାମଗ୍ରୀ। କେତେବେଳେ ମହିଳାମାନେ ଦୀପ ତିଆରି କରୁଛନ୍ତି ତ ଆଉ କେତେବେଳେ ରାକ୍ଷୀ, ଫୁଲ କୁଣ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ଆଉ ମହିଳାଙ୍କ ଦ୍ୱାରା ଗୋବରରୁ ପ୍ରସ୍ତୁତ ଏହି ସାମଗ୍ରୀ କିଣିବା ପାଇଁ ଏକାମ୍ର ହାଟରେ ଆୟୋଜିତ ଟେରାକୋଟା ମୃତ୍ତିକା ପ୍ରଦର୍ଶନରେ ଭିଡ଼ ଜମୁଛି। ଏମିତି ନିଆରା ପ୍ରୟାସ କରିଛନ୍ତି ବୌଦ୍ଧ ଜିଲ୍ଲାର ଶ୍ରୀ ଚୈତନ୍ୟ ମହାସଂଘର ମହିଳା ସଦସ୍ୟାମାନେ। ଏହା ମାଧ୍ୟମରେ ପ୍ରଦୂଷଣମୁକ୍ତ ପରିବେଶର ବାର୍ତ୍ତା ଦେଉଛନ୍ତି ମହିଳାମାନେ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଏଭଳି ଭିନ୍ନ ପ୍ରୟାସ ପ୍ରଥମେ ଆରମ୍ଭ କରିଥିଲେ ତାରାକାନ୍ତି ପଟେଲ। ସେ ୨୦୧୪ ମସିହାରୁ ଗୋବରରୁ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ପରେ ଅନ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ଏବେ ତାଙ୍କ ନିକଟରେ ୧୫୦ରୁ ଊର୍ଦ୍ଧ୍ବ ମହିଳା ଗୋବରରୁ ଦୀପ, ଧୂପକାଠି, ଧୂପଦାନୀ ଆଦି ତିଆରି କରିବାର ପ୍ରଶିକ୍ଷଣ ନେଉଛନ୍ତି। ଏହାସହିତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ନିକଟସ୍ଥ ଏକ ଗୋଶାଳାର ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଦେଶୀ ଗାଈଙ୍କଠାରୁ ନିର୍ଗତ ଗୋବରରୁ ଏହା ପ୍ରସ୍ତୁତ କରୁଛନ୍ତି। ଦୀପାବଳିକୁ ଦୃଷ୍ଟିରେ ରଖି ବଜାରର ଚାହିଦାକୁ ଦେଖି ଗୋବର ଦୀପ ପ୍ରସ୍ତୁତ କରୁଛନ୍ତି ଓ ସେଗୁଡ଼ିକ ବିକ୍ରି କରୁଛନ୍ତି। ଗୋବର ଶୁଖାଇ ତାକୁ ଗୁଣ୍ଡ କରାଯାଉଛି। ଏକ ସ୍ୱତନ୍ତ୍ର ଅଠା ଲଗାଇ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ ଓ ମୂର୍ତ୍ତି ପ୍ରସ୍ତୁତ ହେଉଛି। ଏହାବ୍ୟତୀତ ଗୋବର ଓ ପତ୍ରଗୁଣ୍ଡକୁ ମଧ୍ୟ ମିଶାଇ ଦୀପ ପ୍ରସ୍ତୁତ କରାଯାଉଛି। ଗୋବରର ଦୀପ ଜଳିଲେ ଘରେ ଅମ୍ଳଜାନ ସହ ଘରର ନକରାତ୍ମକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଘର କାମ ସରିବାପରେ ମହିଳାମାନେ ଏହି କାମରେ ଲାଗିପଡ଼ିଥାନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ପୂଜାପର୍ବ ଦିନରେ ଗୋବର ଦୀପର ମଧ୍ୟ ବ୍ୟବହାର କରାଯାଇଥାଏ। ଏହିସବୁ ଦୀପର ମୂଲ୍ୟ ୨ଟଙ୍କାରୁ ଆରମ୍ଭ କରି ୫ଟଙ୍କା ପର୍ଯ୍ୟନ୍ତ ରହିଛି। ମହିଳାଙ୍କଠାରୁ ଗୋବରରୁ ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ବିଭିନ୍ନ ଆଡୁ ଅର୍ଡର ଆସିବା ସହ ଗାଁକୁ ଗାଁ ବୁଲି ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ମାସକୁ ୮-୧୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଏହାସହିତ ଚାରା କୁଣ୍ଡ ପାଇଁ ହର୍ଟିକଲ୍‍ଚର୍‍ ଓ କୃଷି ବିଭାଗ ସେମାନଙ୍କଠାରୁ ଗୋବରକୁଣ୍ଡ ନେଉଛନ୍ତି। ଏସମ୍ପର୍କରେ ତାରାକାନ୍ତି କୁହନ୍ତି, ପ୍ରଥମେ ମୁଁ ଆରମ୍ଭ କରିଥିବା ଗୋବର କାମରେ ବହୁ ମହିଳା ନିୟୋଜିତ ଅଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମା’ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଦେଶୀ ଗାଈଗୋବରରେ ତିଆରି ଦୀପ, ପରିବେଶ ପାଇଁ ବହୁତ୍‍ ଉପଯୋଗୀ। ଏହି ଦୀପ ଜାଳିଲେ ମଶା ହେବେନାହିଁ ଏବଂ ପ୍ରଦୂଷଣରୁ ସୁରକ୍ଷା ଦେବ ବୋଲି ଏହାକୁ ପ୍ରସ୍ତୁତ କରୁଥିବା ମହିଳାମାନେ କହିଛନ୍ତି। ଦୀପର ପାଉଁଶରେ ବାସନକୁସନ ମାଜି ହେବ ମଧ୍ୟ। ଏହି ଦୀପକୁ ଜାଳିବା ପରେ ମାଟିରେ ପକାଇଲେ ଖତ ହୋଇପାରିବ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

23 Oct 2022 By The Sakala

ପରିବେଶ ପ୍ରଦୂଷଣର ବାର୍ତ୍ତା ଦେଉଛନ୍ତି ମହିଳା; ଗୋବରରୁ ପ୍ରସ୍ତୁତ ହେଉଛି ନିଆରା ଦୀପ

ଭୁବନେଶ୍ୱର: ମହିଳାଙ୍କୁ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ କରିଛି ଗୋବରରୁ ପ୍ରସ୍ତୁତ ସାମଗ୍ରୀ। ପରିବେଶ ଅନୁକୂଳ ତଥା ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମହିଳାମାନେ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ। ଦେଶୀ ଗାଈର ଗୋବରରୁ ତିଆରି କରୁଛନ୍ତି ଦୀପ ଓ ଭଳିକିଭଳି ସାମଗ୍ରୀ। କେତେବେଳେ ମହିଳାମାନେ ଦୀପ ତିଆରି କରୁଛନ୍ତି ତ ଆଉ କେତେବେଳେ ରାକ୍ଷୀ, ଫୁଲ କୁଣ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ଆଉ ମହିଳାଙ୍କ ଦ୍ୱାରା ଗୋବରରୁ ପ୍ରସ୍ତୁତ ଏହି ସାମଗ୍ରୀ କିଣିବା ପାଇଁ ଏକାମ୍ର ହାଟରେ ଆୟୋଜିତ ଟେରାକୋଟା ମୃତ୍ତିକା ପ୍ରଦର୍ଶନରେ ଭିଡ଼ ଜମୁଛି। ଏମିତି ନିଆରା ପ୍ରୟାସ କରିଛନ୍ତି ବୌଦ୍ଧ ଜିଲ୍ଲାର ଶ୍ରୀ ଚୈତନ୍ୟ ମହାସଂଘର ମହିଳା ସଦସ୍ୟାମାନେ। ଏହା ମାଧ୍ୟମରେ ପ୍ରଦୂଷଣମୁକ୍ତ ପରିବେଶର ବାର୍ତ୍ତା ଦେଉଛନ୍ତି ମହିଳାମାନେ।

ଏଭଳି ଭିନ୍ନ ପ୍ରୟାସ ପ୍ରଥମେ ଆରମ୍ଭ କରିଥିଲେ ତାରାକାନ୍ତି ପଟେଲ। ସେ ୨୦୧୪ ମସିହାରୁ ଗୋବରରୁ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ପରେ ଅନ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ଏବେ ତାଙ୍କ ନିକଟରେ ୧୫୦ରୁ ଊର୍ଦ୍ଧ୍ବ ମହିଳା ଗୋବରରୁ ଦୀପ, ଧୂପକାଠି, ଧୂପଦାନୀ ଆଦି ତିଆରି କରିବାର ପ୍ରଶିକ୍ଷଣ ନେଉଛନ୍ତି। ଏହାସହିତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ନିକଟସ୍ଥ ଏକ ଗୋଶାଳାର ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଦେଶୀ ଗାଈଙ୍କଠାରୁ ନିର୍ଗତ ଗୋବରରୁ ଏହା ପ୍ରସ୍ତୁତ କରୁଛନ୍ତି। ଦୀପାବଳିକୁ ଦୃଷ୍ଟିରେ ରଖି ବଜାରର ଚାହିଦାକୁ ଦେଖି ଗୋବର ଦୀପ ପ୍ରସ୍ତୁତ କରୁଛନ୍ତି ଓ ସେଗୁଡ଼ିକ ବିକ୍ରି କରୁଛନ୍ତି। ଗୋବର ଶୁଖାଇ ତାକୁ ଗୁଣ୍ଡ କରାଯାଉଛି। ଏକ ସ୍ୱତନ୍ତ୍ର ଅଠା ଲଗାଇ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ ଓ ମୂର୍ତ୍ତି ପ୍ରସ୍ତୁତ ହେଉଛି। ଏହାବ୍ୟତୀତ ଗୋବର ଓ ପତ୍ରଗୁଣ୍ଡକୁ ମଧ୍ୟ ମିଶାଇ ଦୀପ ପ୍ରସ୍ତୁତ କରାଯାଉଛି। ଗୋବରର ଦୀପ ଜଳିଲେ ଘରେ ଅମ୍ଳଜାନ ସହ ଘରର ନକରାତ୍ମକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଘର କାମ ସରିବାପରେ ମହିଳାମାନେ ଏହି କାମରେ ଲାଗିପଡ଼ିଥାନ୍ତି।

ପୂଜାପର୍ବ ଦିନରେ ଗୋବର ଦୀପର ମଧ୍ୟ ବ୍ୟବହାର କରାଯାଇଥାଏ। ଏହିସବୁ ଦୀପର ମୂଲ୍ୟ ୨ଟଙ୍କାରୁ ଆରମ୍ଭ କରି ୫ଟଙ୍କା ପର୍ଯ୍ୟନ୍ତ ରହିଛି। ମହିଳାଙ୍କଠାରୁ ଗୋବରରୁ ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ବିଭିନ୍ନ ଆଡୁ ଅର୍ଡର ଆସିବା ସହ ଗାଁକୁ ଗାଁ ବୁଲି ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ ମାସକୁ ୮-୧୦ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଏହାସହିତ ଚାରା କୁଣ୍ଡ ପାଇଁ ହର୍ଟିକଲ୍‍ଚର୍‍ ଓ କୃଷି ବିଭାଗ ସେମାନଙ୍କଠାରୁ ଗୋବରକୁଣ୍ଡ ନେଉଛନ୍ତି। ଏସମ୍ପର୍କରେ ତାରାକାନ୍ତି କୁହନ୍ତି, ପ୍ରଥମେ ମୁଁ ଆରମ୍ଭ କରିଥିବା ଗୋବର କାମରେ ବହୁ ମହିଳା ନିୟୋଜିତ ଅଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମା’ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଦେଶୀ ଗାଈଗୋବରରେ ତିଆରି ଦୀପ, ପରିବେଶ ପାଇଁ ବହୁତ୍‍ ଉପଯୋଗୀ। ଏହି ଦୀପ ଜାଳିଲେ ମଶା ହେବେନାହିଁ ଏବଂ ପ୍ରଦୂଷଣରୁ ସୁରକ୍ଷା ଦେବ ବୋଲି ଏହାକୁ ପ୍ରସ୍ତୁତ କରୁଥିବା ମହିଳାମାନେ କହିଛନ୍ତି। ଦୀପର ପାଉଁଶରେ ବାସନକୁସନ ମାଜି ହେବ ମଧ୍ୟ। ଏହି ଦୀପକୁ ଜାଳିବା ପରେ ମାଟିରେ ପକାଇଲେ ଖତ ହୋଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର