ମଉଳିଗଲା ସୁନ୍ଦରଗଡ଼ ଏମ୍‌ସ ସ୍ବପ୍ନ, ଅନୁଧ୍ୟାନକାରୀ ଟିମ୍‌ ଗସ୍ତ ପରେ କେନ୍ଦ୍ର ସରକାର ନିରବ

The Sakala Picture
Published On

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଶଙ୍କରାଠାରେ ଏନ୍‌ଟିପିସି ପକ୍ଷରୁ ନିର୍ମାଣ କରାଯାଇଥିବା ଚିକିତ୍ସାଳୟ ଓ ଭେଷକ ମହାବିଦ୍ୟାଳୟରେ ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପ୍ରତିଷ୍ଠା ଦିବାସ୍ବପ୍ନ ଭଳି ମଉଳି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ଏହା ନୈରାଶ୍ୟଭାବ ଖେଳାଇ ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ କଟକ, ଭୁବନେଶ୍ବର ଯାଇ ନର୍ସିଂହୋମ୍‌ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ରହିଛି। ଏ ଦିଗରେ ସମ୍ପୃକ୍ତ ଘରୋଇ […]

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଶଙ୍କରାଠାରେ ଏନ୍‌ଟିପିସି ପକ୍ଷରୁ ନିର୍ମାଣ କରାଯାଇଥିବା ଚିକିତ୍ସାଳୟ ଓ ଭେଷକ ମହାବିଦ୍ୟାଳୟରେ ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପ୍ରତିଷ୍ଠା ଦିବାସ୍ବପ୍ନ ଭଳି ମଉଳି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ଏହା ନୈରାଶ୍ୟଭାବ ଖେଳାଇ ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ କଟକ, ଭୁବନେଶ୍ବର ଯାଇ ନର୍ସିଂହୋମ୍‌ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ରହିଛି। ଏ ଦିଗରେ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକର ଅଦୃଶ୍ୟ ଷଡ଼ଯନ୍ତ୍ରପୂର୍ଣ୍ଣ ଚାପ ରହିଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅନ୍ୟପକ୍ଷରେ, ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ଦାବି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏମ୍ସ ସ୍ଥାପନ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ସୁନ୍ଦରଗଡ଼ ବନ୍ଦ ଡ଼ାକରାକୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗର ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ଗୁରୁତ୍ବ ବହନ କରୁଛି। ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼ର ଶଙ୍କରା ଏକ ମଧ୍ୟସ୍ଥଳୀ ହୋଇଥିବାରୁ ସେଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ସ୍ବଳ୍ପ ମୂଲ୍ୟରେ ଉତ୍ତମ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇଥାନ୍ତେ। ଭୁବନେଶ୍ବର ଏଠାରୁ ୪୦୦ କିଲୋମିଟର ହୋଇଥିବାରୁ ମାତ୍ର ୧୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ଏମ୍ସର ସ୍ବାସ୍ଥ୍ୟସେବା ପାଇଥାନ୍ତେ। ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ୧୦ଟି ଜିଲ୍ଲାରୁ ହଜାର ହଜାର ରୋଗୀ ୪୦୦ ରୁ ୫୦୦ କିଲୋମିଟର ଦୂର କଟକ ଭୁବନେଶ୍ବର ଯାଇ ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସେମାନେ ଗୁରୁତର ଭାବେ ଏହି ଘରୋଇ ଡାକ୍ତରଖାନା ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଯାହାଫଳରେ ପଶ୍ଚିମ ଓଡ଼ିଶାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଏକ ଭଲ ଡାକ୍ତରଖାନାର ଜରୁରି ହୋଇପଡ଼ିଛି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ତତ୍ପରତା ପ୍ରକାଶ ନ ପାଇବାରୁ ରାଜ୍ୟ ସରକାର ଉକ୍ତ ମେଡିକାଲ କଲେଜକୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୦-୨୩ ଶିକ୍ଷା ବର୍ଷରୁ କଲେଜ ପାଇଁ ନାମଲେଖା ଆରମ୍ଭ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ଆସିଛି। ଏହାପରେ ଏମ୍ସ ପ୍ରତିଷ୍ଠା ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି। ତଦନୁଯାୟୀ ମେଡିକାଲ କଲେଜର ଅତିରିକ୍ତ ଅଧୀକ୍ଷକ ତଥା ନୋଡାଲ ଅଧିକାରୀ ଭାବେ ଜିଲ୍ଲା ସ୍ବାସ୍ଥ୍ୟାଧିକାରୀଙ୍କୁ ସରକାର ନିଯୁକ୍ତି ଦେବା ସହ ତାଙ୍କୁ ମେଡିକାଲ କଲେଜ ନିର୍ମାଣର ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ବିଭିନ୍ନ ଦୃଷ୍ଟିକୋଣରୁ ଦ୍ୱିତୀୟ ଏମ୍ସ ପାଇଁ ସୁନ୍ଦରଗଡ଼କୁ ଉପଯୁକ୍ତ ସ୍ଥାନ ଭାବେ ବିବେଚନା କରାଯାଉଛି। ନିକଟରେ ଝାରସୁଗୁଡ଼ା ରେଳ ଷ୍ଟେସନ ଓ ବିମାନବନ୍ଦର ଥିବାବେଳେ ଏନ୍‌ଟିପିସି ମେଡିକାଲରେ ଉପଯୁକ୍ତ ଭିତ୍ତିଭୂମି ଥିବା, ପାଣ୍ଠି ପାଇଁ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ବଳିଷ୍ଠ ମାଧ୍ୟମ ଭାବେ ଠିଆ ହୋଇଛି। ସର୍ବୋପରି ରାଜ୍ୟ ସରକାର ବିଶେଷ ଆଗ୍ରହୀ ଥିବା ସତ୍ୱେ କେନ୍ଦ୍ର ସରକାରଙ୍କ ଉଦାସୀନତା ରାଜ୍ୟ ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବକୁ ସୂଚିତ କରୁଛି। ପଶ୍ଚିମ ଓଡ଼ିଶାରୁ ୫ ଜଣ ବିଜେପି ସାଂସଦ ରହିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାଷ ସୃଷ୍ଟି କରିବା ପାଇଁ ସୁଯୋଗ ରହିଛି। ମାତ୍ର ଜିଲ୍ଲା ବାହାର ସାଂସଦମାନେ ଉକ୍ତ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଥିବା ବେଳେ ସ୍ଥାନୀୟ ସାଂସଦ ଜୁଏଲ ଓରାମ ଅସ୍ପଷ୍ଟ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବାରୁ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ଏପିରିକି ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଦ୍ୱିତୀୟ ଏମ୍ସ ରହିଥିବା ବେଳେ ଓଡ଼ିଶାରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।

ଏମ୍ସ ପ୍ରତିଷ୍ଠା ସଂକ୍ରାନ୍ତରେ ଡିଏମଇଟି(ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ) ପକ୍ଷରୁ ସିବିକେ ମହାନ୍ତିଙ୍କ କହିବା କଥା ଯେ ଜନସାଧାରଣଙ୍କ ଦାବି ମୁତାବକ ବିହାରରେ ୨ୟ ଏମ୍ସ ପରି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ରୀୟ ଉଚ୍ଚସ୍ତରୀୟ ଅନୁଧ୍ୟାନ ଟିମ୍ ଏନଟିପିସି ହସ୍ପିଟାଲ ପରିଦର୍ଶନ କରିଥିଲେ। ୨ୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୦ ଏଥର ଜମିର ଆବଶ୍ୟକତା ରହିଥିବା ନେଇ ଉକ୍ତ ଟିମ୍ କହିବାରୁ ତତକ୍ଷଣାତ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଜମି ଦେବାକୁ ରାଜି ହୋଇଥିଲେ। ତେବେ ଏହି ଟିମ୍ ଅନୁଧ୍ୟାନ କରି ଫେରିବା ପରେ କେନ୍ଦ୍ର ସରକାରଙ୍କୁ ଦେଇଥିବା ରିପୋର୍ଟ ସ୍ପଷ୍ଟ କରାଯାଇନାହିଁ। ସମସ୍ତ ଭିତ୍ତିଭୂମି ନିର୍ମାଣ ସହ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଏବଂ ୨୦୦ ଏକର ଜମି ସହ ଆବଶ୍ୟକତା ଅନୁଯାୟୀ ସମସ୍ତ ସୁବିଧା ରାଜ୍ୟ କ ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କାହିଁକି ଏବେ କେନ୍ଦ୍ର ସରକାର ନିରବିଗଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

07 Aug 2021 By The Sakala

https://www.thesakala.in/latest-odisha-news/wither-aiims-in-sundargarh/article-4433
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର