ମହାରାଷ୍ଟ୍ରକୁ ପଳେଇବ; ଓଡ଼ିଶାକୁ ଫାଇଦା ନାହିଁ

The Sakala Picture
Published On

ଭୁବନେଶ୍ୱର : ରବିବାର ବିଶାଖାପାଟଣା ନିକଟକସ୍ଥ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ହେଲେ ଏହି ଲଘୁଚାପ ମହାରାଷ୍ଟ୍ରମୁହାଁ ହୋଇଥିବାରୁ ଓଡ଼ିଶା ପାଇଁ ବିଶେଷ ଲାଭହେବନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବର୍ଷାର ପ୍ରକୋପ ସବୁଆଡ଼େ କମ୍‍ ରହିବ। ତେଣୁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସୋମବାର କୋରାପୁଟ,ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଆଦିରେ ପ୍ରବଳ ବର୍ଷା ହୋଇପାରେ। ନଚେତ […]

ଭୁବନେଶ୍ୱର : ରବିବାର ବିଶାଖାପାଟଣା ନିକଟକସ୍ଥ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ହେଲେ ଏହି ଲଘୁଚାପ ମହାରାଷ୍ଟ୍ରମୁହାଁ ହୋଇଥିବାରୁ ଓଡ଼ିଶା ପାଇଁ ବିଶେଷ ଲାଭହେବନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବର୍ଷାର ପ୍ରକୋପ ସବୁଆଡ଼େ କମ୍‍ ରହିବ। ତେଣୁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସୋମବାର କୋରାପୁଟ,ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁର ଆଦିରେ ପ୍ରବଳ ବର୍ଷା ହୋଇପାରେ। ନଚେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ହାଲ୍‍କା ବର୍ଷାର ସମ୍ଭାବନା ରହିଛି। ପୁରୀରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ମୁତାବକ ଲଘୁଚାପ ଦ୍ୱାରା ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବ। ଆସନ୍ତା ୪ ଦିନ ମଧ୍ୟରେ ଏହି ବର୍ଷା ହେବାକୁ ଥିବା ବେଳେ ୧୫ ତାରିଖ ପରେ ପୁଣି ବର୍ଷା ଛାଡ଼ିଯିବ। ତେବେ ଏହି ଲଘୁଚାପରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନ ଥିବାରୁ ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସମସ୍ତ ଉପକୂଳ ଜିଲ୍ଲା ସମେତ ଗଜପତି, ମଲାକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆସନ୍ତା ୧୫ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହିତ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୬୦ରୁ ୭୦ ମିମି ମଧ୍ୟରେ ରହିବ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ସେହିପରି କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ହାଲକାରୁ ସ୍ୱଳ୍ପ ବିକ୍ଷିପ୍ତ ବର୍ଷା ହେବାର ଥିବାରୁ ଏଠାରେ ସମୁଦାୟ ବର୍ଷା ୪୦ ମିମି ହୋଇପାରେ। ଫଳତଃ ଆସନ୍ତା ୧୦ ଦିନରେ ବର୍ଷା ୫୦-୬୦ ପ୍ରତିଶତ ନିଅଣ୍ଟିଆ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ୁଛି ଯେ ଜୁଲାଇ ମାସରେ ୧୧ ସୁଦ୍ଧା ସ୍ୱାଭାବିକ ବର୍ଷା ୧୨୪ ମିମି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୭୩ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୪୧.୨ ପ୍ରତିଶତ କମ୍‍ ରହିଛି। ସେହିପରି ଜୁନ୍‍ ୧ ତାରିଖରୁ ଜୁଲାଇ ୧୧ ସୁଦ୍ଧା ରାଜ୍ୟରେ ସମୁଦାୟ ୨୫୩ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୨୪.୩ ପ୍ରତିଶତ କମ୍‍ ରହିଛି। ୧୯ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଭଦ୍ରକ ଜିଲ୍ଲାରେ ସ୍ଥିତି ସବୁଠାରୁ ଚିନ୍ତାଜନକ ରହିଛି। ଏଠାରେ ଜୁଲାଇ ମାସରେ ମାତ୍ରା ୧୬ ମିମି ବର୍ଷା ସହ ଜୁନ୍‍ଠାରୁ ସମୁଦାୟ ୧୧୯ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକଠାରୁ ୬୨ ପ୍ରତିଶତ କମ୍‍ ବର୍ଷା ରେକର୍ଡ କରାଯାଇଛି। ତେବେ ଜୁଲାଇ ୨୦ ବେଳକୁ ପଶ୍ଚିମା ପବନ ପରିବର୍ତ୍ତେ ରାଜ୍ୟକୁ ପୂର୍ବା ପବନ ବହିବ। ଏହା ସହିତ ଜୁଲାଇ ତୃତୀୟ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୁଳ ରହିଛି। ଏହା ହେଲେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବ୍ୟ ଲଘୁଚାପ ପାଇଁ ତଳି ବଞ୍ଚାଇ ରଖିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର