ମାଟିମାଆର ସେବା କରିବାକୁ ଚାହୁଁଥିଲେ, ନୂଆ ଓଡିଶାର ସ୍ୱପ୍ନ ଦେଖୁଥିଲେ ବିଜେଡିରେ ଯୋଗଦିଅନ୍ତୁ : ନବୀନ ପଟ୍ଟନାୟକ

The Sakala Picture
Published On

ପୁରୀ : ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜିତ ହୋଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।ନୂଆବର୍ଷର ଆଗୁଆ ଶୁଭେଚ୍ଛା ସହ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ ଜାରି ରଖିବାକୁ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ନବୀନ କହିଛନ୍ତି ଯେ ବିଜେଡି ସବୁବେଳେ ସବୁ […]

ପୁରୀ : ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜିତ ହୋଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗ ଦେଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି।ନୂଆବର୍ଷର ଆଗୁଆ ଶୁଭେଚ୍ଛା ସହ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ ଜାରି ରଖିବାକୁ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ନବୀନ କହିଛନ୍ତି ଯେ ବିଜେଡି ସବୁବେଳେ ସବୁ ଗାଁ, ସହର ଓ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଆମର ମୂଳ ଲକ୍ଷ୍ୟ। କୌଣସି ଗୋଟିଏ ଗୋଷ୍ଠୀ, ଅଞ୍ଚଳ କିମ୍ବା ବର୍ଗ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ବିଜେଡି ଛିଡ଼ା ହୋଇଛି। ଓଡ଼ିଶାର ଯାହା ସମସ୍ୟା ରହିଛି ତାକୁ ଦୂରଦୃଷ୍ଟିରେ ରଖି ନୈତିକତାର ସହ ଆମ ଦଳ କାମ କରୁଛି। ଆଞ୍ଚଳିକ ଦଳ ଭାବେ ବିଜେଡି ଜିଣିଛି ଓଡ଼ିଶାବାସୀଙ୍କ ଆଶା, ବିଶ୍ୱାସ ଓ ଭରସା। ଜାତୀୟ ଦଳ ନିଜର ଏଜେଣ୍ଡା ଧରି ଦିଲ୍ଲୀରୁ ଆସେ, ଆଉ ବିଜେଡି ପ୍ରତିଟି ଓଡ଼ିଆଙ୍କ ମତ ଆଧାରରେ ତିଆରି କରେ ଏଜେଣ୍ଡା, ଆଉ ଏହାକୁ ପୂରଣ ମଧ୍ୟ କରେ। ଲକ୍ଷ୍ୟପଥରୁ ବିଜେଡି କେବେ ହଟିନି। କର୍ତ୍ତବ୍ୟର ପଥରୁ ହୁଡ଼ିନୁ। ଜନସେବାକୁ ବ୍ରତ କରି ଆଗକୁ ବଢିଛୁ । ଓଡ଼ିଶାର ସ୍ବାର୍ଥ, ଗୌରବ, ଭାଷା, ସସ୍କୃତି, ଓ ସ୍ବାଭିମାନ ପାଇଁ କାମ କରୁଛୁ। ରାଜ୍ୟବାସୀଙ୍କୁ ଆଖିରେ ରଖି ନୂଆ ଓଡ଼ିଶା ଗଢୁଛୁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ବିଜେଡି ଓଡ଼ିଶାରେ ଆଉ ଏକ ଦଳ ହୋଇନାହିଁ। ବିଜେଡି ହେଉଛି ଏକ ସାମାଜିକ ଆନ୍ଦୋଳନ। ଏକ ନୁହେଁ, ସାମୂହିକତାରେ ବିଶ୍ବାସ କରେ ବିଜେଡି। ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡି କର୍ମୀ। କର୍ମୀଙ୍କ ପରିଶ୍ରମ, ଦଳକୁ ବିଶ୍ବାସଭାଜନ କରିଛି।ଏକ ରୂପାନ୍ତରିତ ରାଜ୍ୟ, ପରିବର୍ତ୍ତିତ ପ୍ରଦେଶ ଗଠନ କରିବାର ଝୁଙ୍କରେ ଆଗକୁ ବଢୁଛି ବିଜେଡି। ଆଉ ୧୨ ବର୍ଷରେ, ଆମେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରିବୁ । ମୁଁ କହିବି ନାହିଁ ଯେ ଗତ କୋଡିଏ ବର୍ଷ ମଧ୍ୟରେ ଆମେ କେଉଁଠାରେ ପହଞ୍ଚିଛୁ । ଆପଣ ସମସ୍ତେ ଏବଂ ବିଶ୍ବ ଦେଖୁଛନ୍ତି ଏବଂଜାଣନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯୋଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି, ତାହା ସାରା ବିଶ୍ବ ଜାଣିଛି। ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା । ମୁଁ ସମସ୍ତଙ୍କୁ ଆହ୍ବାନ କରୁଛି ଏବଂ ଅନୁରୋଧ କରୁଛି ଯେଉଁମାନେ ଓଡିଶାର ବିକାଶରେ ବିଶ୍ବାସ କରୁଛନ୍ତି ଏବଂ ଓଡ଼ିଶା ମାଟିର ସେବା କରିବାକୁ ଚାହୁଁଛନ୍ତି, ସେମାନେ ବହୁ ସଂଖ୍ୟାରେ ଆସି ବିଜୁ ଜନତା ଦଳରେ ଯୋଗଦେବେ। ବୃତ୍ତିଗତ ହୁଅନ୍ତୁ, ସାମାଜିକ କର୍ମୀ, କଳାକାର, କ୍ରୀଡ଼ା ବ୍ୟକ୍ତି କିମ୍ବା କୃଷକ ହୁଅନ୍ତୁ କିମ୍ବା କୌଣସି କ୍ଷେତ୍ରର କାମ କରୁଥାନ୍ତୁ,ବିଶେଷକରି ନୂତନ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଯୁବକମାନେ ବିଜୁ ଜନତା ଦଳରେ ଯୋଗଦିଅନ୍ତୁ।ବିଜୁ ଜନତା ଦଳ ହେଉଛି ଓଡିଶାର ଶକ୍ତି। ଆପଣ ମାନେ ଆମ ଶହ ସାମିଲ ହୋଇ ସ୍ୱପ୍ନର ଓଡ଼ିଶା ନିର୍ମାଣରେ ଆମକୁ ସମହଯୋଗ କରନ୍ତୁ ବୋଲି ନୀବନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର