ପୁଅ ବିଦେଶରେ ଥିବାବେଳେ ବାପା ବିକିଦେଲେ ସବୁ ସମ୍ପତ୍ତି

The Sakala Picture
Published On

ଭୁବନେଶ୍ୱର : ବାପା ନାମରେ ଥାନାରେ ଠକେଇ ଅଭିଯୋଗ ଦେଲେ ପୁଅ। ଏଭଳି ଏକ ରୋଚକ ଘଟଣା ଇନ୍‍ଫୋସିଟି ଥାନା ଷ୍ଟାର ସିଟିରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ପୁଅ ସୁଶାନ୍ତ କୁମାର ଦାଶ ଅଭିଯୋଗ କରିବା ପରେ ପୁଲିସ ବାପା ସତ୍ୟ ନାରାୟଣ ଦାଶ ନାମରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ, ସେ ଭୁବନେଶ୍ୱରରେ ଥିବା ସମୟରେ ୨୦୧୭ ମସିହାରେ ରୋକଟ୍‍ ଅଞ୍ଚଳରେ ଏକ ଜମି କିଣିଥିଲେ। ପ୍ରଥମେ ୨୦୧୭ରେ ସେ ୧୮ ଲକ୍ଷ […]

ଭୁବନେଶ୍ୱର : ବାପା ନାମରେ ଥାନାରେ ଠକେଇ ଅଭିଯୋଗ ଦେଲେ ପୁଅ। ଏଭଳି ଏକ ରୋଚକ ଘଟଣା ଇନ୍‍ଫୋସିଟି ଥାନା ଷ୍ଟାର ସିଟିରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ପୁଅ ସୁଶାନ୍ତ କୁମାର ଦାଶ ଅଭିଯୋଗ କରିବା ପରେ ପୁଲିସ ବାପା ସତ୍ୟ ନାରାୟଣ ଦାଶ ନାମରେ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ, ସେ ଭୁବନେଶ୍ୱରରେ ଥିବା ସମୟରେ ୨୦୧୭ ମସିହାରେ ରୋକଟ୍‍ ଅଞ୍ଚଳରେ ଏକ ଜମି କିଣିଥିଲେ। ପ୍ରଥମେ ୨୦୧୭ରେ ସେ ୧୮ ଲକ୍ଷ ଟଙ୍କା ଦେଇଥିବା ବେଳେ ୨୦୧୯ରେ ୧୮ ଲକ୍ଷ ଦେଇ ଜମି କିଣିଥିଲେ। ଜମି କିଣିବା ପରେ ତାଙ୍କର ବିଦେଶରେ ଜରୁରୀ କାମ ପଡ଼ିଥିଲା। ତେଣୁ ପୁଅ ସୁଶାନ୍ତ କିଣିଥିବା ଜମିର ପାୱାର ଅଫ୍‍ ଆର୍ଟୋନିକୁ ବାପାକୁ ଦେଇଥିଲେ। ପରେ ପୁଅ ବିଦେଶ ପଳାଇଥିଲେ।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ଏପରି କି ତାଙ୍କ ବାପା ସତ୍ୟ ନାରାୟଣଙ୍କ ଆକାଉଣ୍ଟକୁ ମଧ୍ୟ ୩ଲକ୍ଷ ଛାଡ଼ିଥିଲେ। ବିଦେଶରେ ପୁଅ ସୁଶାନ୍ତ ଥିବା ବେଳେ ପୁଅ ଦେଇଥିବା ପାୱାରର ଦୁରୁପଯୋଗ କରିଥିଲେ ବାପ ସତ୍ୟ ନାରାୟଣ। ସେ ପୁଅର ଅଜାଣତରେ ସେ କିଣିଥିବା ଜମିକୁ ଅନ୍ୟକୁ ବିକ୍ରିକରି ଦେଇଥିଲେ। ସେ ଅବସପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କର ପେନ୍‍ସନ ମାସକୁ ୪୦ ହଜାର ଟଙ୍କା ଆସୁଛି। କିଛି ଆର୍ଥିକ ଆବଶ୍ୟକତା ନ ଥିବା ସ୍ଥଳେ ବାପ ଉକ୍ତ ଜମିକୁ ବିକ୍ରି କରି ଦେଇଥିଲେ। ଏସମ୍ପର୍କରେ ପୁଅ ଜାଣିବା ପରେ ବାପ ସତ୍ୟ ନାରାୟଣକୁ ପଚାରିଥିଲେ। ହେଲେ ବାପା ସତ୍ୟ ନାରାୟଣ ତାଙ୍କୁ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଦେଇଥିଲେ। ତେଣୁ ବାପ ୩୬ ଲକ୍ଷ ଟଙ୍କା ଠକେଇ କରିଥିବା ପୁଅ ସୁଶାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର