ନିର୍ବାଚନ ଆସିଲେ ବିଜେପିର ଓଡ଼ିଶା ପ୍ରେମ ଆସେ, ନିର୍ବାଚନ ପରେ ସବୁ ଭୁଲିଯିବେ : କାର୍ତ୍ତିକ ପାଣ୍ଡିଆନ୍‌

The Sakala Picture
Published On

ଗୋପାଳପୁର : ବୁଧବାର ଭୋରୁ ଗୋପାଳପୁରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ଗଞ୍ଜାମ ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର ପରେ ଆଜି ଗୋପାଳପୁରରେ ବିଭିନ୍ନ ଓଡ଼ିଆ ଗଣମାଧ୍ୟମର ସମ୍ପାଦକମାନଙ୍କ ପ୍ରଶ୍ନର ଉତ୍ତର ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଖୁବ୍ ଶୀଘ୍ର ଆସିବ ବିଜେଡିର ଇସ୍ତାହାର। ଇସ୍ତାହାରରେ ବିଜେଡି ସରପ୍ରାଇଜ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ସବୁବେଳେ କାମ ଦିଏ […]

ଗୋପାଳପୁର : ବୁଧବାର ଭୋରୁ ଗୋପାଳପୁରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ଗଞ୍ଜାମ ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର ପରେ ଆଜି ଗୋପାଳପୁରରେ ବିଭିନ୍ନ ଓଡ଼ିଆ ଗଣମାଧ୍ୟମର ସମ୍ପାଦକମାନଙ୍କ ପ୍ରଶ୍ନର ଉତ୍ତର ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ନବୀନଙ୍କ ନେତୃତ୍ୱକୁ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରଶଂସା

ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଖୁବ୍ ଶୀଘ୍ର ଆସିବ ବିଜେଡିର ଇସ୍ତାହାର। ଇସ୍ତାହାରରେ ବିଜେଡି ସରପ୍ରାଇଜ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ସବୁବେଳେ କାମ ଦିଏ । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି । ଯାହା କୁହନ୍ତି, ତାହା କରିକି ଦେଖାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାୱାରେ କଥା କୁହନ୍ତି ନାହିଁ, ଗ୍ରାଉଣ୍ଡରେ କାମ କରନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାଣ୍ଡିଆନ । ଜୁନ ୪ ତାରିଖରେ ବିରୋଧୀଙ୍କୁ ଓଡ଼ିଶାବାସୀଙ୍କ ଉଚିତ୍‌ ଜବାବ ମିଳିଯିବ ବୋଲି ପାଣ୍ଡିଆନ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ସେହିପରି ସାମ୍ବାଦିକ ସମ୍ମିଳନୀରୁ ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡ଼ିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍‌ ଦିଆଯାଉଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯାଇଛି।  କିନ୍ତୁ ବିଜେପି କେନ୍ଦ୍ରରେ ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

ଓଡ଼ିଆ ଭାଷା ୨୦୧୪ରେ ଉପା ସରକାର ସମୟରେ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଲା। କିନ୍ତୁ ଏହାପରେ ବିଜେପିର ସରକାରକୁ ଆସିବାର ୧୦ ବର୍ଷ ହେଲାଣି, କିନ୍ତୁ ଟଙ୍କା ଟିଏ ଦେଲେନି। ଓଡ଼ିଆ ଭାଷାକୁ ଅଣଦେଖା କଲେ । ସଂସ୍କୃତକୁ ୧ ହଜାର କୋଟି, ତାମିଲ ଭାଷାକୁ ୮୦ କୋଟି ଦେଲେ ହେଲେ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ଅଣଦେଖା କଲେ। ରାଜ୍ୟବାସୀ ୮ ଜଣ ବିଜେପି ସାଂସଦଙ୍କୁ ଜିତାଇଲେ, ହେଲେ ସେମାନେ କିଛି କଲେନି। ଅନ୍ୟ ଶାସ୍ତ୍ରୀୟ ଭାଷାକୁ କେନ୍ଦ୍ର ସରକାର ଅନୁଦାନ ଦେଲେ ହେଲେ ଓଡ଼ିଆ ଭାଷା ପାଇଁ ବିଜେପି ସାଂସଦ ମୁହଁ ଖୋଲିଲେନି। ଅନ୍ୟ ରାଜ୍ୟକୁ ଟଙ୍କା ମିଳିଲା ଏମାନେ ଦେଖିଲେ। ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଅନ୍ୟପଟେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରୁଛନ୍ତି ହେଲେ ବିଜେପି ସାଂସଦ କେନ୍ଦ୍ରରେ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ଚିଠି ମଧ୍ୟ ଦୁଇଥର ଲେଖିଛନ୍ତି ହେଲେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖାନ କରିଛନ୍ତି। ୮ ଜଣ ବିଜେପି ସାଂସଦ ଓ ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି। ଆଉ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ମଧ୍ୟ କେନ୍ଦ୍ର ଅଣଦେଖା କରୁଛି। କେବଳ ଓଡ଼ିଶା ନୁହଁ ଭାରତ ପାଇଁ ବିଜୁ ବାବୁଙ୍କର ବହୁ ଅବଦାନ ରହିଛି। ଏଥି ସହିତ ସେ ଜଣେ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ହେଲେ କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନ ଦେଲାନି। ବିଜୁ ବାବୁଙ୍କୁ କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି।

08 May 2024 By The Sakala

ନିର୍ବାଚନ ଆସିଲେ ବିଜେପିର ଓଡ଼ିଶା ପ୍ରେମ ଆସେ, ନିର୍ବାଚନ ପରେ ସବୁ ଭୁଲିଯିବେ : କାର୍ତ୍ତିକ ପାଣ୍ଡିଆନ୍‌

ଗୋପାଳପୁର : ବୁଧବାର ଭୋରୁ ଗୋପାଳପୁରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ଗଞ୍ଜାମ ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର ପରେ ଆଜି ଗୋପାଳପୁରରେ ବିଭିନ୍ନ ଓଡ଼ିଆ ଗଣମାଧ୍ୟମର ସମ୍ପାଦକମାନଙ୍କ ପ୍ରଶ୍ନର ଉତ୍ତର ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଖୁବ୍ ଶୀଘ୍ର ଆସିବ ବିଜେଡିର ଇସ୍ତାହାର। ଇସ୍ତାହାରରେ ବିଜେଡି ସରପ୍ରାଇଜ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ସବୁବେଳେ କାମ ଦିଏ । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି । ଯାହା କୁହନ୍ତି, ତାହା କରିକି ଦେଖାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାୱାରେ କଥା କୁହନ୍ତି ନାହିଁ, ଗ୍ରାଉଣ୍ଡରେ କାମ କରନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାଣ୍ଡିଆନ । ଜୁନ ୪ ତାରିଖରେ ବିରୋଧୀଙ୍କୁ ଓଡ଼ିଶାବାସୀଙ୍କ ଉଚିତ୍‌ ଜବାବ ମିଳିଯିବ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ସାମ୍ବାଦିକ ସମ୍ମିଳନୀରୁ ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡ଼ିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍‌ ଦିଆଯାଉଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯାଇଛି।  କିନ୍ତୁ ବିଜେପି କେନ୍ଦ୍ରରେ ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି।

ଓଡ଼ିଆ ଭାଷା ୨୦୧୪ରେ ଉପା ସରକାର ସମୟରେ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଲା। କିନ୍ତୁ ଏହାପରେ ବିଜେପିର ସରକାରକୁ ଆସିବାର ୧୦ ବର୍ଷ ହେଲାଣି, କିନ୍ତୁ ଟଙ୍କା ଟିଏ ଦେଲେନି। ଓଡ଼ିଆ ଭାଷାକୁ ଅଣଦେଖା କଲେ । ସଂସ୍କୃତକୁ ୧ ହଜାର କୋଟି, ତାମିଲ ଭାଷାକୁ ୮୦ କୋଟି ଦେଲେ ହେଲେ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ଅଣଦେଖା କଲେ। ରାଜ୍ୟବାସୀ ୮ ଜଣ ବିଜେପି ସାଂସଦଙ୍କୁ ଜିତାଇଲେ, ହେଲେ ସେମାନେ କିଛି କଲେନି। ଅନ୍ୟ ଶାସ୍ତ୍ରୀୟ ଭାଷାକୁ କେନ୍ଦ୍ର ସରକାର ଅନୁଦାନ ଦେଲେ ହେଲେ ଓଡ଼ିଆ ଭାଷା ପାଇଁ ବିଜେପି ସାଂସଦ ମୁହଁ ଖୋଲିଲେନି। ଅନ୍ୟ ରାଜ୍ୟକୁ ଟଙ୍କା ମିଳିଲା ଏମାନେ ଦେଖିଲେ। ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଅନ୍ୟପଟେ ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରୁଛନ୍ତି ହେଲେ ବିଜେପି ସାଂସଦ କେନ୍ଦ୍ରରେ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ଚିଠି ମଧ୍ୟ ଦୁଇଥର ଲେଖିଛନ୍ତି ହେଲେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖାନ କରିଛନ୍ତି। ୮ ଜଣ ବିଜେପି ସାଂସଦ ଓ ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ମୁହଁ ଖୋଲୁନାହାନ୍ତି। ଆଉ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ମଧ୍ୟ କେନ୍ଦ୍ର ଅଣଦେଖା କରୁଛି। କେବଳ ଓଡ଼ିଶା ନୁହଁ ଭାରତ ପାଇଁ ବିଜୁ ବାବୁଙ୍କର ବହୁ ଅବଦାନ ରହିଛି। ଏଥି ସହିତ ସେ ଜଣେ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ହେଲେ କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନ ଦେଲାନି। ବିଜୁ ବାବୁଙ୍କୁ କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର