ଆସୁଛି ବାତ୍ୟା ‘ଦାନା’: ଜାଣନ୍ତୁ ଲ୍ୟାଣ୍ଡଫଲ ସମୟରେ କେଉଁ ଜିଲ୍ଲାରେ କେତେ ରହିବ ପବନର ବେଗ…

The Sakala Picture
Published On

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ଆସନ୍ତା ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ନେବ ଓ ଭୂ-ଭାଗ ଆଡ଼କୁ ମୁହାଁଇବ। ତେବେ ଏହି ସମ୍ଭାବ୍ୟ  ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ରହିବ ବୋଲି ଆଇଏମଡି ଆକଳନ କରିଛି । ତେବେ କେଉଁ ଜିଲ୍ଲାରେ କେତେ ବେଗରେ ପବନ […]

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ଆସନ୍ତା ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ନେବ ଓ ଭୂ-ଭାଗ ଆଡ଼କୁ ମୁହାଁଇବ। ତେବେ ଏହି ସମ୍ଭାବ୍ୟ  ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ରହିବ ବୋଲି ଆଇଏମଡି ଆକଳନ କରିଛି । ତେବେ କେଉଁ ଜିଲ୍ଲାରେ କେତେ ବେଗରେ ପବନ ହେବ ସେନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିବ। ସ୍ଥଳ ବିଶେଷରେ ଏହା ୧୨୦ କିମି ଛୁଇଁପାରେ ବୋଲି ଆକଳନ କରାଯାଇଛି। ତେଣୁ ଏସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସେହିପରି ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବ। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୫୦ରୁ ୬୦ କିମି ପବନ ବହିବାକୁ ଥିବା ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ବୌଦ୍ଧ, ନୟାଗଡ଼, ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାକି ଜିଲ୍ଲା ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର