ନବୀନଙ୍କ ମିଶନ ପଶ୍ଚିମ : ପ୍ରତ୍ୟେକ କ୍ଷେତ୍ରରେ ରୂପାନ୍ତରଣରେ ସମୃଦ୍ଧ ପଶ୍ଚିମ ଓଡ଼ିଶା
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ହୋଇଛି ‘ନବୀନ’ ବିକାଶର ପ୍ରୟୋଗଶାଳା। ଗତ ୫ ବର୍ଷ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଆସିଛି ବାରି ହୋଇ ପଡ଼ୁଥିବା ରୂପାନ୍ତରଣ। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଜଳସେଚନ ଆଦି ପ୍ରତ୍ୟକ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏବେ ପଶ୍ଚିମ ଓଡ଼ିଶାକୁ ରାଜ୍ୟର ସବୁଠୁ ସମୃଦ୍ଧ ଅଞ୍ଚଳରେ ପରିଣତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ‘ପଶ୍ଚିମ’ ଅଭିଯାନ। ଚଳିତ ନିର୍ବାଚନରେ ହିଞ୍ଜିଳିି ସହ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ […]
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ହୋଇଛି ‘ନବୀନ’ ବିକାଶର ପ୍ରୟୋଗଶାଳା। ଗତ ୫ ବର୍ଷ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଆସିଛି ବାରି ହୋଇ ପଡ଼ୁଥିବା ରୂପାନ୍ତରଣ। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଜଳସେଚନ ଆଦି ପ୍ରତ୍ୟକ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏବେ ପଶ୍ଚିମ ଓଡ଼ିଶାକୁ ରାଜ୍ୟର ସବୁଠୁ ସମୃଦ୍ଧ ଅଞ୍ଚଳରେ ପରିଣତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ‘ପଶ୍ଚିମ’ ଅଭିଯାନ। ଚଳିତ ନିର୍ବାଚନରେ ହିଞ୍ଜିଳିି ସହ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଅନୁରୂପ ଭାବରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ବିଜୟ ଆଗାମୀ ଦିନରେ ସମଗ୍ର ଅଞ୍ଚଳକୁ ପ୍ରଗତିର ଦିଶା ଦେଖାଇବ ଓ ସମଗ୍ର ପଶ୍ଚିମ ଓଡ଼ିଶା ରାଜ୍ୟରେ ସମୃଦ୍ଧ ଅଞ୍ଚଳ ରୂପେ ପରିଗଣିତ ହେବ।
ବିଗତ କିଛି ବର୍ଷରେ ପଶ୍ଚିମ ଓଡ଼ିଶା ଜଳସେଚନ କ୍ଷେତ୍ରରେ ବ୍ୟାପକ ବିକାଶ ଦେଖିଛି। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଏହାର ଏକ ଶ୍ରେଷ୍ଠ ଉଦାହରଣ। ପ୍ରାୟ ୧୬୭୭ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲାର ୬୦ ହଜାର ଏକର ଜମିକୁ ପାଣି ମାଡ଼ି ପାରିଛି। ସେହିପରି ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ପ୍ରକଳ୍ପ ଦ୍ୱାରା ହଜାର ହଜାର ସଂଖ୍ୟାରେ ଚାଷୀ ଉପକୃତ ହେବେ। ସେହିପରି ବଲାଙ୍ଗୀର ଜିଲ୍ଲାବାସୀଙ୍କୁ ଲୋୟର ସୁକତେଲ ପ୍ରକଳ୍ପ ଭେଟି ଦେଇଥିବା ବେଳେ ଏହାଦ୍ୱାରା ଜିଲ୍ଲାର ୮୦ ହଜାର ଚାଷୀ ଏବଂ ୭୦ ହଜାର ଲୋକଙ୍କୁ ପିଇବା ପାଣି ମିଳିପାରିଛି। ଜଳସେଚନ କ୍ଷେତ୍ରରେ ଏହି ତିନୋଟି ବଡ଼ ପ୍ରକଳ୍ପ ଅଭୂତପୂର୍ବ ରୂପାନ୍ତରଣ ଆଣିଥିବା ବେଳେ ଏହା ସହ ଏକାଧିକ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଜାରି ରହିଛି।
ଅପରପକ୍ଷେ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଗମନାଗମନ କ୍ଷେତ୍ରରେ ବରଦାନ ସାଜିଛି ବିଜୁ ଏକ୍ସପ୍ରେସ ୱେ। ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏହି ଏକ୍ସପ୍ରେ୍ସ ୱେ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରକୁ ଏବେ ନିବେଶକଙ୍କ ଆଗମନ ବଢ଼ିଛି। ପର୍ଯ୍ୟଟନ ରୂପାନ୍ତରଣ କ୍ଷେତ୍ରରେ ମଧ୍ୟ ପଛରେ ପଡ଼ିନାହିଁ। ରାଜ୍ୟ ସରକାର ସମ୍ବଲପୁରବାସୀଙ୍କୁ ସମଲେଇ ପ୍ରକଳ୍ପ ଭେଟି ଦେଇଥିବା ଏହାସହ ହରିଶଙ୍କର, ନୃସିଂହନାଥ ପ୍ରକଳ୍ପ ମଧ୍ୟ ପର୍ଯ୍ୟଟନକୁ ନୂଆରୂପ ଦେଇଛି। ସେହିପରି ୧୦୦୦ କୋଟି ଟଙ୍କା ବିନିମୟରେ ଭିସୁଟର ରୂପାନ୍ତରଣ, ହଜାର ହଜାରକୋଟି ଟଙ୍କା ବ୍ୟୟରେ ଭିମସାରର ଉନ୍ନତିକରଣ, ଝାରସୁଗୁଡ଼ା ଓ ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ସହ ଝାରସୁଗୁଡ଼ା, ରାଉରକେଲା, କଳାହାଣ୍ଡିରେ ନୂଆ ବିମାନ ବନ୍ଦର, ତୁଷରା ଏୟାରଷ୍ଟ୍ରିପର ଉନ୍ନତିକରଣ ପଶ୍ଚିମ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ନୂଆ ଦିଗ ଦେଇଛି। ସେହିପରି ହଜାର ହଜାର କୋଟି ଟଙ୍କା ମୂଲ୍ୟରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଅବ୍ୟାହତ ରଖିଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧିନରେ ସମଗ୍ର ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛନ୍ତି।
ବିଗତ କିଛିବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ କରିଛନ୍ତି। ବିକାଶ ପ୍ରକ୍ରିୟାକୁ ସଠିକ୍ ମାର୍ଗରେ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଅତଏବ ମୁଖ୍ୟମନ୍ତ୍ରୀ ଏଠାରୁ ବିଜୟ ଲାଭ କଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିକାଶ ପ୍ରକ୍ରିୟା ଶିଖର ଛୁଇଁବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ଲଢ଼ୁଛନ୍ତି। ଯାହାକୁ ନେଇ ବିଜେଡି ପ୍ରାର୍ଥୀ ଏବଂ କର୍ମୀମାନେ ପ୍ରବଳ ଉତ୍ସାହ ମଧ୍ୟରେ ରହିଛନ୍ତି। ଉଭୟଙ୍କ ପ୍ରାର୍ଥିତ୍ୱ ପୂରା ପଶ୍ଚିମ ଓଡ଼ିଶାର ବିଜେଡି ପାଇଁ ରାସ୍ତା ସହଜ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।