ଆଜିଠୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ନାହିଁ ବର୍ଷା; ୨୮ରେ ଲଘୁଚାପ ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ମାସ ଶେଷକୁ ଲଘୁଚାପର ସମ୍ଭାବନା ରହିଛି। ବିଭିନ୍ନ ମଡେଲକୁ ଅନୁଶୀଳନ କରି ଆସନ୍ତା ୨୮ ତାରିଖରେ ଲଘୁଚାପର ସମ୍ଭାବନା ଥିବା କଥା କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ। ଏହାର ପ୍ରଭାବ କେମିତି ରହିବ ତାହା ୨୫ ତାରିଖ ପରେ ସ୍ପଷ୍ଟ ହେବ। କିନ୍ତୁ ଆଗାମୀ ୫ ଦିନ ଯାଏ ରାଜ୍ୟରେ ସେମିତି ଆଖିଦୃଶିଆ ବର୍ଷାର ସମ୍ଭାବନା ନାହିଁ। ଫଳରେ ସାମ୍ଭାବ୍ୟ ମରୁଡ଼ି ସ୍ଥିତି ଟଳିବାର ସମ୍ଭାବନା ନାହିଁ। ଅନ୍ୟପଟେ ଅଗଷ୍ଟ ମାସରେ ୨୮ […]

ଭୁବନେଶ୍ୱର: ମାସ ଶେଷକୁ ଲଘୁଚାପର ସମ୍ଭାବନା ରହିଛି। ବିଭିନ୍ନ ମଡେଲକୁ ଅନୁଶୀଳନ କରି ଆସନ୍ତା ୨୮ ତାରିଖରେ ଲଘୁଚାପର ସମ୍ଭାବନା ଥିବା କଥା କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ। ଏହାର ପ୍ରଭାବ କେମିତି ରହିବ ତାହା ୨୫ ତାରିଖ ପରେ ସ୍ପଷ୍ଟ ହେବ। କିନ୍ତୁ ଆଗାମୀ ୫ ଦିନ ଯାଏ ରାଜ୍ୟରେ ସେମିତି ଆଖିଦୃଶିଆ ବର୍ଷାର ସମ୍ଭାବନା ନାହିଁ। ଫଳରେ ସାମ୍ଭାବ୍ୟ ମରୁଡ଼ି ସ୍ଥିତି ଟଳିବାର ସମ୍ଭାବନା ନାହିଁ। ଅନ୍ୟପଟେ ଅଗଷ୍ଟ ମାସରେ ୨୮ ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି। କୋରାପୁଟ ଓ ମାଲକାନଗିରିକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ ବର୍ଷା କମିଛି। ୨୨୦ ବ୍ଲକରେ ଆବଶ୍ୟକୀୟ ବର୍ଷା ଅଭାବ ହେତୁ ରୁଆ ବେଉଷଣ ପ୍ରଭାବିତ ହୋଇଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସେହିପରି ୭୩ ଟି ବ୍ଲକରେ ଧାନଗଛ ବଞ୍ଚିବା ପାଇଁ ଆବଶ୍ୟକ ଥିବା ୬୦ ମିମି ବର୍ଷା ହୋଇ ନ ଥିବା ବେଳେ ୪ ଟି ବ୍ଲକରେ ୧୦ ମିମିରୁ ଅଧିକ ବର୍ଷା ହୋଇନାହିଁ। କୁସୁମି ଓ ଜାମଡ଼ା ବ୍ଲକରେ ଅଗଷ୍ଟ ମାସରେ ଆଦୌ ବର୍ଷା ହୋଇ ନ ଥିବା ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। ପୁରୀରେ ୩୧.୪ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୨୬.୬ ମିଲିମିଟର ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ୨୭ ଓ ବୌଦ୍ଧରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

21 Aug 2021 By The Sakala

ଆଜିଠୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ନାହିଁ ବର୍ଷା; ୨୮ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ମାସ ଶେଷକୁ ଲଘୁଚାପର ସମ୍ଭାବନା ରହିଛି। ବିଭିନ୍ନ ମଡେଲକୁ ଅନୁଶୀଳନ କରି ଆସନ୍ତା ୨୮ ତାରିଖରେ ଲଘୁଚାପର ସମ୍ଭାବନା ଥିବା କଥା କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ। ଏହାର ପ୍ରଭାବ କେମିତି ରହିବ ତାହା ୨୫ ତାରିଖ ପରେ ସ୍ପଷ୍ଟ ହେବ। କିନ୍ତୁ ଆଗାମୀ ୫ ଦିନ ଯାଏ ରାଜ୍ୟରେ ସେମିତି ଆଖିଦୃଶିଆ ବର୍ଷାର ସମ୍ଭାବନା ନାହିଁ। ଫଳରେ ସାମ୍ଭାବ୍ୟ ମରୁଡ଼ି ସ୍ଥିତି ଟଳିବାର ସମ୍ଭାବନା ନାହିଁ। ଅନ୍ୟପଟେ ଅଗଷ୍ଟ ମାସରେ ୨୮ ଟି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି। କୋରାପୁଟ ଓ ମାଲକାନଗିରିକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ ବର୍ଷା କମିଛି। ୨୨୦ ବ୍ଲକରେ ଆବଶ୍ୟକୀୟ ବର୍ଷା ଅଭାବ ହେତୁ ରୁଆ ବେଉଷଣ ପ୍ରଭାବିତ ହୋଇଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସେହିପରି ୭୩ ଟି ବ୍ଲକରେ ଧାନଗଛ ବଞ୍ଚିବା ପାଇଁ ଆବଶ୍ୟକ ଥିବା ୬୦ ମିମି ବର୍ଷା ହୋଇ ନ ଥିବା ବେଳେ ୪ ଟି ବ୍ଲକରେ ୧୦ ମିମିରୁ ଅଧିକ ବର୍ଷା ହୋଇନାହିଁ। କୁସୁମି ଓ ଜାମଡ଼ା ବ୍ଲକରେ ଅଗଷ୍ଟ ମାସରେ ଆଦୌ ବର୍ଷା ହୋଇ ନ ଥିବା ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ପାଣିପାଗ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। ପୁରୀରେ ୩୧.୪ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୨୬.୬ ମିଲିମିଟର ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ୨୭ ଓ ବୌଦ୍ଧରେ ୧୮ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର