ରାଜ୍ୟରେ ଆଗାମୀ ୩ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା !

The Sakala Picture
Published On

ଭୁବନେଶ୍ୱର: ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବାକୁ ଥିବାବେଳେ ଏହାପରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖାଦେଇପାରେ ବୋଲି କୁହାଯାଇଛି। କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସଙ୍କ ଅନୁଯାୟୀ ୨୩ ତାରିଖ ଅର୍ଥାତ୍‍ ରବିବାର ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର […]

ଭୁବନେଶ୍ୱର: ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବାକୁ ଥିବାବେଳେ ଏହାପରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖାଦେଇପାରେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସଙ୍କ ଅନୁଯାୟୀ ୨୩ ତାରିଖ ଅର୍ଥାତ୍‍ ରବିବାର ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ସହ ଉପରୋକ୍ତ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସମ୍ଭାବନା ରହିଥିବା ଡ. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି। ୨୪ ତାରିଖରେ ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼଼ା, କନ୍ଧମାଳ ସହ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼଼ା, ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିର ସମ୍ଭାବନା ଥିବାବେଳେ ବଳକା ଜିଲ୍ଲାମାନଙ୍କରେ ପାଗ ଶୁଖିଲା ନେଇ ପୂର୍ବାନୁମାନ କରାଯାଇଛି। ୨୬ ତାରିଖ ବେଳକୁ ରାଜ୍ୟବ୍ୟାପୀ ପାଗରେ ପରିବର୍ତ୍ତନ ହେବା ସହ ଆଉ ବର୍ଷା ହେବାର କୌଣସି ସମ୍ଭାବନା ପ୍ରାୟତଃ ନଥିବା ଡ. ବିଶ୍ୱାସ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର