ନବୀନଙ୍କ ନୂଆ ବିକାଶ ନକ୍ସାରେ ପିପିଲି-ଡେଲାଙ୍ଗ

The Sakala Picture
Published On

ଭୁବନେଶ୍ୱର,୧୩ା୪(ସମିସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ବିକାଶ ନକ୍ସାରେ ଏବେ ସ୍ଥାନ ପାଇଛି ପିପିଲି-ଡେଲାଙ୍ଗ। ଏହି ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ଦାୟିତ୍ୱ ନିଜେ ନେବାକୁ ଦିନକ ତଳେ ଘୋଷଣା କରିଛନ୍ତି ନବୀନ। ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏହି ଘୋଷଣା ଆଶାର ଆଲୋକ ସୃଷ୍ଟି କରିଛି। ଅନ୍ୟ ନେତାମାନଙ୍କ ପରି ନବୀନ କେବଳ ପ୍ରତିଶ୍ରୁତି ଦିଅନ୍ତି ନାହିଁ; ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକ୍ଷମ କରିଥାଆନ୍ତି। ଅତୀତରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ବିଜେପୁର, ବାଲେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ାଠାରୁ […]

ଭୁବନେଶ୍ୱର,୧୩ା୪(ସମିସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ବିକାଶ ନକ୍ସାରେ ଏବେ ସ୍ଥାନ ପାଇଛି ପିପିଲି-ଡେଲାଙ୍ଗ। ଏହି ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ଦାୟିତ୍ୱ ନିଜେ ନେବାକୁ ଦିନକ ତଳେ ଘୋଷଣା କରିଛନ୍ତି ନବୀନ। ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏହି ଘୋଷଣା ଆଶାର ଆଲୋକ ସୃଷ୍ଟି କରିଛି। ଅନ୍ୟ ନେତାମାନଙ୍କ ପରି ନବୀନ କେବଳ ପ୍ରତିଶ୍ରୁତି ଦିଅନ୍ତି ନାହିଁ; ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକ୍ଷମ କରିଥାଆନ୍ତି। ଅତୀତରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ବିଜେପୁର, ବାଲେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ାଠାରୁ ମାଲକାନଗିରି ପର୍ଯ୍ୟନ୍ତ ଏହାର ଛବି ପ୍ରତିଫଳିତ ହୋଇଛି। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିକୁ କଡ଼ାଗଣ୍ଡା କରି ନବୀନ କାର୍ଯ୍ୟକାରୀ କରିଛନ୍ତି। ଯାହା କଥା ଦିଅନ୍ତି, ତାହା ପାଳନ କରନ୍ତି। ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଥିବା ନେତାଙ୍କ ବିପରୀତ ବ୍ୟକ୍ତିତ୍ୱ ହେଉଛନ୍ତି ନବୀନ। ଯାହା କହନ୍ତି, ତାହାକୁ କାର୍ଯ୍ୟକାରୀ କରନ୍ତି। କଥାର ମଣିଷ ନୁହେଁ; କାମର ମଣିଷ ଭାବରେ ନିଜର ଏକ ବଳିଷ୍ଠ ଛବି ସୃଷ୍ଟି କରି ପାରିଛନ୍ତି ନବୀନ। ଯାହା ତାଙ୍କୁ ସାଧାରଣରେ ଆସ୍ଥାଭାଜନ କରିବା ସହ ଲୋକପ୍ରିୟତା ଶୀର୍ଷରେ ପହଞ୍ଚାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ବିଜେପୁର ଉପନିର୍ବାଚନ ପୂର୍ବରୁ ସେହି ଅଞ୍ଚଳର ବିକାଶ ନିଜେ ବୁଝିବେ ବୋଲି ଘୋଷଣା କରିଥିଲେ ନବୀନ। ଫଳଶ୍ରୁତି ସ୍ୱରୂପ ବିଜେପୁର ଅଞ୍ଚଳର ବିକାଶ ପାଇଁ ପ୍ରସ୍ତୁତ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ ସୂଚୀ। ୧୧୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଜରିଆରେ ବିଜେପୁର, ସୋହେଲା, ବରପାଲି ପୌରାଞ୍ଚଳ ସହ ସୋନପୁର ଜିଲାର ଡ଼ୁଙ୍ଗୁରିପାଲି ବ୍ଲକ୍ର ପ୍ରାୟ ୨୫୬୦୦ ହେକ୍ଟର ଜମିକୁ ଜଳସେଚନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ; ସ୍ଥାନୀୟ ଅଞ୍ଚଳର ପ୍ରାୟ ୬.୦୭ ଲକ୍ଷ ଲୋକଙ୍କ ପାଇଁ କରାଯାଇଥିଲା ପାନୀୟ ଜଳ ବ୍ୟବସ୍ଥା। ଏହାବ୍ୟତୀତ ବିଜେପୁରକୁ ପୌରାଞ୍ଚଳ ଘୋଷଣା ପ୍ରତିଶ୍ରୁତି ତତ୍‍କ୍ଷଣାତ ବାସ୍ତବ ରୂପ ପରିଗ୍ରହ କରିଥିଲା। ବିଜୁଳି ସଂଯୋଗ, ଆରଆଇ ଅଫିସ ନିର୍ମାଣ, ଦାମୋଦର କଟାର ପୁନରୁଦ୍ଧାର ମଧ୍ୟ ଇତିମଧ୍ୟରେ ଶେଷ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅନୁରୂପ ଭାବରେ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ନିଜେ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀଭିତ୍ତିକ ବନ୍ଦର, ଇସ୍ପାତ କାରଖାନା ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳ ଚଳାଚଳ ନିମନ୍ତେ ସବୁ ପ୍ରସ୍ତୁତି ଶେଷ ହୋଇଛି। କେଇମାସ ତଳେ ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରର ବିକାଶ ଦାୟିତ୍ୱ ନିଜେ ନେଇଥିଲେ ନବୀନ। ମାତ୍ର ମାସ କେଇଟା ମଧ୍ୟରେ ଘୋଷଣାକୁ କାର୍ଯ୍ୟରେ ପରିଣତ କରିଛନ୍ତି। ବାଲେଶ୍ୱର ସହରର ସମ୍ଭାବ୍ୟ ବିକାଶର ଅନୁଧ୍ୟାନ ନିମନ୍ତେ ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ରିପୋର୍ଟ ଆଧାରରେ ୧୧୫ କୋଟି ଟଙ୍କାର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ବିଜେପୁର, ବାଲେଶ୍ୱର ଦୁଇଟି ଉଦାହରଣ ମାତ୍ର। ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ‘ଶ୍ରୀକ୍ଷେତ୍ର ପରିକ୍ରମା’ ଏବେ ଦେଶର ବିଭିନ୍ନ ଅଞ୍ଚଳ ପାଇଁ ଆଦର୍ଶ ପାଲଟିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କେବଳ ଜଗନ୍ନାଥ ଦର୍ଶନ ଶୃଙ୍ଖଳିତ ହୋଇନାହିଁ, ମନ୍ଦିର ପାରିପାର୍ଶ୍ବ ବିକାଶ ମଧ୍ୟ ସମସ୍ତଙ୍କୁ ଲୋଭାନ୍ୱିତ କରିଛି। ‘ସମଲେଇ’ ଯୋଜନାରେ ସମ୍ବଲପୁରରେ ସମଲେଶ୍ୱରରୀ ପୀଠ ପାରିପାର୍ଶ୍ବିକ ବିକାଶ, ‘ଏକାମ୍ର କ୍ଷେତ୍ର’ ଯୋଜନାରେ ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟସମ୍ପନ୍ନ ମନ୍ଦିର ପାର୍ଶ୍ବର ଉନ୍ନତିକରଣ, କଟକରେ ‘ଏମ୍ସ ପ୍ଲସ’ ପରି ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଦୀର୍ଘସୂତ୍ରୀ ଯୋଜନାର କାର୍ଯ୍ୟାନ୍ୱୟନ ନବୀନଙ୍କ ଦୂରଦୃଷ୍ଟି ଓ ପ୍ରତିଶ୍ରୁତିର ଫଳଶ୍ରୁତି। ଅଗମ୍ୟ ମାଲକାନଗିରି ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ଥିବା ଗାଁଗୁଡ଼ିକ ଦିନେ ଥିଲା ଅଗମ୍ୟ। ପ୍ରତିଶ୍ରୁତି ଅନୁସାରେ ଏହି ଅଞ୍ଚଳକୁ ‘ସ୍ୱାଭିମାନ ଅଞ୍ଚଳ’ରେ ପରିଣତ କରିଛନ୍ତି ନବୀନ। ଯେ କୌଣସି ପରିସ୍ଥିତିର ମୁକାବିଲା କରିବାର ଦକ୍ଷତା ରଖୁଥିବା ଓ ସବୁ ପ୍ରତିବନ୍ଧକକୁ ଏଡ଼ାଇ ଲୋକହିତକର କାର୍ଯ୍ୟ କରିବାର ମାନସିକତା ନବୀନଙ୍କୁ ‘କାମର ମଣିଷ’ ଭାବରେ ପରିଚିତ କରିଛି। ପିପିଲି-ଡ଼େଲାଙ୍ଗ ଏବେ ନବୀନଙ୍କ ବିକାଶ ନକ୍ସାରେ ଯୋଡ଼ି ହୋଇଛି ଏବଂ ଯାହା ଖୁବ୍‍ ଶୀଘ୍ର ରୂପ ଗ୍ରହଣ କରିବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର