ଜଳପଥ ସଂଯୋଗୀକରଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରି : ଉପକୃତ ହେବ ଶିଳ୍ପ, ଖଣି ସହିତ କୃଷି ଓ ପର୍ଯ୍ୟଟନ କ୍ଷେତ୍ର

The Sakala Picture
Published On

ଭୁବନେଶ୍ୱର : କେବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍‌ ୬୫ ଓ ୫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମିଳିସାରିଛି। ଏହି ପ୍ରକଳ୍ପ ଅଧୀନରେ ୨୦୧ କିମି ମଧ୍ୟରେ ଯାଜପୁର ଜିଲ୍ଲାର ଜୋକଡ଼ିଆ ଓ ପଙ୍କପାଳରୁ […]

ଭୁବନେଶ୍ୱର : କେବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍‌ ୬୫ ଓ ୫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମିଳିସାରିଛି।

ଆହୁରି ପଢ଼ନ୍ତୁ: କୋଇଲା ରୟାଲଟି ପ୍ରଦାନରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି, ରାଜ୍ୟସଭାରେ ପ୍ରସଙ୍ଗ ଉଠାଇବା ସହ ଚିନ୍ତା ପ୍ରକଟ କଲେ ମାନସ ମଙ୍ଗରାଜ

ଏହି ପ୍ରକଳ୍ପ ଅଧୀନରେ ୨୦୧ କିମି ମଧ୍ୟରେ ଯାଜପୁର ଜିଲ୍ଲାର ଜୋକଡ଼ିଆ ଓ ପଙ୍କପାଳରୁ ଧାମରା ବନ୍ଦର ଓ ପରାଦୀପ ବନ୍ଦର ଭାୟା ମଙ୍ଗଳଗଡ଼ିକୁ ଜଳପଥରେ ପରିବହନ ପାଇଁ ମାର୍ଗ ପ୍ରସ୍ତୁତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩୧ କିମି ଦୈର୍ଘ୍ୟ ବିଶିଷ୍ଟ ଜୋକଡିଆ/ପଙ୍କପାଳକୁ ତାଳଚେର ସହିତ ସଂଯୋଗ କରାଯିବ। ସେହିପରି ନ୍ୟାନସାଲ ୱାଟର୍‌‌ୱେଜ୍‌ ୬୪ ଅଧୀନରେ ସମ୍ବଲପୁର ଓ ପାରାଦୀପ ମଧ୍ୟରେ ଜଳପଥ ପରିବହନ ପାଇଁ ପଦକ୍ଷେପ ନିଆଯିବ। ଇନ୍‌ଲ୍ୟାଣ୍ଡ ୱାଟରୱେଜ୍‌‌ ଅଥରିଟି ଅଫ୍‌‌ ଇଣ୍ଡିଆ ଆନୁକୂଲ୍ୟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏହି ପ୍ରକଳ୍ପ ହାତକୁ ନେବ। ଜଳପଥ ସଂଯୋଗ ହେବା ଦ୍ୱାରା କେବଳ ଶିଳ୍ପ କିମ୍ବା ଖଣି କ୍ଷେତ୍ର ନୁହେଁ, ବରଂ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ର ମଧ୍ୟ ଲାଭଦାୟୀ ହୋଇପାରିବ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର: ସାହିତ୍ୟ ସଭାରେ ଯୋଗ ଦେବା ବେଳେ ହେଲା ବ୍ରେନ୍ ଷ୍ଟ୍ରୋକ୍, ଆଇସିୟୁରେ ଭର୍ତ୍ତି

ସୂଚନା ଅନୁସାରେ, ଦୁଇ ପର୍ଯ୍ୟାୟ ଜଳପଥ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳାଗଡ଼ିରୁ ପାରାଦ୍ୱୀପ ୬୭ କିମି, ମଙ୍ଗଳଗଡ଼ିରୁ ଧାମରା ୨୮ କିମି ଓ ମଙ୍ଗଳଗଡ଼ିରୁ ପଙ୍କପାଳ ୧୧୭ କିମି ଜଳପଥରେ ସଂଯୋଗ ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟ କାମ ଶେଷ ପରେ ତାଳଚେର-ପଙ୍କପାଳ (୧୨୦ କିମି) ମଧ୍ୟରେ ସଂଯୋଗ କାମ ଆରମ୍ଭ ହେବ। ବିଶେଷଜ୍ଞଙ୍କ ମତରେ, ବିଶ୍ୱରେ ୭୦% ପଣ୍ୟ ଜଳପଥରେ ପରିବହନ ହୋଇଥାଏ। ଅତୀତରେ ନୌବାଣିଜ୍ୟ ଉତ୍କଳୀୟ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ଥିବା ବେଳେ ଏବେ ପୁନର୍ବାର ସେହି ଧାରା ଆରମ୍ଭ ହେବାକୁ ଯାଉଛି। ଗୋଟିଏ ପଟେ ରାଜ୍ୟ ସରକାର ଶିଳ୍ପାୟନ ଜରିଆରେ ଅର୍ଥନୈତିକ ଓ ସାମାଜିକ ସମୃଦ୍ଧି ଆଣିବା ଦିଗରେ କାମ କରୁଥିବା ବେଳେ ସୁଗମ ପରିବହନ ବ୍ୟବସ୍ଥା ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ।

ଆହୁରି ପଢ଼ନ୍ତୁ: ପୁଣି ମୈଦାନକୁ ଓଲ୍ହାଇବେ ସୁର, ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp