ମଳ ବିଶୋଧନାଗାରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଟ୍ରାନ୍ସଜେଣ୍ଡରଙ୍କୁ ନିୟୋଜିତ କଲା ୱାଟକୋ

The Sakala Picture
Published On

ଭୁବନେଶ୍ବର : ରାଜ୍ୟସରକାରଙ୍କ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (ୱାଟକୋ) ଦ୍ଵାରା ବୁଧବାର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ବାସୁଆଘାଇ ସ୍ଥିତ ଏହାର ମଳ ବିଶୋଧନାଗାରର(ଏସଇଟିପି)ର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ଥାନୀୟ ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ଜୁଲାଇ ପହିଲାରୁ ଏହି ବିଶୋଧନାଗାରର ଦୈନନ୍ଦିନ ସ୍ଵଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା କାର୍ୟ୍ୟ ପାଇଁ ସ୍ବୀକୃତି ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟକ ଗୋଷ୍ଠୀର ୧୧ଜଣ ସଦସ୍ୟାଙ୍କୁ ନିୟୋଜିତ କରାଯିବ। ଏସମ୍ପର୍କରେ ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ […]

ଭୁବନେଶ୍ବର : ରାଜ୍ୟସରକାରଙ୍କ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (ୱାଟକୋ) ଦ୍ଵାରା ବୁଧବାର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ବାସୁଆଘାଇ ସ୍ଥିତ ଏହାର ମଳ ବିଶୋଧନାଗାରର(ଏସଇଟିପି)ର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ଥାନୀୟ ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ଜୁଲାଇ ପହିଲାରୁ ଏହି ବିଶୋଧନାଗାରର ଦୈନନ୍ଦିନ ସ୍ଵଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା କାର୍ୟ୍ୟ ପାଇଁ ସ୍ବୀକୃତି ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟକ ଗୋଷ୍ଠୀର ୧୧ଜଣ ସଦସ୍ୟାଙ୍କୁ ନିୟୋଜିତ କରାଯିବ।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ଏସମ୍ପର୍କରେ ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସ୍ଵାଇଁ କହିଛନ୍ତି ଯେ, ଟ୍ରାନ୍ସଜେଣ୍ଡର କମ୍ୟୁନିଟିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିଷ୍ପତି ଓ ଗୃହନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ୱାଟକୋ ଦ୍ଵାରା ନିଆଯାଏଥିବା ଏହି ପଦକ୍ଷେପ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ରୋଜଗାରର ଏକ ସମ୍ମାନଜନକ ମାଧ୍ୟମ ସୃଷ୍ଟି କରିବ। ଫଳରେ ଅନ୍ୟ ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଏଥିରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ସମାଜର ବିଭିନ୍ନ ସରକାରୀ ଏବଂ ବେସରକାରୀସ୍ତରରେ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହେବେ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ପୂର୍ବରୁ ୱାଟକୋ ପକ୍ଷରୁ କଟକର ପ୍ରତାପନଗରୀ ଠାରେ ଅବସ୍ଥିତ ଏହାର ଜଳ ବିଶୋଧନାଗାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ଭୁବନେଶ୍ବରରେ ଥିବା ୨୫ଟି ୱାଟର କିୟୋସ୍କର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସ୍ଥାନୀୟ ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କୁ ଗତ ଅପ୍ରେଲ ମାସରେ ହସ୍ତାନ୍ତର କରାଯାଇଛି। ୱାଟକୋ ଭବିଷ୍ୟତରେ ମଧ୍ୟ ଏହାର ଅନ୍ୟାନ୍ୟ ସହରୀ ସ୍ଥାନୀୟ ସଂସ୍ଥାନଗୁଡ଼ିକରେ ଏହିପରି ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଜଡିତ କରିବାକୁ ଯୋଜନା ରଖିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

ଭୁବନେଶ୍ବରସ୍ଥିତ ‘ୱାଟକୋ’ ମୁଖ୍ୟ କାର୍ଯ୍ୟାଳୟରେ ଚୁକ୍ତିନାମା ସ୍ୱାକ୍ଷର ଅବସରରେ ସ୍ବୀକୃତି ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟିକ ଗୋଷ୍ଠୀର ସଭାନେତ୍ରୀ ମେଘନା ସାହୁ, ସମ୍ପାଦିକା ରାନୀ ନାୟକ, ‘ୱାଟକୋ’ ଭୁବନେଶ୍ବର ସ୍ଵରେଜ ଡିଭିଜନ୍-୧ର ମହାପ୍ରବନ୍ଧକ ରବି ନାରାୟଣ ପାତ୍ର, ‘ୱାଟକୋ’ର ଜନସମ୍ପର୍କ ଅଧିକାରୀ ଶ୍ୟାମଲ କିଶୋର ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସହରୀ ଜୀବିକା ମିଶନ ଅଧୀନରେ ପଞ୍ଜୀକୃତ ସ୍ବୀକୃତି ଟ୍ରାନ୍ସଜେଣ୍ଡର ସ୍ଵୟଂ ସହାୟିକା ଗୋଷ୍ଠୀ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ଦ୍ୱାରା ଏହାର ବିଭିନ୍ନ ଦାୟିତ୍ବରେ ନିୟୋଜିତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର