ମଝିରୁ ଅଲଗା ହୋଇଗଲା ଇଞ୍ଜିନ ଓ ବଗି : ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା

The Sakala Picture
Published On

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ମାଲବାହୀ ଟ୍ରେନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ପ୍ରାୟ ୩୦ ମିଟର ଇଞ୍ଜିନ ଛାଡି ଦୁଇଟି ବଗି ପଳାଇଲା ପରେ ଲୋକୋ ପାଇଲଟ ଟ୍ରେନ ଅଟକାଇ ଥିଲେ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଦୁର୍ଘଟଣା ଟଳିଯାଇଛି । ମିଳିଥିବା ସୂଚନା ଅନୁସାରେ ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ […]

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ମାଲବାହୀ ଟ୍ରେନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ପ୍ରାୟ ୩୦ ମିଟର ଇଞ୍ଜିନ ଛାଡି ଦୁଇଟି ବଗି ପଳାଇଲା ପରେ ଲୋକୋ ପାଇଲଟ ଟ୍ରେନ ଅଟକାଇ ଥିଲେ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଦୁର୍ଘଟଣା ଟଳିଯାଇଛି ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ମିଳିଥିବା ସୂଚନା ଅନୁସାରେ ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍‌ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍‌କୁ ରୋକିଲେ ଲୋକୋ ପାଇଲଟ । ଘଟଣାସ୍ଥଳର ସ୍ଥାନୀୟ ରେଳ କର୍ମଚାରୀ ପହଞ୍ଚିଥିବା ବେଳେ ମରାମତି ପାଇଁ ଟିଟିଲାଗଡରୁ ଟେକ୍ନିକାଲ ଟିମ୍ ଆସିପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ଅନ୍ୟପଟେ ଏପରି କଣ ପାଇଁ ହେଲା ସେ ନେଇ ତଦନ୍ତ କରାଯିବ। ଟିଟିଲାଗଡ଼ ଡିଭିଜନ ଅଫିସରୁ କିଛି ବିଶେଷଜ୍ଞ ଆସି ଘଟଣାର ତଦନ୍ତ କରିବେ। କିପରି ପଛ ବଗିକୁ ଛାଡ଼ି ଟ୍ରେନ୍‌ଟି ଆଗେଇ ଗଲା ତାହାର କାରଣ ଖୋଜିବେ। ତେଣୁ ଟ୍ରେନ୍‌ଟି ଏଯାଏ କେସିଙ୍ଗା ଷ୍ଟେଶନ ଛାଡ଼ି ନ ଥିବା ଜଣାଯାଇଛି। ମାତ୍ର ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ। ଅନ୍ୟ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ଜାରି ରହିଛି।

ଆହୁରି ପଢ଼ନ୍ତୁ: ରାତିଅଧରେ ଜଟଣୀରେ ବିଭତ୍ସ ହତ୍ୟାକାଣ୍ଡ: ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୁତ୍ତ

14 Jun 2023 By The Sakala

ମଝିରୁ ଅଲଗା ହୋଇଗଲା ଇଞ୍ଜିନ ଓ ବଗି : ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଗଲା ବଡ ଦୁର୍ଘଟଣା

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ମାଲବାହୀ ଟ୍ରେନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ପ୍ରାୟ ୩୦ ମିଟର ଇଞ୍ଜିନ ଛାଡି ଦୁଇଟି ବଗି ପଳାଇଲା ପରେ ଲୋକୋ ପାଇଲଟ ଟ୍ରେନ ଅଟକାଇ ଥିଲେ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଦୁର୍ଘଟଣା ଟଳିଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍‌ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍‌କୁ ରୋକିଲେ ଲୋକୋ ପାଇଲଟ । ଘଟଣାସ୍ଥଳର ସ୍ଥାନୀୟ ରେଳ କର୍ମଚାରୀ ପହଞ୍ଚିଥିବା ବେଳେ ମରାମତି ପାଇଁ ଟିଟିଲାଗଡରୁ ଟେକ୍ନିକାଲ ଟିମ୍ ଆସିପହଞ୍ଚିଥିଲେ।

ଅନ୍ୟପଟେ ଏପରି କଣ ପାଇଁ ହେଲା ସେ ନେଇ ତଦନ୍ତ କରାଯିବ। ଟିଟିଲାଗଡ଼ ଡିଭିଜନ ଅଫିସରୁ କିଛି ବିଶେଷଜ୍ଞ ଆସି ଘଟଣାର ତଦନ୍ତ କରିବେ। କିପରି ପଛ ବଗିକୁ ଛାଡ଼ି ଟ୍ରେନ୍‌ଟି ଆଗେଇ ଗଲା ତାହାର କାରଣ ଖୋଜିବେ। ତେଣୁ ଟ୍ରେନ୍‌ଟି ଏଯାଏ କେସିଙ୍ଗା ଷ୍ଟେଶନ ଛାଡ଼ି ନ ଥିବା ଜଣାଯାଇଛି। ମାତ୍ର ଏଥିଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ। ଅନ୍ୟ ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର