ଆଜି 5T  ଅଧ୍ୟକ୍ଷଙ୍କ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ

The Sakala Picture
Published On

ଖୋର୍ଦ୍ଧା: ଆଜି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବାଣପୁର, ନୟାଗଡ଼ ଜିଲ୍ଲାର ରଣପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଖୋର୍ଦ୍ଧାର ହାବେଳି ପଡିଆ ଠାରେ ଆୟୋଜିତ ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିବା […]

ଖୋର୍ଦ୍ଧା: ଆଜି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବାଣପୁର, ନୟାଗଡ଼ ଜିଲ୍ଲାର ରଣପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଖୋର୍ଦ୍ଧାର ହାବେଳି ପଡିଆ ଠାରେ ଆୟୋଜିତ ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦିବା ୧୧ଟାରେ ପହଞ୍ଚିବେ। ପ୍ରାୟ ୪୫ ମିନିଟ୍ ଏହି କାର୍ଯ୍ୟକ୍ରମ ଚାଲିବ। ଖୋର୍ଦ୍ଧାରୁ ବାଣପୁର ଯାଇ ସେଠାରେ ମାଆ ଭଗବତୀଙ୍କୁ ଦର୍ଶନ କରିବେ। ଅପରାହ୍ନ ୧ଟାରେ ବାଣପୁର ପଲଟଣ ପଡିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ । ପରେପରେ ମିଶନ ଶକ୍ତି କାଫେକୁ ଯାଇ ମହିଳା ମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଉଭୟ ଖୋର୍ଦ୍ଧା ଏବଂ ବାଣପୁରରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡାନ୍ତ ସରିଛି। ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟ ସମାପନ କରିବାକୁ ପ୍ରଶାସନ ସ୍ତରରେ ତଦାରଖ ମଧ୍ୟ କରାଯାଇଛି। ଖୋର୍ଦ୍ଧାରେ ସଭାସ୍ଥଳକୁ କଲେଜ୍ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ସେହିପରି ଅପରାହ୍ନରେ କାର୍ତ୍ତିକ ପାଣ୍ଡିଆନ ନୟାଗଡ଼ ଜିଲ୍ଲା ଗସ୍ତ କରି ରଣପୁରରେ ପହଞ୍ଚିବେ। ରଣପୁର ଜେଲ୍ ଛକ ପଡିଆରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରଣପୁରରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ରଣପୁରରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର