ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

The Sakala Picture
Published On

ବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ।  ନିଜ କାର୍ଯ୍ୟାଳୟରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ଭଡା ଘରକୁ ଅଫିସ ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଉତ୍ତରର ସନ୍ତୋଷଜନକ ନଦେବାରୁ ତାଙ୍କ ଭଡା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଭଡା ଘରୁ ଆଉ ଏକ ଲକ୍ଷ ଟଙ୍କା […]

ବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ।  ନିଜ କାର୍ଯ୍ୟାଳୟରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ଭଡା ଘରକୁ ଅଫିସ ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଉତ୍ତରର ସନ୍ତୋଷଜନକ ନଦେବାରୁ ତାଙ୍କ ଭଡା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଭଡା ଘରୁ ଆଉ ଏକ ଲକ୍ଷ ଟଙ୍କା ମିଳିଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଅନ୍ୟପଟେ, ଆଉ ଗୋଟିଏ ଭିଜିଲାନ୍ସ ଟିମ ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ଫାର୍ମାସି କଲେଜ ସମ୍ମୁଖ ତାଙ୍କ ବାସଗୃହରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉରେ ମାଲକାନଗିରି ଡିଏସପି ଏସ.କେ.ବିଶ୍ୱାଳ, ନବରଙ୍ଗପୁର ଭାରପ୍ରାପ୍ତ ଡ଼ିଏସପି କଲବତୀ ବାଗ, ଇନିସେପକ୍ଟର ଅନୁଭା ଦାସ, ଷ୍ଟେନୋ ଜି.ସୂର୍ଯ୍ୟ ପ୍ରକାଶ, କନେଷ୍ଟେବଲ ଟୋନି ସାହୁ ପ୍ରମୁଖ ରହିଥିଲେ । ତଦନ୍ତ ଜାରି ରହିଛି, ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନସ ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର