ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର ଓ ମଙ୍ଗଳ ଗ୍ରହ: ଆକାଶ ମେଘମୁକ୍ତ ରହିଲେ ଖାଲି ଆଖିରେ ଦେଖିହେବ ଏହି ବିରଳ ମହାଜାଗତିକ ଦୃଶ୍ୟ
ଭୁବନେଶ୍ବର: ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ଶୁକ୍ର ଓ ମଙ୍ଗଳ ଗ୍ରହର ଖୁବ୍ ନିକଟରେ ଚନ୍ଦ୍ର ଦେଖାଯିବ। ପଶ୍ଚିମ ଆକାଶରେ ଶୁକ୍ଳ ଉଜ୍ଜଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ରଙ୍ଗର ଦେଖାଯିବ । ୨୨ ତାରିଖ ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୨ ରୁ ୪ ଡିଗ୍ରୀ ରହିବ । ତା’ପର ଦିନ ଅର୍ଥାତ୍ ୨୩ ତାରିଖରେ ଚନ୍ଦ୍ର ସହ ସେମାନଙ୍କର କୌଣିକ ଦୂରତା ବଢିଯାଇ ପ୍ରାୟ ୧୫-୧୬ ଡିଗ୍ରୀ ହେବ । […]
ଭୁବନେଶ୍ବର: ଜୁନ୍ ୨୨ ତାରିଖ ସନ୍ଧ୍ୟାରେ ଶୁକ୍ର ଓ ମଙ୍ଗଳ ଗ୍ରହର ଖୁବ୍ ନିକଟରେ ଚନ୍ଦ୍ର ଦେଖାଯିବ। ପଶ୍ଚିମ ଆକାଶରେ ଶୁକ୍ଳ ଉଜ୍ଜଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ରଙ୍ଗର ଦେଖାଯିବ । ୨୨ ତାରିଖ ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୨ ରୁ ୪ ଡିଗ୍ରୀ ରହିବ । ତା’ପର ଦିନ ଅର୍ଥାତ୍ ୨୩ ତାରିଖରେ ଚନ୍ଦ୍ର ସହ ସେମାନଙ୍କର କୌଣିକ ଦୂରତା ବଢିଯାଇ ପ୍ରାୟ ୧୫-୧୬ ଡିଗ୍ରୀ ହେବ । ଜୁନ୍ ମାସ ଶେଷ ସପ୍ତାହ ତଥା ଜୁଲାଇ ମାସ ୩୦ ତାରିଖ ଯାଏଁ ସବୁଦିନ ସଂଧ୍ୟା ୬ଟାରୁ ୮ଟା ପ୍ରାୟ ଏକ ଘଣ୍ଟା ଧରି ଉଜ୍ଜ୍ଵଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବା ଓ ସେହି ସମୟରେ ଶୁକ୍ର ଠିକ୍ ଉପରେ (ପ୍ରାୟ ୨ ରୁ ୪ ଡିଗ୍ରୀ ) ଫିକା ଲାଲ୍ ରଙ୍ଗର ମଙ୍ଗଳ ଗ୍ରହ ମଧ୍ୟ ଖାଲି ଆଖିରେ ଦେଖାଯିବ।
ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ । ଆକାଶ ମେଘମୁକ୍ତ ରହିଲେ ପଶ୍ଚିମ ଆକାଶରେ ଏହାକୁ ଖାଲି ଆଖିରେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ସଂଧ୍ୟା ୭ଟା ରୁ ୮ଟା ଯାଏଁ ଦେଖିହେବ । ଏଥି ସହ ଜୁନ୍ ମାସ ଶେଷ ସପ୍ତାହରୁ ଜୁଲାଇ ମାସ ୩୦ ତାରିଖ ଯାଏଁ ସବୁଦିନ ସଂଧ୍ୟା ୭ଟାରୁ ୮ଟା ପ୍ରାୟ ଏକ ଘଣ୍ଟା ଧରି ଶୁକ୍ର ଓ ମଙ୍ଗଳ ଗ୍ରହକୁ ମଧ୍ୟ ଖାଲି ଆଖିରେ ପଶ୍ଚିମ ଆକାଶରେ ଦେଖିହେବ ।
ଜୁଲାଇ ମାସ ୨୮ ତାରିଖରେ ଏକ ପ୍ରହକୁ ଦୂରବୀକ୍ଷଣ ଦେଖିଲେ ଏହା ଦ୍ଵିତୀୟା ଚନ୍ଦ୍ର ପରି ବଙ୍କୁଲି ଦେଖାଯିବ । ଚନ୍ଦ୍ର କଳାର ହ୍ରାସ ବୃଦ୍ଧି ପରି ଶୁକ୍ର ଗ୍ରହର ମଧ୍ୟ କଳାର ହ୍ରାସ ବୃଦ୍ଧି ହୋଇଥାଏ ଯାହାଆମକୁ ଖାଲି ଆଖିରେ ଦେଖାଯାଏ ନାହିଁ । କିଛି ଦିନ ବ୍ୟବଧାନରେ ଶୁକ୍ର ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ଏଠି ମଧ୍ୟ ଚନ୍ଦ୍ର କଳାର ହ୍ରାସ ବୃଦ୍ଧି ପରି ଶୁକ୍ର କଳାର ହ୍ରାସ ବୃଦ୍ଧି ଦେଖିହେବ । ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣଗୁଡିକ ଜାଣିବା ।