ଅସ୍ବାଭାବିକ ମୃତ୍ୟୁ ଘଟଣା: ରାଉରକେଲା ଗଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ରାଉରକେଲା: ଅସ୍ବାଭାବିକ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ରାଉରକେଲା ଗଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ମେଡ଼ିକାଲ ଅଫିସରଙ୍କ ତତ୍ଵାବଧାନରେ ବାହାରିଲା ଟିମ୍ । ଏହି ଟିମ୍ ରାଉରକେଲା ଯାଇ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିବ। ଏ ନେଇ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ପ୍ରସାଦ ସୂଚନା ଦେଇଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚିକିତ୍ସା ପାଇଁ ୧୦ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। […]
ରାଉରକେଲା: ଅସ୍ବାଭାବିକ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ରାଉରକେଲା ଗଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ମେଡ଼ିକାଲ ଅଫିସରଙ୍କ ତତ୍ଵାବଧାନରେ ବାହାରିଲା ଟିମ୍ । ଏହି ଟିମ୍ ରାଉରକେଲା ଯାଇ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିବ। ଏ ନେଇ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ପ୍ରସାଦ ସୂଚନା ଦେଇଛନ୍ତି।
ରାଉରକେଲା ସରକାରୀ ଡାକ୍ତରଖାନାରେ ଅଂଶୁଘାତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚିକିତ୍ସା ପାଇଁ ୧୦ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଅଂଶୁଘାତ ଆକ୍ରାନ୍ତଙ୍କ ଚିକିତ୍ସା ଠିକଭାବେ କରାଯାଉଛି। ମୃତ୍ୟୁ ଘଟଣାର କାରଣ ଅନୁଧ୍ୟାନ ପାଇଁ ତଦନ୍ତ ହେବ।
ଖବର ଅନୁଯାୟୀ, ଗତକାଲି ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୪ ଓ ଝାରସୁଗୁଡ଼ାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।